Masthead

ଫେରାର ଅଭିଯୁକ୍ତ ଗିରଫ

ଡୁଙ୍ଗୁରିପାଲି, (ବଡ଼ ଖବର ବ୍ୟୁରୋ): ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକର କପାସିରା ଓ କୁଟାସିଂହା ଅଙ୍ଗନଦୀ ଉପରେ ନିର୍ମାଣାଧୀନ ଏକ ପୋଲରେ ଗତ ଅଗଷ୍ଟ ୨୦ ତାରିଖରେ ହୋଇଥିଲା ଡକାୟତି । ଏହି ଘଟଣାରେ ଫେରାର ଥିବା ଜଣେ ଅଭିଯୁକ୍ତକୁ ଡୁଙ୍ଗୁରିପାଲି ପୋଲିସ ଆଜି ଗିରଫ କରିଛି । ଉକ୍ତ ଘଟଣାରେ ୭ ଜଣ ଗିରଫ ହୋଇଥିଲେ । ଫେରାର ୨ଜଣଙ୍କ ମଧ୍ୟରୁ ଜଣେ ଲୋଇସିଂହାରୁ ଗିରଫ ହୋଇଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ନିର୍ମାଣାଧୀନ ପୋଲ କାମର ତଦାରଖ ପାଇଁ ଯାଜପୁର ଅଂଚଳର ପୀତବାସ ମିଶ୍ର ସୁପରଭାଇଜର ଭାବରେ କାମ କରନ୍ତି ଏବଂ ସେଠାରେ ଗାଇସିଲେଟ ବ୍ଲକ ସେମେଲି ଗଡା ଗ୍ରାମର ନନ୍ଦକିଶୋର କଲେତ ଜଗୁଆଳି ଭାବରେ କ୍ୟାମ୍ପରେ ରହୁଥିଲେ ।

ସେହି କ୍ୟାମ୍ପକୁ ୪ଟି ବାଇକରେ ୮ଜଣ ଆସି ଜଗୁଆଳିଙ୍କୁ ଆକ୍ରମଣ କରି ସମସ୍ତ ସାମଗ୍ରୀ ନେଇଯିବା ପାଇଁ ଉଦ୍ୟମ କରିଥିଲେ । ଘଟଣାର ପରଦିନ ସକାଳେ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ପୋଲିସ କୌଶଳ କ୍ରମେ ୭ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇଜଣ ଫେରାର ହୋଇଯାଇଥିଲେ । ଉକ୍ତ ଅସାମାଜିକ କାର୍ଯ୍ୟରେ ବ୍ୟବହାର ହୋଇଥିବା ଏକ ଟ୍ରକ ସମେତ ୪ ଟି ମୋଟରସାଇକଲ ଏବଂ ୫ଟି ମୋବାଇଲ ପୋଲିସ ଜବତ କରିଥିଲା । ଥାନା ଅଧିକାରୀ ଭାନୁଶଙ୍କର ଯାଦବ ତଦନ୍ତ ଜାରି ରଖିଥିବା ବେଳେ ଆଜି ଫେରାର ଥିବା ଧର୍ମେନ୍ଦ୍ର ସିନ୍ଧିରିଆଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା