Masthead

ଶିକୁଳିରେ ବନ୍ଧା ରାମାୟଣର ସୀତା

କେନ୍ଦ୍ରାପଡ଼ା (ବଡ଼ ଖବର ବ୍ୟୁରୋ): ବଦନୀ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ରାମନଗର ପଞ୍ଚାୟତର ଏକ ପରିଚିତ ଚେହେରା । ଏକଦା ସେ ପାଦରେ ଘୁଙ୍ଗୁର ବାନ୍ଧି ଲୋକଙ୍କ ମନ ଜିଣୁଥିଲା । ମାତ୍ର ବିଧିର ବିଧାନ ବିଚିତ୍ର । ଆଜି ତାଙ୍କୁ ବନ୍ଧାଯାଇଛି ଶିକୁଳିରେ । ଶିବ ସମାଲଙ୍କ ଝିଅ ବଦନୀ ମାତ୍ର ୧୬ ବର୍ଷରୁ ଅଭିନୟ ଜଗତରେ ପାଦ ଥାପିଥିଲେ । ରାମାୟଣର ସୀତା ଭୂମିକାରେ ତାଙ୍କର ନିଖୁଣ ଅଭିନୟକୁ ଦର୍ଶକମାନେ ପ୍ରଶଂସା କରୁଥିଲେ । ପୂଜା ପର୍ବାଣୀ ସମୟରେ ଗାଁ ଗାଁ ବୁଲି ରାମାଲୀଳା କରୁଥିଲେ ସେ । ହଠାତ ତାଙ୍କ ଦେହ ଖରାପ ହେଲା । ପରେ ସେ ମାନସିକ ଭାରସାମ୍ୟ ହରାଇ ବସିଲେ ।

ବଦନୀଙ୍କୁ କଟକ ବଡମେଡିକାଲରେ ଭର୍ତ୍ତି କରାଯାଇଥିଲା । ଧୀରେ ଧୀରେ ସେ ଭଲ ହେବାକୁ ଲାଗିଥିଲେ । ମାତ୍ର ମହାମାରୀ ସମୟରେ ବାପା ଶିବ କାମଧନ୍ଦା ପାଇନଥିଲେ । ଝିଅର ମେଡ଼ିସିନ୍ ଖର୍ଚ୍ଚ ସେ ଭରଣା କରିପାରିଲେ ନାହିଁ । ମେଡ଼ିସିନ ଅଭାବରୁ ପୁଣି ବିଗିଡ଼ିଗଲା ବଦନୀଙ୍କ ସ୍ୱାସ୍ଥ୍ୟବସ୍ଥା । ପୁଣି ସେ ହୋଇଗଲେ ପାଗଳି । ଛୋଟ ଛୋଟ ପିଲାଙ୍କୁ ମାରଧର କରୁଥିବାରୁ ବଦନୀଙ୍କୁ ଶିକୁଳିରେ ବାନ୍ଧି ରଖିଛନ୍ତି ପରିବାର ଲୋକେ । ଦୀର୍ଘ ବର୍ଷ ଅଭିନୟ କିୁଥିଲେ ସୁଦ୍ଧା ବଦନୀଙ୍କୁ ମିଳୁନି କଳାକାର ଭତ୍ତା । ସରକାରୀ ସହାୟତା ମିଳିଲେ ଝିଅ ଭଲ ହୋଇଯାଆନ୍ତା ବୋଲି କହିଛନ୍ତି ପରିବାର ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ