ପାରଳାଖେମୁଣ୍ଡିରେ ବିଜେପିର ବାଇକ ରାଲି

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନମଣ୍ଡଳିରେ ବିଜେପିର ବାଇକ ରାଲି ଅନୁଷ୍ଠିତ ହୋଇଯାଇଛି । ଗୋଷାଣି ବ୍ଲକ ଲାବାଣ୍ୟଗଡ ଠାରୁ ଆରମ୍ଭ ହୋଇଥିବା ଏହି ବାଇକ ରାଲିରେ ୧୫୦୦ରୁ ଅଧିକ ବାଇକ ଯୋଗେ ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କେ.ନାରାୟଣ ରାଓଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦେଇ ବିଭିନ୍ନ ଗ୍ରାମାଞ୍ଚଳ ଗସ୍ତ କରିଥିବାର ଦେଖିବାକୁ ମିଳିଥିଲା ।

ଲାବାଣ୍ୟଗଡ, ଗାରବନ୍ଧ, ଗୁରାଣ୍ଡି, ଭୁଷୁକୁଡି, ତାଟିପାଟି, ମାଛମରା, ଉପଲଡା, ପାଟିକୋଟା, ବି.ସୀତାପୁର, ଯାଜପୁର ଆଦି ଗ୍ରାମାଞ୍ଚଳ ଦେଇ ପାରଳାଖେମୁଣ୍ଡି ସହରରେ ପହଞ୍ଚିଥିଲା । ପାରଳା ସହର ପରିକ୍ରମା କରିବା ପରେ ବଜାର ଛକ ଠାରେ ଥିବା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଦଳର ପ୍ରଚାର ପ୍ରସାର ପାଇଁ ଉପସ୍ଥିତ କର୍ମୀମାନଙ୍କୁ ଆହ୍ବାନ ଦେଇଥିଲେ । ଏହିକାର୍ଯ୍ୟକ୍ରମରେ ବିପୁଳ ପରିମାଣରେ କର୍ମୀ ଓ ନେତାମାନେ ଯୋଗଦେଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ