Masthead

ପିଲା ସଂଖ୍ୟା ୧୦୩, ଶିକ୍ଷକ ସଂଖ୍ୟା ଶୂନ୍

ବାହାନଗା (ବଡ଼ ଖବର ବ୍ୟୁରୋ): ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ହାତରେ ୫ଟି ବିଦ୍ୟାଳୟ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଶିବପୁରା ସ୍ଥିତ ପ୍ରାଣବନ୍ଧୁ ବିଦ୍ୟାପୀଠରୁ ଆସିଛି ଏପରି ୫ଟି ଶିକ୍ଷାର ବିକଳ ଚିତ୍ର । ଏହି ବିଦ୍ୟାଳୟରେ ନବମ ଏବଂ ଦଶମ ଶ୍ରେଣୀରେ ମୋଟ ୧୦୩ ଜଣ ଛାତ୍ର ଛାତ୍ରୀ ପାଠ ପଢ଼ୁଥିବା ବେଳେ ନାହାନ୍ତି ଜଣେ ହେବ ଶିକ୍ଷକ । ପରିଚାଳନା କମିଟିର ନିଦେ୍ର୍ଦଶରେ ଗ୍ରାମର ଶିକ୍ଷିତ ଯୁବତୀ ମାନେ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି ।

ପୂର୍ବତନ ପ୍ରଧାନଶିକ୍ଷକ, ପରିଚାଳନା କମିଟି, ପୂର୍ବତନ ଛାତ୍ର ଛାତ୍ରୀ ବାଲେଶ୍ୱର ଜିଲ୍ଲାପାଳ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ଶିକ୍ଷକ ନିଯୁକ୍ତି ପାଇଁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି ଦିଆ ଯାଉନାହିଁ । ବିଦ୍ୟାଳୟ ଗୁଡିକୁ ୫ଟି ନାଁରେ ଉପରେ ରଙ୍ଗ ମାରି ଚିକଣ କରି ବାହା ବାହା ନେଉଥିବା ରାଜ୍ୟ ସରକାରଙ୍କ ଇଏ ହେଉଛି ବାସ୍ତବ ଚିତ୍ର । କମ୍ପ୍ୟୁଟର ଅଛି ହେଲେ ବିନା କମ୍ପ୍ୟୁଟର ଶିକ୍ଷକରେ କେମିତି ହେବ ପାଠ ପଢା, ବିଜ୍ଞାନ ଗାର ଅଛି ହେଲେ ବିଜ୍ଞାନ ଶିକ୍ଷକ ନାହାନ୍ତି ।

ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନିଜେ ଛାତ୍ରଛାତ୍ରୀ । ରାଜ୍ୟ ସରକାରଙ୍କ ୫ଟି ଶିକ୍ଷାର ଇଏ କିପ୍ରକାର ରୂପାନ୍ତର ଯେଉଁଠି ଜଣେ ହେଲେ ବି ଶିକ୍ଷକ ନାହାନ୍ତି । ଯେଉଁଥି ପାଇଁ ଭଲ ପାଠ ପଢିବାକୁ ଆଶା ରଖି ଆସିଥିବା ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଅନ୍ଧାର ଆଡକୁ ଠେଲି ଦେବାକୁ ଯାଉଛି । ଜଣେ ଚତୁର୍ଥୀ ଶ୍ରେଣୀ କର୍ମଚାରୀଙ୍କ ହାତରେ କିପରି ପିଲାମାନଙ୍କ ଭବିଷ୍ୟତ ଗଢ଼ା ଯିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ