Masthead

ବୈପାରିଗୁଡା ଅବକାରୀ ବିଭାଗର ଚଢାଉ

ବୈପାରିଗୁଡା,(ବଡ଼ ଖବର ବ୍ୟୁରୋ): ଜିଲ୍ଲା ଅବକାରୀ ଅଧିକ୍ଷକ ନିର୍ଦ୍ଦେଶକ୍ରମେ ବୈପାରିଗୁଡା ଅବକାରୀ ବିଭାଗ ପକ୍ଷରୁ ଘନ ଘନ ଚଢ଼ାଉ ଜାରି ରହିଛି। ଦୋରାଗୁଡା ପଞ୍ଚାୟତ ଅନ୍ତର୍ଗତ ବନବେଡା ପାହାଡକୁ ଲାଗି ବୋହୁଥିବା ଝରଣା କୂଳରେ ମଦ ରନ୍ଧା ଯାଉଥିବା ବେଳେ ଏହାର ଖବର ପାଇ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରାଯାଇଥିଲା । ଚଢାଉ ଫଳରେ ବିପୁଳ ପରିମାଣରେ ପୋଚ ଜବତ କରିବା ସହ ଏହାକୁ ନଷ୍ଟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତମାନେ ଏହି ରନ୍ଧା ମଦକୁ ପାହାଡ଼ର ଏକ ଗୁମ୍ଫାରେ ଲୁଚାଇ ରଖୁଥିଲେ। ବିଭାଗୀୟ କର୍ମଚାରୀ ଠାବକରି ସେହି ମଦକୁ ଢ଼ାଳି ନଷ୍ଟ କରିଛନ୍ତି ।

ସେହିପରି କୁନ୍ଦୁରା ବ୍ଲକ ଅନ୍ତର୍ଗତ ହାଟଖୁଡୁପି ଠାରେ ମଟରସାଇକେଲ ସହ ୧୫୦ ପ୍ୟାକେଟ ମଦ ଜବତ କରିବା ସହ ଅଭିଯୁକ୍ତ ଜଗନ୍ନାଥ ହରିଜନକୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି ଅବକାରୀ ବିଭାଗ । ଅଭିଯୁକ୍ତ ଜଣକ ମଟରସାଇକେଲ ଯୋଗେ ହାଟଖୁଡୁପି ଠାରୁ ବୈପାରିଗୁଡା ଚାଲାଣ କରୁଥିବା ଏକ ହିରୋହୋଣ୍ଡା ଡିଲେକ୍ସ ଗାଡ଼ିକୁ ଜବତ କରିଥିବା ନେଇ ଅବକାରୀ ବିଭାଗ ଆଇଆଇସି ବିମ୍ବାଧର ପଣ୍ଡା ସୂଚନା ଦେଇଛନ୍ତି। ଓଆଇସି ଏସ୍.କେ.ପାଉଲେ, ଏଏସଆଇ ରଶ୍ମି ରଞ୍ଜନ ନାୟକ, ମୋନଜ ପ୍ରଧାନ, ସରୋଜ ବେହେରା, ସତ୍ୟମ୍ ଶୁଭମ୍ ପାତ୍ର ଏବଂ ହୀରାମଣି ଭତ୍ରା ମିଳିତ ଭାବରେ ଏହି ଚଢାଉ କରି ଏହାକୁ ଜବତ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା