Masthead

କୋଲକାତା ରାସ୍ତାରେ କଣ୍ଟା ସାଜିବ କି ଚେନ୍ନାଇ

ଦୁବାଇ, (ବଡ଼ ଖବର ବ୍ୟୁରୋ): ଆଜି ଆଇପିଏଲ ତ୍ରୟୋଦଶ ସିଜନର ୪୯ତମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ କୋଲକାତା ନାଇଟ ରାଇଡର୍ସ । ମହେନ୍ଦ୍ର ସିଂ ଧୋନିଙ୍କୁ ଟକ୍କର ଦେବେ ଇଓନ ମୋର୍ଗାନ । ଉଭୟ ଦଳ ଆଜି ସେମାନଙ୍କ ତ୍ରୟୋଦଶ ମ୍ୟାଚ ଦୁବାଇରେ ଖେଳିବେ । କୋଲକାତା ୧୨ଟି ମ୍ୟାଚ ଖେଳି ୬ଟି ବିଜୟ ସହ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ଥିବା ବେଳେ ଚେନ୍ନାଇ ୧୨ଟି ମ୍ୟାଚରୁ ୪ଟି ବିଜୟ ସହ ପଏଣ୍ଟ ଟେବୁଲର ଶେଷରେ ରହିଛି । ପୂର୍ବରୁ ଚେନ୍ନାଇ ଚଳିତବର୍ଷ ଆଇପିଏଲର ପ୍ଲେ ଅଫରୁ ବାଦ ପଡ଼ିଛି । ଆଜିର ମ୍ୟାଚରେ ଚେନ୍ନାଇ ପଏଣ୍ଟ ଟେବୁଲରେ କୋଲକାତାର ଅଙ୍କ ବିଗାଡ଼ିବାକୁ ପଡ଼ିଆକୁ ଓହ୍ଲାଇବ । ସେହିପରି କୋଲକାତା ଆଜିର ମ୍ୟାଚକୁ ଜିତି ପ୍ଲେ ଅଫ ପାଇଁ ଆଉ ଏକ ପାଦ ବଢ଼ାଇବ । କୋଲକାତାକୁ ପ୍ଲେ ଅଫକୁ ଯିବାକୁ ହେଲେ ତା’ର ଅବଶିଷ୍ଟ ଦୁଇଟି ମ୍ୟାଚ ଜିତିବା ସହ ପଏଣ୍ଟ ଟେବୁଲରେ ନିଜର ରନରେଟ ବଢ଼ାଇବାକୁ ପଡ଼ିବ ।
ଆଇପିଏଲ ଇତିହାସରେ ଉଭୟ ଦଳ ୨୨ଥର ସାମ୍ନାସାମ୍ନି ହୋଇଛନ୍ତି । ଚେନ୍ନାଇ ୧୩ଥର ଓ କୋଲକାତା ୮ଥର ବାଜି ମାରିଛି । ଚଳିତ ସିଜନରେ ଖେଳାଯାଇଥିବା ମ୍ୟାଚରେ ଚେନ୍ନାଇକୁ ୧୦ରନରେ ପରାସ୍ତ କରିଥିଲା କୋଲକାତା । ଆଜିର ମ୍ୟାଚକୁ ଜିତି ଗତ ମ୍ୟାଚର ପରାଜୟର ପ୍ରତିଶୋଧ ନେବା ସହ ପଏଣ୍ଟ ଟେବୁଲର ସମୀକରଣ ବଦଳାଇବାକୁ ଚେଷ୍ଟା କରିବ ଚେନ୍ନାଇ । ସେହିପରି ଆଜିର ମ୍ୟାଚକୁ ଜିତି ଟପ-୪କୁ ଯିବା ପାଇଁ ଚେଷ୍ଟା କରିବ କୋଲକାତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼