Masthead

ଝିଅ ଯୋଗାଡ଼ କରୁଥିଲା ଆଭା

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): କଳାହାଣ୍ଡି ଜିଲା କେଗାଁ ଥାନା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଓ କଲେଜର ମାଲିକ ଗୋବିନ୍ଦ ସାହୁ ଏବେ ବିଚାର ବିଭାଗୀୟ ହାଜତରେ । ତାର ସହଯୋଗୀ ରାଧେ ମଧ୍ୟ ଜେଲର ଚାରିକାନ୍ଥ ମଧ୍ୟରେ । ଏ ଦୁହେଁ କଣ୍ଟାବାଞ୍ଝି ଜେଲରେ କ୍ୱାରେଣ୍ଟାଇନରେ ଅଛନ୍ତି । ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦର ଯୌନ କେଳେଙ୍କାରୀ ଘଟଣାର ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ଗୋବିନ୍ଦର ଅନୈତିକ କାର୍ଯ୍ୟକୁ ମମିତା ଘୋର ବିରୋଧ କରୁଥିଲେ । ଆଉ ସେହି ଅନୁଷ୍ଠାନର ଆଭା ନାମକ ଜଣେ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟକଳାପକୁ ନେଇ ଏବେ ଢେର ଚର୍ଚ୍ଚା । ଆଭା ମାଡାମ କୁଆଡ଼େ ଗୋବିନ୍ଦଙ୍କ ପାଇଁ ଝିଅ ଠିକ କରୁଥିଲେ । କ୍ଲାସ ରୁମର ପ୍ରତିଟି ଝିଅଙ୍କ ଉପରେ ଥିଲା ଆଭା ମାଡାମଙ୍କ ନଜର । ସୁନ୍ଦରୀ ଝିଅଙ୍କୁ ପରୀକ୍ଷାରେ ଫେଲ କରାଉଥିଲେ । ତାଙ୍କ କଥାରେ ଯିଏ ରାଜି ହେଉଥିଲା ପାସ କରାଇ ଦେଉଥିଲେ । ମାଡାମ କହୁଥିଲେ ପ୍ରତିଦିନ ମନ୍ତ୍ରୀ ଆସୁଛନ୍ତି , ତାଙ୍କୁ କହି ତୁମ ପାଇଁ ସରକାରୀ ଚାକିରୀର ବ୍ୟବସ୍ଥା କରାଇ ଦେବି ।

ଆଭା ଓ ତାଙ୍କ ଭଉଣୀ କୁହାଯାଉଥିବା ଅନ୍ୟ ଜଣେ ଶିକ୍ଷୟିତ୍ରୀ ଏବେ କେଉଁଠ? ଶୁଣିବାକୁ ମିଳୁଛି ପୋଲିସ ନିର୍ଦ୍ଦେଶରେ ଏହି ଦୁଇ ଯୁବତୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ରାୟପୁର ସ୍ଥିତ ବାସଭବନରେ ଅଛନ୍ତି । ପୋଲିସ ଏମାନଙ୍କ ସମ୍ପର୍କରେ ମୁହଁ ଖୋଲୁନି । ଦିବ୍ୟଶଙ୍କରଙ୍କୁ ସୁହାଇଲା ଭଳି ତଦନ୍ତ ପୋଲିସ କରୁଛି । ମମିତା ନିଖୋଜ ଓ ହତ୍ୟା ଘଟଣାରୁ ମନ୍ତ୍ରୀଙ୍କୁ କ୍ଲିନ ଚିଟ ଦେବା ପାଇଁ କଳାହାଣ୍ଡି ପୋଲିସ କାମ କରୁଥିବା ଜଳ ଜଳ ହୋଇ ଦିଶୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ