Masthead

ଶିକୁଳିରେ ବନ୍ଧା ରାମାୟଣର ସୀତା

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ବଦନୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତର ଏକ ପରିଚିତ ଚେହେରା । ଏକଦା ସେ ପାଦରେ ଘୁଙ୍ଗୁର ବାନ୍ଧି ଲୋକଙ୍କ ମନ ଜିଣୁଥିଲା । ମାତ୍ର ବିଧିର ବିଧାନ ବିଚିତ୍ର । ଆଜି ତାଙ୍କୁ ବନ୍ଧାଯାଇଛି ଶିକୁଳିରେ । ଶିବ ସମାଲଙ୍କ ଝିଅ ବଦନୀ ମାତ୍ର ୧୬ ବର୍ଷରୁ ଅଭିନୟ ଜଗତରେ ପାଦ ଥାପିଥିଲେ । ରାମାୟଣର ସୀତା ଭୂମିକାରେ ତାଙ୍କର ନିଖୁଣ ଅଭିନୟକୁ ଦର୍ଶକମାନେ ପ୍ରଶଂସା କରୁଥିଲେ । ପୂଜା ପର୍ବାଣୀ ସମୟରେ ଗାଁ ଗାଁ ବୁଲି ରାମାଲୀଳା କରୁଥିଲେ ସେ । ହଠାତ ତାଙ୍କ ଦେହ ଖରାପ ହେଲା । ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଲେ ।

ବଦନୀଙ୍କୁ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଥିଲା । ଧୀରେ ଧୀରେ ସେ ଭଲ ହେବାକୁ ଲାଗିଥିଲେ । ମାତ୍ର ମହାମାରୀ ସମୟରେ ବାପା ଶିବ କାମଧନ୍ଦା ପାଇନଥିଲେ । ଝିଅର ମେଡ଼ିସିନ୍ ଖର୍ଚ୍ଚ ସେ ଭରଣା କରିପାରିଲେ ନାହିଁ । ମେଡ଼ିସିନ ଅଭାବରୁ ପୁଣି ବିଗିଡ଼ିଗଲା ବଦନୀଙ୍କ ସ୍ୱାସ୍ଥ୍ୟବସ୍ଥା । ପୁଣି ସେ ହୋଇଗଲେ ପାଗଳି । ଛୋଟ ଛୋଟ ପିଲାଙ୍କୁ ମାରଧର କରୁଥିବାରୁ ବଦନୀଙ୍କୁ ଶିକୁଳିରେ ବାନ୍ଧି ରଖିଛନ୍ତି ପରିବାର ଲୋକେ । ଦୀର୍ଘ ବର୍ଷ ଅଭିନୟ କିୁଥିଲେ ସୁଦ୍ଧା ବଦନୀଙ୍କୁ ମିଳୁନି କଳାକାର ଭତ୍ତା । ସରକାରୀ ସହାୟତା ମିଳିଲେ ଝିଅ ଭଲ ହୋଇଯାଆନ୍ତା ବୋଲି କହିଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା