Masthead

ବଦ୍ରି ବନାମ ନିରଞ୍ଜନ ନୁହେଁ ଚର୍ଚ୍ଚାରେ ବଦ୍ରି ବନାମ ସୌମ୍ୟ ଲଢେଇ

ଘଷିପୁରା (ବଡ଼ ଖବର ବ୍ୟୁରୋ): ଘଷିପୁରା ନିର୍ବାଚନମଣ୍ଡଳିରେ ନିର୍ବାଚନକୁ ନେଇ ରୋଚକ ପରିସ୍ଥିତି ସୃଷ୍ଟି ହେବାକୁ ଲାଗିଛି । ବଦ୍ରି ବନାମ ନିରଞ୍ଜନ ଲଢେଇକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟୁଥିବା ଏହି ନିର୍ବାଚନମଣ୍ଡଳି ଏବେ ସୌମ୍ୟ ବନାମ ବଦ୍ରିଙ୍କ ଲଢେଇକୁ ନେଇ ଚର୍ଚ୍ଚା ରେ । କେତେବେଳେ ବାକ ଯୁଦ୍ଧ ତ କେତେବେଳେ ଶକ୍ତି ପ୍ରଦର୍ଶନ ଆଉ କେତେବେଳେ ପୁଅ ଝିଅ ଙ୍କର ଗାଁ ଗାଁ ବୁଲି ବାପାଙ୍କ ପାଇଁ ଭୋଟ ଭିକ୍ଷା ଏଭଳି ଚିତ୍ର ଏବେ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚାରେ ରହିଛି। ଗୋଟିଏ ପଟେ ସୌମ୍ୟଙ୍କୁ ବଦ୍ରି ସାଇବେରିଆନ ପକ୍ଷୀର ଆକ୍ଷା ଦେଉଥିବା ବେଳେ ଅନ୍ୟପଟେ ଅନ୍ୟାୟ, ଭ୍ରଷ୍ଟାଚାର ଓ ଅତ୍ୟାଚାରକୁ ଏହି ନିର୍ବାଚନମଣ୍ଡଳିରେ ସ୍ଥାନ ଦେବେ ନାହିଁ ସୌମ୍ୟ ପ୍ରକାଶ କରୁଛନ୍ତି।

ନିର୍ବାଚନକୁ ଆଉ ଦିନ କେଇଟା ବାକି ରହିଥିବାବେଳେ ସମର୍ଥକଙ୍କୁ ନେଇ ପ୍ରାର୍ଥୀଙ୍କ ପ୍ରଚାର ଏବେ ଶିଖରରେ ପହଁଞ୍ଚିଛି। ପ୍ରଚାର ଧ୍ବନିରେ କମ୍ପି ଉଠୁଛି ଗାଁ ଠାରୁ ସହର। ଏଭଳି ସ୍ଥଳେ ଘସିପୁରା ନିର୍ବାଚନମଣ୍ଡଳିରେ ଦୁଇ ହେବିଓ୍ବେଟ୍ ନେତାଙ୍କ ପ୍ରଚାର ନେଇ ଉଠୁଛି ପଡୁଛି ଘଷିପୁରା। ଗୋଟିଏ ପଟେ ବିଜେଡି ପ୍ରାର୍ଥୀ ଦଳୀୟ ରାଲି, ନିର୍ବାଚନି ସଭା ଓ ଘରଘର ବୁଲି ପ୍ରଚାର କରିବାରେ ଲାଗିପଡିଥିବାବେଳେ ବାପାଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି ପୁଅ ଦେବାଶିଷ। ନିର୍ବାଚନମଣ୍ଡଳିରେ ବିଭିନ୍ନ ଗାଁ ବୁଲି ବାପାଙ୍କ ପ୍ରଚାରକୁ ଆହୁରି ବଳ ଯୋଗାଉଛନ୍ତି ଦେବାଶିଷ। ଅନ୍ୟପଟେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟ ରଞ୍ଜନ ପଟ୍ଟନାୟକ ମଧ୍ୟ ପ୍ରଚାର ପାଇଁ ଦିନରାତି ଏକ କରିଛନ୍ତି। ରୋଡ ସୋ, ନିର୍ବାଚନୀ ସଭା ଓ ଗାଁ ଗାଁ ବୁଲି ଜୋରଦାର ପ୍ରଚାର ଜାରି ରଖିଛନ୍ତି।

ସୌମ୍ୟଙ୍କ ପ୍ରଚାରରେ ଏବେ ନୂଆ ମୋଡ ନେଇଛି। ବଡଝିଅ ତଲିନା ବାପାଙ୍କ ପ୍ରଚାରରେ ଯୋଗଦେଇଛନ୍ତି। ନିର୍ବାଚନମଣ୍ଡଳିର ବିଭିନ୍ନ ଗାଁରେ ଲୋକଙ୍କୁ ଏକଜୁଟ୍ କରି ବାପା ସୌମ୍ୟଙ୍କ ସପକ୍ଷରେ ଭୋଟ୍ ଦେବାକୁ ଅନୁରୋଧ କରୁଛନ୍ତି। ଗୋଟିଏ ପଟେ ସୌମ୍ୟ ଏଥର ଘଷିପୁରାରୁ ଜିତିବା ନେଇ ଝିଅ ତଲିନା ଆଶାବାଦୀ ରହିଥିବାବେଳେ ଅନ୍ୟପଟେ ପୁଣିଥରେ ବାପା ବଦ୍ରି ପାତ୍ର ଜିତିବେ ବୋଲି କହିଛନ୍ତି ଦେବାଶିଷ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ