Masthead

ଶାଶୁ-ବୋହୂଙ୍କ ଦୁଃଖ କାହାଣୀ

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ଯୋଜନା ପରେ ଯୋଜନା । ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଏହି ସବୁ ସରକାରୀ ଯୋଜନା କାହା ପାଇଁ ? ହିତାଧିକାରୀ ଚୟନରେ ପାତରଅନ୍ତର । ଯୋଗ୍ୟଙ୍କୁ ବାଦ୍ ଦିଆଯାଉଛି,ବଡବଡିଆଙ୍କ ପକେଟ୍ ଫୁଲ୍ । କୋଉଠି ବିଧବାଙ୍କୁ ଭତ୍ତା ମିଳୁନି ତ ଆଉ କୋଉଠି ବାର୍ଦ୍ଧକ୍ୟ ଭତ୍ତା ମିଳିବା ଆଶା ବି ହରେଇ ସାରିଛନ୍ତି ବୟସ୍କ ବ୍ୟକ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ କୁମ୍ଭାରୀ ପଞ୍ଚାୟତର ତାପୁଣ୍ଡିଆ ଗାଁରେ ।

ତାପୁଣ୍ଡିଆ ଗାଁର ପ୍ରମିଳା କାମିଳା (୪୫) । ସାପ କାମୁଡାରେ ତାଙ୍କ ସ୍ୱାମୀଙ୍କ ଅକାଳ ବିୟୋଗ ହୋଇଥିଲା । ଏକବର୍ଷରୁ ଅଧିକ ସମୟ ବିତି ଗଲାଣି, ହେଲେ ବିଧବା ଭତ୍ତାରୁ ସେ ବଞ୍ଚିତ ହୋଇଛନ୍ତି ପ୍ରମିଳା । ବିପିଏଲକାର୍ଡ ଅଛି, କିନ୍ତୁ ପକ୍କାଘର ତାଙ୍କ ପାଇଁ ସ୍ୱପ୍ନ ହୋଇ ରହିଛି । ଏମିତି ସ୍ୱାମୀଙ୍କ ମୃତ୍ୟୁପରେ ବୁୃଢୀ ଶାଶୁଙ୍କ ସହ ଦୁଃଖରେ ଦିନ କାଟୁଛନ୍ତି ପ୍ରମିଳା । ୭୦ ବର୍ଷିୟା ଶାଶୁଙ୍କୁ ମଧ୍ୟ ଭତ୍ତା ମିଳୁନି ।

ସରପଞ୍ଚ, ବିଡିଓ ସମସ୍ତଙ୍କୁ ଗୁହାରି କଲେଣି ଏଇ ଶାଶୁ-ବୋହୂ । ହେଲେ କେହି ଶୁଣୁନାହାନ୍ତି । ସ୍ୱାମୀଙ୍କ ଅକାଳ ବିୟୋଗରେ ମଙ୍ଗଳ ଯୋଜନାରେ ସହାୟତା ରାଶି ମିଳିବାର ନିୟମ ଥିବା ବେଳେ ସେଥିରୁ ମଧ୍ୟ ବଞ୍ଚିତ ପ୍ରମିଳା । ପ୍ରମିଳା ଓ ତାଙ୍କ ଶାଶୁଙ୍କୁ ଭତ୍ତା ଯୋଗାଇଦେବା ସହ ଆବାସ ଯୋଜନାରେ ଘରଖଣ୍ଡେ ପାଇଁ ବ୍ଲକ ପ୍ରଶାସନ ପାଖରେ ଗ୍ରାମବାସୀ ନେହୁରା ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ