Masthead

କୋଲକାତା ରାସ୍ତାରେ କଣ୍ଟା ସାଜିବ କି ଚେନ୍ନାଇ

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲ ତ୍ରୟୋଦଶ ସିଜନର ୪୯ତମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ । ମହେନ୍ଦ୍ର ସିଂ ଧୋନିଙ୍କୁ ଟକ୍କର ଦେବେ ଇଓନ ମୋର୍ଗାନ । ଉଭୟ ଦଳ ଆଜି ସେମାନଙ୍କ ତ୍ରୟୋଦଶ ମ୍ୟାଚ ଦୁବାଇରେ ଖେଳିବେ । କୋଲକାତା ୧୨ଟି ମ୍ୟାଚ ଖେଳି ୬ଟି ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଥିବା ବେଳେ ଚେନ୍ନାଇ ୧୨ଟି ମ୍ୟାଚରୁ ୪ଟି ବିଜୟ ସହ ପଏଣ୍ଟ ଟେବୁଲର ଶେଷରେ ରହିଛି । ପୂର୍ବରୁ ଚେନ୍ନାଇ ଚଳିତବର୍ଷ ଆଇପିଏଲର ପ୍ଲେ ଅଫରୁ ବାଦ ପଡ଼ିଛି । ଆଜିର ମ୍ୟାଚରେ ଚେନ୍ନାଇ ପଏଣ୍ଟ ଟେବୁଲରେ କୋଲକାତାର ଅଙ୍କ ବିଗାଡ଼ିବାକୁ ପଡ଼ିଆକୁ ଓହ୍ଲାଇବ । ସେହିପରି କୋଲକାତା ଆଜିର ମ୍ୟାଚକୁ ଜିତି ପ୍ଲେ ଅଫ ପାଇଁ ଆଉ ଏକ ପାଦ ବଢ଼ାଇବ । କୋଲକାତାକୁ ପ୍ଲେ ଅଫକୁ ଯିବାକୁ ହେଲେ ତା’ର ଅବଶିଷ୍ଟ ଦୁଇଟି ମ୍ୟାଚ ଜିତିବା ସହ ପଏଣ୍ଟ ଟେବୁଲରେ ନିଜର ରନରେଟ ବଢ଼ାଇବାକୁ ପଡ଼ିବ ।
ଆଇପିଏଲ ଇତିହାସରେ ଉଭୟ ଦଳ ୨୨ଥର ସାମ୍ନାସାମ୍ନି ହୋଇଛନ୍ତି । ଚେନ୍ନାଇ ୧୩ଥର ଓ କୋଲକାତା ୮ଥର ବାଜି ମାରିଛି । ଚଳିତ ସିଜନରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇକୁ ୧୦ରନରେ ପରାସ୍ତ କରିଥିଲା କୋଲକାତା । ଆଜିର ମ୍ୟାଚକୁ ଜିତି ଗତ ମ୍ୟାଚର ପରାଜୟର ପ୍ରତିଶୋଧ ନେବା ସହ ପଏଣ୍ଟ ଟେବୁଲର ସମୀକରଣ ବଦଳାଇବାକୁ ଚେଷ୍ଟା କରିବ ଚେନ୍ନାଇ । ସେହିପରି ଆଜିର ମ୍ୟାଚକୁ ଜିତି ଟପ-୪କୁ ଯିବା ପାଇଁ ଚେଷ୍ଟା କରିବ କୋଲକାତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା 🔴 ସରପଞ୍ଚଙ୍କ ସ୍ବାମୀଙ୍କୁ ନିର୍ମମ ହତ୍ୟା 🔴 ଆନ୍ଦୋଳନ ବେଳେ ଡ୍ରାଇଭର ଓ ଯାତ୍ରୀ ମୁହାଁମୁହିଁ 🔴 ବିଜେପିକୁ ଘେରିବାକୁ ଗୁରୁମନ୍ତ୍ର ଦେବେ ରାହୁଲ 🔴 ଡ୍ରାଇଭର ଆନ୍ଦୋଳନ, ରାତି ସୁଦ୍ଧା ସମାଧାନ 🔴 ପୁଣି ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ 🔴 ବ୍ୟାପିଲା ଝାଡ଼ାବାନ୍ତି, ୬୦ ଆକ୍ରାନ୍ତ 🔴 ତୃତୀୟ ଦିନରେ ପହଞ୍ଚିଲା ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ 🔴 ପେଟ୍ରୋଲ ପମ୍ପରେ ତେଲ ସଙ୍କଟ! 🔴 ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା 🔴 ନୀଳକନ୍ଦରକୁ ବିଜେ କଲେ ନୀଳମଣି, ଆଜିଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା