Masthead

ବାଖମୁଟରେ ଋଷର ପ୍ରଚଣ୍ଡ ଆକ୍ରମଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଋଷ ୟୁକ୍ରେନ୍‌ ଯୁଦ୍ଧକୁ ବର୍ଷେ ବିତିଲାଣି ହେଲେ ବନ୍ଦ ହେବାର ନାଁ ଧରୁ ନାହିଁ । ଋଷ ସେନା ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି । ଏବେ ଆସିଛି ଏକ ବଡ଼ ଖବର । ୟୁକ୍ରେନ୍‌ର ବାଖ୍‌ମୁଟ ସହର ସଂପୂର୍ଣ୍ଣ ଭାବେ ଋଷ ଦଖଲକୁ ଆସିଯିବା ସ୍ଥିତି ସୃଷ୍ଟି ହୋଇଛି । ଋଷ ପାଇଁ ରଣନୀତିକ ଦୃଷ୍ଟିରୁ ଅତି ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା ବାଖ୍‌ମୁଟ ସହର ଦଖଲ ପାଇଁ ଋଷ ସେନା ପ୍ରଚଣ୍ଡ ଆକ୍ରମଣ ଜାରି ରଖିଛି। ସହର ଉପରେ ଅହରହ ଗୋଳାବର୍ଷା ଜାରି ରହିଥିବା ବେଳେ ଏଠାରେ ୟୁକ୍ରେନ୍‌ ସେନା ଶିବିର ଉପରେ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ୫ ଶହରୁ ଅଧିକ ସୈନିକ ନିହତ ହୋଇଥିବା ଜଣାପଡ଼ିଛି।

ଏହି ସହରକୁ ଋଷ ହାତରୁ ରକ୍ଷା କରିବା ପାଇଁ ସପ୍ତାହେ ହେଲା ୟୁକ୍ରେନ୍‌ ସେନା ଭୀଷଣ ସଂଘର୍ଷ ଜାରି ରଖିଛି ।  ଋଷ ସେନା ପୂରା ସହରକୁ ଚାରିପଟେ ଘେରି ରହିଛନ୍ତି । ୟୁକ୍ରେନ୍‌ ସେନା ବିଭିନ୍ନ ଅଞ୍ଚଳରୁ ପଛଘୁଞ୍ଚା ଦେବାକୁ ବାଧ୍ୟ ହୋଇଛି। ସହରର ବାସିନ୍ଦାମାନେ ଘରଦ୍ବାର ଛାଡ଼ି ହଜାର ହଜାର ସଂଖ୍ୟାରେ ପଳାୟନ କରୁଥିବା ଦେଖିବାକୁ ମିଳିଛି। ଲୋକେ ସହର ଖାଲି କରିବା ପାଇଁ ଋଷ ସେନା ମଧ୍ୟ ସେମାନଙ୍କୁ ସୁଯୋଗ ଦେଉଛି। ବିଗତ ୩୬ ଘଣ୍ଟାରେ ଏଠାରେ ୫ ଶହରୁ ଅଧିକ ୟୁକ୍ରେନ୍‌ ସୈନିକ ନିହତ ହୋଇଥିବା ବେଳେ ୩ ହଜାରରୁ ଅଧିକ ଆହତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି