Masthead

ଭାରତୀୟ ରାଜନୀତିରେ ଆଜିର ତାରିଖ, ଯାହାକୁ ଦେଶ କହେ ‘କଳା ଦିନ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ଆଜି ହେଉଛି ଜୁନ ୨୫ । ଭାରତ ଇତିହାସର ଏକ ଚର୍ଚ୍ଚିତ ତାରିଖ । ୧୯୭୫ ମସିହା ଜୁନ ୨୫ରେ ଦେଶରେ ଲାଗୁ ହୋଇଥିଲା ଆଭ୍ୟନ୍ତରୀଣ ଜରୁରୀକାଳୀନ ପରିସ୍ଥିତି । ଯାହାକୁ ଏମରଜେନ୍ସି ବୋଲି କୁହାଯାଏ । ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିଲେ । ପ୍ରାୟ ଦୁଇ ବର୍ଷ ଧରି ଦେଶରେ ଏମର୍ଜେନ୍ସି ଲାଗୁ ହୋଇଥିଲା । ଏହି ସମୟରେ ଦେଶର ସବୁ କ୍ଷମତା ପ୍ରଧାନମନ୍ତ୍ରୀଙ୍କ ହାତକୁ ଚାଲିଯାଇଥିଲା । ଏଭଳି କି ନ୍ୟାୟପାଳିକାକୁ ମଧ୍ୟ ଅକାମୀ କରିଦିଆଯାଇଥିଲା ।

ଭାରତୀୟ ଇତିହାସରେ ଏମରଜେନ୍ସିଙ୍କୁ କଳା ଦିବସ ବୋଲି କୁହାଯାଏ । ଏହି କାରଣରୁ ଅନେକ ସମୟରେ ଇନ୍ଦିରା ଗାନ୍ଧିଙ୍କୁ ନିନ୍ଦିତ ହେବାକୁ ପଡିଛି । ଖାଲି ଇନ୍ଦିରା ଗାନ୍ଧି ନୁହେଁ ବରଂ କଂଗ୍ରେସକୁ ମଧ୍ୟ ନିନ୍ଦିତ ହେବାକୁ ପଡିଥିଲା। ସେତେବେଳେ ଇନ୍ଦିରା ଗାନ୍ଧି ଓ ତାଙ୍କ ପୁଅ ସଞ୍ଜୟ ଗାନ୍ଧି ପୂରା ଏମରଜେନ୍ସିକୁ ପରିଚାଳନା କରୁଥିବାର କୁହାଯାଏ ।

ବିରୋଧୀ ପକ୍ଷର ନେତମାନଙ୍କୁ ଜେଲରେ ଭର୍ତ୍ତି କରିଦିଆଗଲା । ଗଣମାଧ୍ୟମ ଉପରେ ଅଙ୍କୁଶ ଲାଗିଲା । ବାକ୍ ସ୍ବାଧୀନତା ବିପଦରେ ପଡ଼ିଲା । ସେ ସମୟର ଦେଶର ବଡ଼ ନେତା ଜୟପ୍ରକାଶ ନାରାୟଣ(ଜେପି) ଇନ୍ଦିରା ସରକାର ବିରୋଧରେ ଦିଲ୍ଲୀର ରାମଲୀଲା ମୈଦାନରେ ନାରା ଦେଇଥିଲେ । ଯାହା ଦେଖି ସରକାର ଭୟଭୀତ ହୋଇଯାଇଥିଲେ । ଫଳ ସ୍ବରୂପ ଗଣତନ୍ତ୍ରର ହତ୍ୟା କରି ଇନ୍ଦିରା ଗାନ୍ଧି ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିଲେ । ୧୯୭୭ ରେ ଜରୁରୀ ସ୍ଥିତି ହଟିବା ପରେ ନିର୍ବାଚନ ହୋଇଥିଲା । ଜନତା ଦଳର ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ମାତ୍ର ୩ ବର୍ଷ ପରେ ପୁଣି କ୍ଷମତାକୁ ଫେରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର