Masthead

ପୁରୀ ପାଇଁ ନୂଆ ଏସଓପି !

ପୁରୀ(ବଡ଼ ଖବର ବ୍ୟୁରୋ): ଆସନ୍ତା ୧୩ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଲାଗୁ ହେବ ନୂଆ ଗାଇଡଲାଇନ ବା ଏସଓପି । ଆସନ୍ତା ୧୩ ତାରିଖରୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନ ପାଇଁ ଲାଗୁ ହେବ ନୂଆ  ଏସଓପି । ରାଜ୍ୟସରକାରଙ୍କ ସେପ୍ଚେମ୍ବରର ନୂଆ ଗାଇଡଲାଇନକୁ ନେଇ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥାରେ ଆଉ ଦୁଇ ଘଣ୍ଟା ଆର୍ଥାତ ସନ୍ଧ୍ୟା ସାତଟା ପରିବର୍ତ୍ତେ ନଅଟା ଯାଏଁ ହେବ ଦର୍ଶନ ।

ବିଶେଷ ପର୍ବପର୍ବାଣୀ ଦିନମାନଙ୍କରେ ବନ୍ଦ ରହିବ ଶ୍ରୀମନ୍ଦିରରେ ଦର୍ଶନ ବ୍ୟବସ୍ଥା । କୋଭିଡ କଟକଣାକୁ ନେଇ ଶ୍ରୀମନ୍ଦିରରେ ବଳବତ୍ତର ରହିଛି ଦର୍ଶନ ବ୍ୟବସ୍ଥାକୁ ନେଇ  ଏସଓପି । ଏଣିକି କେବଳ ରବିବାର ସାନିଟାଇଜେସନ ପାଇଁ ମନ୍ଦିର ବନ୍ଦ ରହିବା ସହ ଦର୍ଶନ ସମୟ ସକାଳ ସାତଟାରୁ ରାତି ନଅଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେପଟେ ଶ୍ରୀମନ୍ଦିର ଭିତରେ ଦିପ ଜାଳିବା ପାଇଁ କୋହଳ କରାଯାଇଥିବା ବେଳେ ପୂର୍ବ ଏସଓପି ବଳବତ୍ତର ରହିଛି ।

ପର୍ବପର୍ବାଣି ଦିନମାନଙ୍କରେ ଗହଳିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପ୍ରବେଶ ବନ୍ଦ ରଖାଯିବା ନେଇ ନିଷ୍ପତ୍ତି ହୋଇଥିବା ବେଳେ ଗଣେଶ ପୂଜା, ବିଶ୍ୱକର୍ମା ପୂଜା, ମହାଳୟା, ଦଶହରା ଓ କୁମାର ପୂର୍ଣ୍ଣିମାରେ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନାଙ୍କ ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ଦର୍ଶନ ଏସଓପିର ସମୀକ୍ଷା ବୈଠକ କରାଯାଇଥିଲା ।

ସେଥିରେ ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ମାସର ନୂଆ ଗାଇଡଲାଇନ ପରେ କୋହଳ ହୋଇଛି ଶ୍ରୀମନ୍ଦିର ଏସଓପି । ସମିକ୍ଷା ବୈଠକ ପରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏଣିକି ଶନିବାର ଭକ୍ତ ମାନଙ୍କ ଦର୍ଶନ ନିମନ୍ତେ ଖୋଲା ରହିବ ଶ୍ରୀମନ୍ଦିର। ବଡ଼ ବଡ଼ ପର୍ବପର୍ବାଣି ମାନଙ୍କରେ ଗହଳିକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ମାସରେ ଦୁଇ ଦିନ ଓ ଅକ୍ଟୋବର ମାସରେ ତିନି ଦିନ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ନଭେମ୍ବର ମାସରେ ହେବ ପୁନଃ ସମୀକ୍ଷା ବୈଠକ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା