Masthead

ଧରାପଡ଼ିଲା ଆନ୍ତଃଜିଲ୍ଲା ଡକାୟତି ଗ୍ୟାଙ୍ଗ

ଓଡ଼ଗାଁ, (ବଡ଼ ଖବର ବ୍ୟୁରୋ): ନୟାଗଡ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ନନ୍ଦିଘୋର ଗ୍ରାମର ଆନ୍ତଃଜିଲ୍ଲା ଡକାୟତ ଗ୍ୟାଙ୍ଗର କିଛି ସଦସ୍ୟ ପୂର୍ବରୁ ପୋଲିସ ହାତରେ ଧରାପଡିଥିଲେ । ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ଆବେଦନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଡକାୟତି ଗ୍ୟାଙ୍ଗରେ ୧୦ ଜଣ ସଦସ୍ୟ ଜେଲ ଯାଇଥିବା ପୋଲିସ କହିଛି । ଦୁଇ ଦଫାରେ ଏହି ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ବହୁ ମୋବାଇଲ, ଚୋରା ଗାଡି ପାର୍ଟସ ସହିତ ୩ଟି ଟ୍ରାକ୍ଟର ଓ କାର ଜବତ ହୋଇଥିଲା ।

ସେମାନଙ୍କ ସୂଚନା ଅନୁସାରେ ପୋଲିସ ମଙ୍ଗଳବାର ନୂଆଗାଁ ବାନାଞ୍ଚଳ ଅନ୍ତର୍ଗତ ଡିମିରିପଲ୍ଲୀ ନିକଟସ୍ଥ ଦୁରୁଙ୍ଗୀ ଜଙ୍ଗଲରେ ପଇନ୍ତରା ମାରିଥିଲା । ନାଲିରଙ୍ଗର କାରକୁ ପିଛା କରିବା ସହିତ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ସେମାନେ ହେଲେ ନନ୍ଦିଘୋର ତୁଳସୀସାହିର ଟୁଲୁ ଓରଫ କାର୍ତ୍ତିକ ନାୟକ(୨୩), ନନ୍ଦିଘୋର ଓସ୍ତିଆର ନାକୁଳ ଓରଫ ସନ୍ତୋଷ ବେହେରା(୨୩) ଓ ସେମାନଙ୍କୁ ଆଶ୍ରୟ ଦେଇଥିବା ସ୍ଥାନୀୟ ଏନଏସି ଖେଳପଡିଆ ସାହିର ଟୁନା ଓରଫ କୈଳାଶ ସାହୁ(୪୫)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କୁ ପଚରାଉଚରା କରି ବୋଲିସ ବହୁ ଚୋରାଗାଡ଼ିର ସନ୍ଧାନ ପାଇଛି । ସେମାନେ ବ୍ୟବହାର କରୁଥିବା ନାଲିରଙ୍ଗର ଇଣ୍ଡିଗୋ କାର କଳିଙ୍ଗା ଘାଟିରୁ ଲୁଟ କରିଥିବା ବେଳେ ଖଜୁରୀପଡାରୁ ଚୋରି କରିଥିବା ଏକ ବୋଲେରୋ, ପିକଅପ ଭ୍ୟାନ ଏବଂ ମୁଜାଗଡରୁ ଚୋରି କରିଥିବା ଏକ ଟ୍ରାକ୍ଟର ପୋଲିସ ଜବତ କରିଥିବା ତଦନ୍ତକାରୀ ଅଧିକାରୀ ସଞ୍ଜୟ କୁମାର ପରିଡା ସୂଚନା ଦେଇଛନ୍ତି । ହେଲେ ଏହି ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବାକୁ ପୋଲିସ ଉଦ୍ୟମ କରୁଥିବା ସେ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା