Before Header

ଭୋଟ ବର୍ଜନ ଚେତାବନୀ

0 935

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ରାସ୍ତା ନାହିଁ ତ ଭୋଟ ନାହିଁ । ଚେତାବନୀ ଦେଲେ ଗାଁ ଲୋକେ । ଏଭଳି ପ୍ରତିକ୍ରିୟାର ବିଦ୍ରୋହ ଆସିଛି ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଆନନ୍ତପୁର ପଞ୍ଚାୟତ ନାଥ ସାହିରୁ । ନିଜର ପ୍ରତିବାଦ ଶୁଣାଇବାକୁ ବାଲେଶ୍ୱର ଜିଲ୍ଲାପାଳ ପାଖରେ ପହଁଞ୍ଚିଲେ ଅଞ୍ଚଳବାସୀ । ରାଜ୍ୟରେ ବିଜେଡି ୨୫ ବର୍ଷ ଶାସନ ପରେବି ଗାଁକୁ ନାହିଁ ରାସ୍ତା ।

ପିଇବା ପାଇଁ ପାଣି ମିଳୁନି । ଯାହାକୁ ନେଇ ଗାଁ ଲୋକଙ୍କ ଭିତରେ ତୀବ୍ର ଅସେନ୍ତାଷ ଦେଖାଦେଇଛି । ଏଥର ନେତା ଆସନ୍ତୁ କି ମନ୍ତ୍ରୀ ଆସନ୍ତୁ କାହା କଥା ଶୁଣିବୁ ନାହିଁ । ଭୋଟ ଦେବାକୁ ଯିବୁନି । ଦୀର୍ଘଦିନର ସମସ୍ୟାକୁ ନେଇ ବାରମ୍ବାର ନେତା, ମନ୍ତ୍ରୀ, ବିଧାୟକ ଓ ଜିଲ୍ଲା ପ୍ରଶାସନ ସମସ୍ତେ ଜାଣିଥିଲେ ବି ବିଫଳ ହୋଇଛି ଲୋକଙ୍କ ସମସ୍ୟାର ସମାଧାନ ।

Leave A Reply

Your email address will not be published.