Masthead

ଭାରତୀୟ ରାଜନୀତିରେ ଆଜିର ତାରିଖ, ଯାହାକୁ ଦେଶ କହେ ‘କଳା ଦିନ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ଆଜି ହେଉଛି ଜୁନ ୨୫ । ଭାରତ ଇତିହାସର ଏକ ଚର୍ଚ୍ଚିତ ତାରିଖ । ୧୯୭୫ ମସିହା ଜୁନ ୨୫ରେ ଦେଶରେ ଲାଗୁ ହୋଇଥିଲା ଆଭ୍ୟନ୍ତରୀଣ ଜରୁରୀକାଳୀନ ପରିସ୍ଥିତି । ଯାହାକୁ ଏମରଜେନ୍ସି ବୋଲି କୁହାଯାଏ । ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଦେଶର ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିଲେ । ପ୍ରାୟ ଦୁଇ ବର୍ଷ ଧରି ଦେଶରେ ଏମର୍ଜେନ୍ସି ଲାଗୁ ହୋଇଥିଲା । ଏହି ସମୟରେ ଦେଶର ସବୁ କ୍ଷମତା ପ୍ରଧାନମନ୍ତ୍ରୀଙ୍କ ହାତକୁ ଚାଲିଯାଇଥିଲା । ଏଭଳି କି ନ୍ୟାୟପାଳିକାକୁ ମଧ୍ୟ ଅକାମୀ କରିଦିଆଯାଇଥିଲା ।

ଭାରତୀୟ ଇତିହାସରେ ଏମରଜେନ୍ସିଙ୍କୁ କଳା ଦିବସ ବୋଲି କୁହାଯାଏ । ଏହି କାରଣରୁ ଅନେକ ସମୟରେ ଇନ୍ଦିରା ଗାନ୍ଧିଙ୍କୁ ନିନ୍ଦିତ ହେବାକୁ ପଡିଛି । ଖାଲି ଇନ୍ଦିରା ଗାନ୍ଧି ନୁହେଁ ବରଂ କଂଗ୍ରେସକୁ ମଧ୍ୟ ନିନ୍ଦିତ ହେବାକୁ ପଡିଥିଲା। ସେତେବେଳେ ଇନ୍ଦିରା ଗାନ୍ଧି ଓ ତାଙ୍କ ପୁଅ ସଞ୍ଜୟ ଗାନ୍ଧି ପୂରା ଏମରଜେନ୍ସିକୁ ପରିଚାଳନା କରୁଥିବାର କୁହାଯାଏ ।

ବିରୋଧୀ ପକ୍ଷର ନେତମାନଙ୍କୁ ଜେଲରେ ଭର୍ତ୍ତି କରିଦିଆଗଲା । ଗଣମାଧ୍ୟମ ଉପରେ ଅଙ୍କୁଶ ଲାଗିଲା । ବାକ୍ ସ୍ବାଧୀନତା ବିପଦରେ ପଡ଼ିଲା । ସେ ସମୟର ଦେଶର ବଡ଼ ନେତା ଜୟପ୍ରକାଶ ନାରାୟଣ(ଜେପି) ଇନ୍ଦିରା ସରକାର ବିରୋଧରେ ଦିଲ୍ଲୀର ରାମଲୀଲା ମୈଦାନରେ ନାରା ଦେଇଥିଲେ । ଯାହା ଦେଖି ସରକାର ଭୟଭୀତ ହୋଇଯାଇଥିଲେ । ଫଳ ସ୍ବରୂପ ଗଣତନ୍ତ୍ରର ହତ୍ୟା କରି ଇନ୍ଦିରା ଗାନ୍ଧି ଜରୁରୀକାଳୀନ ସ୍ଥିତି ଘୋଷଣା କରିଥିଲେ । ୧୯୭୭ ରେ ଜରୁରୀ ସ୍ଥିତି ହଟିବା ପରେ ନିର୍ବାଚନ ହୋଇଥିଲା । ଜନତା ଦଳର ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ହୋଇଥିଲେ । ତେବେ ମାତ୍ର ୩ ବର୍ଷ ପରେ ପୁଣି କ୍ଷମତାକୁ ଫେରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା