Masthead

ରାୟବରେଲିରୁ ରାୟଗଡାକୁ ଭିଡିଓ ବାର୍ତ୍ତା ପଠାଇଲେ ରାହୁଲ ଗାନ୍ଧୀ , ଦେଲେ ୫ ଗ୍ୟାରେଣ୍ଟି

ରାୟଗଡା(ବଡ଼ ଖବର ବ୍ୟୁରୋ): ରାହୁଲ ଗାନ୍ଧୀଙ୍କ ଆସିଲା ଭିଡିଓ ବାର୍ତ୍ତା । ବିଜେପି କୁ ଟାଗେର୍ଟ କଲେ ରାହୁଲ ଗାନ୍ଧୀ । ରାୟବରେଲିରୁ ରାୟଗଡାକୁ ପଠାଇଲେ ଭିଡିଓ ବାର୍ତ୍ତା । ବାର୍ତ୍ତାରେ ରାହୁଲ କହିଛନ୍ତି ନିର୍ବାଚନ ସମୟରେ ଲୋକତନ୍ତ୍ର ଓ ସମ୍ବିଧାନ ଉପରେ ଆକ୍ରମଣ ହେଉଛି । କଂଗ୍ରେସ ଓ ଇଣ୍ଡିଆ ମେଣ୍ଟ ଲୋକତନ୍ତ୍ର ଓ ସମ୍ବିଧାନକୁ ବଞ୍ଚାଇବାକୁ ଚେଷ୍ଟା କରୁଛି । ବିଜେପି ଲୋକତନ୍ତ୍ର କୁ ଶେଷ କରିବାକୁ ଚାହୁଁଛି । ଦେଶର ଗରିବ ଶ୍ରମିକ, ଆଦିବାସୀ ,ପଛୁଆବର୍ଗଙ୍କୁ ଯାହା ମିଳିଛି ତାହା ସମ୍ବିଧା କାରଣରୁ ମିଳିଛି । ୨୦ ରୁ ୨୫ ଉଦ୍ୟୋଗପତିଙ୍କୁ ଲାଭ ପହଞ୍ଚାଉଛି ବିଜେପି । ଆଦିବାସୀ ହେଉଛନ୍ତି ଦେଶର ପ୍ରଥମ ନାଗରିକ, ବିଜେପି ଆଦିବାସୀଙ୍କ ବନବାସୀ କହୁଛି । ଏଭଳି କହି ଆଦିବାସୀଙ୍କୁ ଅପମାନ କରୁଛି ବିଜେପି । କଂଗ୍ରେସ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ କରୁଛି ।

ଏହାଶହ କଂଗ୍ରେସର ୫ଟି ଗ୍ୟାରେଣ୍ଟି ଦେଲେ ରାହୁଲ ଗାନ୍ଧୀ । ମହାହାଲଷ୍ମୀ ଯୋଜନା ମାଧ୍ୟମରେ ପ୍ରତ୍ୟକ ଘରର ମହିଳାଙ୍କୁ ବର୍ଷକୁ ୧ଲକ୍ଷ ଟଙ୍କା । ଦ୍ୱତୀୟରେ ବେକାରି ଯୁବକ ଯୁବତୀ ମାନଙ୍କୁ ପେହେଲି ନୌକରି ପକ୍କି ଯୋଜନାରେ ପ୍ରତ୍ୟେକ ଶିକ୍ଷିକ ବେକାରୀ ଯୁବକଙ୍କୁ ନିଯୁକ୍ତି ଗ୍ୟାରେଣ୍ଟି ଦିଆଯିବ । ସେହିଭଳି ଏହି ଯୁବକଙ୍କ ଆକାଉଣ୍ଟକୁ ମଧ୍ୟ ବର୍ଷେ ପର୍ୟ୍ୟନ୍ତ ଏକ ଲକ୍ଷ ଟଙ୍କା ସହାୟତା ରାଶି ଯିବ । ଚାଷୀଙ୍କ ଋଣ ଛାଡ କରାଯିବ । ମନେରଗା ଶ୍ରମିକଙ୍କୁ ୪୦୦ ଟଙ୍କା ପାରିଶ୍ରମିକ ଦିଆଯିବ, ଆଶା ଓ ଅଙ୍ଗନବାଡି ମହିଳାଙ୍କ ଆୟ ଦୁଇଗୁଣା ବଢିବ, ମହିଳାଙ୍କ ପାଇଁ ସରକାରୀ ଓ ପବ୍ଲିକ ସେକ୍ଟର ଅଫିସରେ ୫୦% ସଂରକ୍ଷଣ ରହିବ । କଂଗ୍ରେସ ସରକାର ଆସିଲେ ଜାତି ଆଧାରରେ ଜନଗଣନା ହେବ । ସମ୍ବିଧାନ ବିନା ଗରିବ, ଆଦିବାସୀ, ପଛୁଆବର୍ଗଙ୍କ ପାଇଁ କିଛି ବି ମିଳିବନି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ