Masthead

ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ଜଳକା

 ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ବାଲେଶ୍ୱର ଜିଲ୍ଲାରେ ପ୍ରବାହିତ ନଦୀ ଗୁଡିକରେ ବନ୍ୟା ପରିସ୍ଥିତି । ବିଶେଷକରି ଉପର ମୁଣ୍ଡରେ ବର୍ଷା ଅଧିକ ହେବାରୁ ସୁବର୍ଣ୍ଣରେଖା ଓ ଜଳକା ନଦୀର ଜଳସ୍ତର ବିପଦ ସଂକେତକୁ ଅତିକ୍ରମ କରି ଭୋଗରାଇ, ଜଳେଶ୍ୱର, ବସ୍ତା ଓ ବାଲିଆପାଳ ବ୍ଲକର ଗାଁ ଗଣ୍ଡାରେ ବନ୍ୟା ଜଳ ପଶି ଢେଉ ମାରୁଛି। ପୂର୍ଣ୍ଣିମା ଥିବା ଯୋଗୁ ସମୁଦ୍ର ଜୁଆର ବନ୍ୟା ଜଳକୁ ନିଷ୍କାସିତ ହେବାକୁ ଦେଉନାହିଁ। ସେହିଭଳି ବୁଢ଼ାବଳଙ୍ଗ, ସୋନ ଓ ଗଙ୍ଗାହାର ନଦୀର ଜଳସ୍ତର ବିପଦ ସଂକେତ ତଳେ ଥିଲେ ବି, ହୁଗୁଳା ନଦୀବନ୍ଧକୁ ଭାଙ୍ଗି ବନ୍ୟା ଜଳ ସଦର ଓ ରେମୁଣା ବ୍ଲକର ନଦୀ କୁଳିଆ ଅଞ୍ଚଳର ଚାଷଜମିକୁ ତିନିଦିନ ହେଲା ବୁଡାଇ ରଖିଛି। ଗତକାଲି ଆଠଟାରେ ମିଳିଥିବା ରିପୋର୍ଟରୁ ଜଣାଯାଇଛି, ସୁବର୍ଣ୍ଣରେଖା ନଦୀର ଜଳସ୍ତର ବିପଦ ସଂକେତ ୧୦.୩୬କୁ ଅତିକ୍ରମ କରି ବର୍ତ୍ତମାନ ୧୧.୩୭ମିଟର ରହିଛି। ସେହିଭଳି ଜଳକା ନଦୀର ଜଳ ସ୍ତର ୬.୫୦ମିକୁ ଅତିକ୍ରମ କରି ବର୍ତ୍ତମାନ ୬.୫୪ମିଟର ଉଚ୍ଚରେ ପ୍ରବାହିତ ହେଉଛି।

ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଓ ବସ୍ତା ବ୍ଲକରେ ବନ୍ୟା ପରିସ୍ଥିତି ବର୍ତ୍ତମାନ ସୁଦ୍ଧା ଉଦ୍‌ବେଗଜନକ ରହିଛି। ଜୀବନ ହାନି ହୋଇ ନ ଥିଲେବି ଏହି ଚାରିଟି ବ୍ଲକରେ ଧନ ସମ୍ପତ୍ତି ଓ ଫସଲ କ୍ଷତିଗ୍ରସ୍ତ ହେବାର ବହୁତ୍‌ ଆଶଙ୍କା ରହିଛି। ଚଳିତ ବନ୍ୟାରେ ଉତ୍ତର ବାଲେଶ୍ୱରର ଚାରିଟି ବ୍ଲକ ସମେତ ସଦର ଓ ରେମୁଣା ବ୍ଲକର ପ୍ରାୟ ୮ ହଜାର ହେକ୍ଟର ଚାଷ ଜମିକୁ ବନ୍ୟାଜଳ ବୁଡ଼ାଇ ରଖିଛି। ଏହାବାଦ ଭୋଗରାଇ, ବାଲିଆପାଳ, ବସ୍ତା ଓ ଜଳେଶ୍ୱର ବ୍ଲକର ୩୫ରୁ ଉର୍ଦ୍ଧ ଗ୍ରାମ ଜଳବନ୍ଦୀ ଅବସ୍ଥାରେ ରହିଛି। ପ୍ରଶାସନ ପକ୍ଷରୁ ତଳିଆ ଅଞ୍ଚଳରେ ଦୁଇ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କୁ ରନ୍ଧାଖାଦ୍ୟ ଦିଆଯାଉଛି। ଏତଦବ୍ୟତୀତ ବନ୍ୟା ଜଳରେ ଅଧିକ ପ୍ରଭାବିତ ହେଇଥିବା ଗ୍ରାମ ଗୁଡିକରୁ ବିପନ୍ନ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ୮ଟି ଫାୟାର ଟିମ, ତିନୋଟି ଓଡ୍ରାଫ ଟିମ, ଗୋଟିଏ ଏନ୍‌ଡ଼ିଆରଏଫ ଟିମ ନିୟୋଜିତ ଅଛନ୍ତି। ବିଭିନ୍ନ ବିଭାଗୀୟ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ