Masthead

ଶାଶୁ-ବୋହୂଙ୍କ ଦୁଃଖ କାହାଣୀ

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ଯୋଜନା ପରେ ଯୋଜନା । ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ହେଲେ ଏହି ସବୁ ସରକାରୀ ଯୋଜନା କାହା ପାଇଁ ? ହିତାଧିକାରୀ ଚୟନରେ ପାତରଅନ୍ତର । ଯୋଗ୍ୟଙ୍କୁ ବାଦ୍ ଦିଆଯାଉଛି,ବଡବଡିଆଙ୍କ ପକେଟ୍ ଫୁଲ୍ । କୋଉଠି ବିଧବାଙ୍କୁ ଭତ୍ତା ମିଳୁନି ତ ଆଉ କୋଉଠି ବାର୍ଦ୍ଧକ୍ୟ ଭତ୍ତା ମିଳିବା ଆଶା ବି ହରେଇ ସାରିଛନ୍ତି ବୟସ୍କ ବ୍ୟକ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିଆପାଳ ବ୍ଲକ କୁମ୍ଭାରୀ ପଞ୍ଚାୟତର ତାପୁଣ୍ଡିଆ ଗାଁରେ ।

ତାପୁଣ୍ଡିଆ ଗାଁର ପ୍ରମିଳା କାମିଳା (୪୫) । ସାପ କାମୁଡାରେ ତାଙ୍କ ସ୍ୱାମୀଙ୍କ ଅକାଳ ବିୟୋଗ ହୋଇଥିଲା । ଏକବର୍ଷରୁ ଅଧିକ ସମୟ ବିତି ଗଲାଣି, ହେଲେ ବିଧବା ଭତ୍ତାରୁ ସେ ବଞ୍ଚିତ ହୋଇଛନ୍ତି ପ୍ରମିଳା । ବିପିଏଲକାର୍ଡ ଅଛି, କିନ୍ତୁ ପକ୍କାଘର ତାଙ୍କ ପାଇଁ ସ୍ୱପ୍ନ ହୋଇ ରହିଛି । ଏମିତି ସ୍ୱାମୀଙ୍କ ମୃତ୍ୟୁପରେ ବୁୃଢୀ ଶାଶୁଙ୍କ ସହ ଦୁଃଖରେ ଦିନ କାଟୁଛନ୍ତି ପ୍ରମିଳା । ୭୦ ବର୍ଷିୟା ଶାଶୁଙ୍କୁ ମଧ୍ୟ ଭତ୍ତା ମିଳୁନି ।

ସରପଞ୍ଚ, ବିଡିଓ ସମସ୍ତଙ୍କୁ ଗୁହାରି କଲେଣି ଏଇ ଶାଶୁ-ବୋହୂ । ହେଲେ କେହି ଶୁଣୁନାହାନ୍ତି । ସ୍ୱାମୀଙ୍କ ଅକାଳ ବିୟୋଗରେ ମଙ୍ଗଳ ଯୋଜନାରେ ସହାୟତା ରାଶି ମିଳିବାର ନିୟମ ଥିବା ବେଳେ ସେଥିରୁ ମଧ୍ୟ ବଞ୍ଚିତ ପ୍ରମିଳା । ପ୍ରମିଳା ଓ ତାଙ୍କ ଶାଶୁଙ୍କୁ ଭତ୍ତା ଯୋଗାଇଦେବା ସହ ଆବାସ ଯୋଜନାରେ ଘରଖଣ୍ଡେ ପାଇଁ ବ୍ଲକ ପ୍ରଶାସନ ପାଖରେ ଗ୍ରାମବାସୀ ନେହୁରା ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା