Masthead

ଆଡିବନ୍ଧ ତଳେ ଚାଲିଗଲା ଦୁଇ ଶିଶୁଙ୍କ ଜୀବନ, ୩ଦିନ ପରେ ବି ପ୍ରଶାସନ ନୀରବ

ରାୟଗଡ଼ା (ବଡ଼ ଖବର ବ୍ୟୁରୋ): ଜେକେ କାଗଜକଳ ବାନ୍ଧିଥିବା ଆଡିବନ୍ଧ ତଳେ ଚାଲିଗଲା ଦୁଇଟି ଶିଶୁଙ୍କ ଜୀବନ । ନାଗବଳୀ ନଦୀ ଗର୍ଭରେ ନିର୍ମାଣ କରିଥିବା ବେଆଇନ ଆଡିବନ୍ଧ ସାଜିଲା ମରଣଯନ୍ତା । କାଗଜକଳ ନିଜ ଶୋଷ ମେଣ୍ଟାଉ ମେଣ୍ଟାଉ ୫୦ଫୁଟର ଖାଇରେ ବୁଡିଗଲେ ୨ନିଷ୍ପାପ ଜୀବନ । କୌଣସ ସୁରକ୍ଷା ବ୍ୟବସ୍ଥା ନାହିଁ କି ଲୋକଙ୍କ ପାଇଁ କାରଖାନାର ନିଘା ନାହିଁ । ନଦୀଗର୍ଭକୁ କ୍ଷତବିକ୍ଷତ କରି ଛାଡିଦେଇଥିବା ବେଳେ ସୁଦ୍ଧିକ୍ରୀୟା ପାଇଁ ସାନ ଚାନ୍ଦିଲି ଗ୍ରାମବାସୀ ନଦୀରେ ଗାଧେଇବା ବେଳେ ଖାଇର ଭଉଁରୀରେ ଫସିଯାଇଥିଲେ ଦୁଇ ଶିଶୁ । ଆଉ ଉଦ୍ଧାର କରୁ କରୁ ଚାଲିଗଲା ଦୁଇ ଶିଶୁଙ୍କ ଜୀବନ । ଘଟଣାର ୩ଦିନ ପରେ ବି ପ୍ରଶାସନ ନୀରବ କାହିଁକି ।

ନାଗାବଳୀ ନଦୀକୁ କ୍ଷତବିକ୍ଷତ କରିଦେଇଛି ଜେକେ କାଗଜକଳ । ନିଜ କାରଖାନାର ସ୍ୱାର୍ଥ ହାସଲ ପାଇଁ ନାଗାବଳୀ ନଦୀର ପାଣିକୁ ବାନ୍ଧି ରଖିଛି କାରଖାନା । ବଡବଡ ବ୍ୟାଗରେ ବାଲି ପୁରାଇ ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ବାନ୍ଧି ଶୋଷି ନେଉଛି ପାଣି । ଲକ୍ଷଲକ୍ଷ କ୍ୱୀସେକ ପାଣି ଟାଣି ନିଜର ଉତ୍ପାଦନ କରି ଲଭାନ୍ୱୀତ ହେଉଛି ସତ କିନ୍ତୁ ସାଧାରଣ ଜନତାଙ୍କୁ ବିପଦ ମୁହଁକୁ ଠେଲି ଦେଉଛି । ଯାହାର ପରିଣାମ ଭୋଗିବାକୁ ପଡିଛି ନଦୀ କୂଳରେ ବସ୍ତି ସାନ ଚାନ୍ଦିଲିରେ ରହୁଥିବା ଦୁଇଟି ପରିବାରର ଦୁଇଜଣ ୯ବର୍ଷର ଝିଅ ଅନୁସ୍କା ଏବଂ ହେମାଦେଇ । ସାନଚାନ୍ଦିଲି ବସ୍ତିକୁ ଲାଗି ବୋହିଯାଉଛି ନାଗାବଳୀ ନଦୀ । ଆଉ ଏହି ନଦୀଗର୍ଭରେ ଜେକେ କାଗଜକଳ ବଡବଡ ଜରି ବସ୍ତାରେ ବାଲି ଭର୍ତ୍ତି କରି ନାଗାବଳୀ ନଦୀର ପାଣିକୁ ବାନ୍ଧି ରଖିଛି ।

ଉଚ୍ଚ କ୍ଷମତା ସମ୍ପନ୍ନ ମଟର ଲଗାଇ ପାଣିକୁ ଟାଣି ନେଉଛି । ଏହି ପ୍ରକ୍ରିୟା ଏବେକାର ନୁହେଁ । ବର୍ଷବର୍ଷ ଧରି ଚାଲିଥିବା ବେଳେ ସାନଚାନ୍ଦିଲି ଗ୍ରାମର କିଛି ମହିଳା ଓ ପୁରୁଷ ସୁଦ୍ଧିକ୍ରୀୟା ସକାଶେ ଗାଧୋଇବାକୁ ଯାଇଥିଲେ । ଆଡିବନ୍ଧର ଗୋଟିଏ ପାଶ୍ୱରୁ କିଛି ପାଣି କାରଖାନା କର୍ତ୍ତୃପକ୍ଷ ଛାଡିଥିବା ସେଠାରେ ଏକ ବିରାଟ ଖାଇ ସୃଷ୍ଟି ହୋଇଛି । କିଛି ଜାଣିନଥିବା ସାନଚାନ୍ଦିଲିର ଲୋକେ ଗାଧୋଇବା ବେଳେ ଦୁଇଜଣ ଶିଶୁ ସେହି ଖାଇରେ ଭଉଁରୀ କାଟୁଥିବା ପାଣିରେ ଭାସି ଯାଇଥିଲେ । ଦେଖୁ ଦେଖୁ ଦୁଇଟି ଶିଶୁ ୫୦ଫୁଟ ଖାଇ ଭିତରକୁ ଚାଲିଯାଇଥିଲେ ।

ଉପସ୍ଥିତ ଲୋକଙ୍କ ଆପ୍ରଣ ଚେଷ୍ଟା ଫଳରେ ଜଣେ ଶିଶୁକୁ ଜୀବନ୍ତ ଉଦ୍ଧାର କରାଯାଇଥିଲା ସତ । କିନ୍ତୁ ଚିକିତ୍ସାଳୟକୁ ନେଉ ନେଉ ତାର ମତ୍ୟୁୁ ହୋଇଯାଇଥିଲା । ଅନ୍ୟ ଜଣେ ଶିଶୁକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବିଭାଗକୁ ଆସିବାକୁ ପଡିଥିଲା । ଖାଇ ଭିତରକୁ ଯିବାପାଇଁ ବାହିନୀର ଯବାନ ମାନେ ଭୟ କରିଥିଲେ । ପରେ ଅକ୍ସିଜେନ ସିଲିଣ୍ଡର ଲଗାଇ ଭିତରକୁ ପଶି ଶିଶୁଟିକୁ ଉଦ୍ଧାର କରିଥିଲେ । ସେତେବେଳକୁ ତାର ଜୀବନ ଚାଲିଯାଇଥିଲା । ତେବେ ଏହି ସମସ୍ୟା ଗୋଟିଏ ଦିନର ନୁହେଁ । ବର୍ଷବର୍ଷ ଧରି ଆଡିବନ୍ଧକୁ ନେଇ ଲୋକେ ସମସ୍ୟା ଭୋଗୁଛନ୍ତି । ଆଉ ଏଭଳି ଅନେକ ହାନୀ ଘଟୁଛି । ଆଉ କାରଖାନାର ଭୟରେ ଲୋକେ ମୁହ ଖୋଲିବାକୁ ସାହାସ କରୁନାହାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ