Before Header

୧୨ ବର୍ଷପରେ ରାଶି ପରିବର୍ତ୍ତନ କରୁଛନ୍ତି ଦେବଗୁରୁ ବୃହସ୍ପତି : ଜାଣନ୍ତୁ କ’ଣ ରହିବ ଏହି ଦୁର୍ଲଭ ଯୋଗର ପ୍ରଭାବ

0 679

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଶି ପରିବର୍ତ୍ତନ କରୁଛନ୍ତି ଦେବଗୁରୁ ବୃହସ୍ପତି । ପ୍ରତ୍ୟେକ ରାଶିରେ ଏକ ବର୍ଷ ପାଖାପାଖି ସମୟ ଅତିବାହିତ କରିଥିବା ଦେବଗୁରୁ ବୃହସ୍ପତି ଆସନ୍ତା ୨୦ ନଭେମ୍ବର ୨୦୨୦ରେ ଚଳନ କରୁଛନ୍ତି ମକର ରାଶିକୁ । ଏକ ଦୁର୍ଲଭ ଯୋଗ ସୃଷ୍ଟି କରି ଦେବଗୁରୁ, ସୂର୍ଯ୍ୟପୁତ୍ର ଶନିଦେବଙ୍କ ସହ ଅପୂର୍ବ ମିଳନର ଯୋଗ ସୃଷ୍ଟି କରୁଛନ୍ତି । ଏ ସଂପର୍କରେ ବରିଷ୍ଠ ଜ୍ୟୋର୍ତିବିଦ୍ ବିଭୁ ପ୍ରସାଦ ରଥ କହିଛନ୍ତି, ବୈଜ୍ଞାନିକ ମତରେ ଏହା ଏକ ମହାଜାଗତିକ ଘଟଣା । ଯଦିଓ ଜ୍ୟୋତିଷ ଶାସ୍ତ୍ରର ମତ ଅନୁସାରେ ଏହା ଏକ ବହୁ ପ୍ରତିକ୍ଷୀତ ଦୁର୍ଲଭ ଯୋଗ । ପୂର୍ବରୁ ସେହି ରାଶିରେ ଶନିଦେବ ୨୪ ଜାନୁଆରୀ ୨୦୨୦ରୁ ଅବସ୍ଥାନ କରିଛନ୍ତି । ମକର ରାଶିରେ ଶନିଦେବ ଉଚ୍ଚସ୍ଥ ଏବଂ ଦେବଗୁରୁ ବୃହସ୍ପତି ନିଚ୍ଚସ୍ଥ । ଯଦିଓ ଦେବଗ୍ରହ ନୀଚ୍ଚସ୍ଥ ହେଲେ ଅଶୁଭ ଫଳ ପ୍ରଦାନ କରନ୍ତି । ମାତ୍ର ଏ କ୍ଷେତ୍ରରେ ନୀଚ୍ଚଭଙ୍ଗ ରାଜଯୋଗ କାରଣରୁ ବୃହସ୍ପତି ଅତି ଉତ୍ତମ ନ ହେଲେ ମଧ୍ୟ ମଧ୍ୟମ ଧରଣର ଫଳ ପ୍ରଦାନ କରିବେ । ଜାତକସ୍ଥ ପରିସ୍ଥିତି ଅନୁସାରେ ଯଦିଓ ଫଳ ଶୁଭ ବା ଅଶୁଭ ହୁଏ, ମାତ୍ର ଗୁରୁଗୌରୀ ଏକ ସ୍ଥାନରେ ବିଦ୍ୟମାନ ଅଛନ୍ତି । ତେଣୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଘଟିବ ଅନେକ ଚମତ୍କାର ଏବଂ ସୃଷ୍ଟିହେବ ନୂତନ ସୁଯୋଗ ।

ଏହି ସମୟ ଅର୍ଥାତ ଆଗାମୀ ୭ରୁ ୮ ମାସ ସମୟ ବାସ୍ତୁ ଦୋଷର ନିରାକରଣ ପାଇଁ ରାମବାଣ ସାବ୍ୟସ୍ତ ହେବ । ପଶ୍ଚିମ ଓ ଦକ୍ଷିଣାଭିମୁଖୀ ଗୃହ ନିମନ୍ତେ ପ୍ରତିକାର ପାଇଁ ଏହି ସମୟ ହେବ ଅତ୍ୟନ୍ତ ଶୁଭପ୍ରଦ । ତେବେ ଏ ସମସ୍ତ ଜାତ ଜନିତ ଏବଂ ବାସ୍ତୁଜନିତ ଦୋଷର ନିରାକରଣ ଓ ଶନିଦେବଙ୍କ ସହ ମିଳନର ସମ୍ପୂର୍ଣ୍ଣ ସୁଯୋଗକୁ ହାତକୁ ନେବା ନିମନ୍ତେ ଆସନ୍ତୁ କରିବା କେତୋଟି ସରଳ ଉପାୟ :-
୧- ଆସନ୍ତା କାଲିଠାରୁ ଶ୍ରୀଗଣେଶଙ୍କ ଆରାଧନା କରନ୍ତୁ । ପ୍ରତ୍ୟେକ ଗୁରୁବାର ହଳଦିଆ ଲଡ଼ୁ କିମ୍ବା ପାଚିଲା କଦଳୀ ଶ୍ରୀଗଣେଶଙ୍କ ନିକଟରେ ଭୋଗ କରି ଛୋଟ ପିଲାଙ୍କୁ ବାଣ୍ଟି ଦିଅନ୍ତୁ । ପ୍ରତ୍ୟେକ ଶନିବାର ସକାଳେ ଅଶ୍ୱତ୍ଥବୃକ୍ଷ ମୂଳରେ ଜଳ ପ୍ରଦାନ କରି ୮ଟି ଶୁଖିଲାପତ୍ର ନେଇ ପ୍ରବାହିତ ଜଳରେ ବିସର୍ଜନ କରନ୍ତୁ ଏବଂ ରାତ୍ରିରେ ଗୃହରେ ପଶ୍ଚିମକୁ ମୁହଁ କରି ସୋରିଷ ତେଲର ଏକ ଦୀପ ପ୍ରଜୂଳିତ କରନ୍ତୁ ।
୨- ଖାଦ୍ୟର ତିନିଗୁଣ ପାଣି ପିଅନ୍ତୁ । ବ୍ରହ୍ମଯଷ୍ଟି ବୃକ୍ଷକୁ ପୂଜା କରନ୍ତୁ । ପ୍ରତ୍ୟହ ସେଥିରେ ଜଳଦାନ କରି ନମସ୍କାର କରନ୍ତୁ ।
୩- “ଓଁ ଏକଦନ୍ତ ମହାଶୟ, ସୂର୍ଯ୍ୟକୋଟି ସମପ୍ରଭ ନିର୍ବିଘଂ କୁରୁମେ ଦେବ, ସର୍ବ କାର୍ଯ୍ୟେଷୁ ସର୍ବଦା” ଏବଂ ତତ୍ ପଶ୍ଚାତ “ଓଁ ସମ୍ ଶନିଶ୍ଚରାୟ ନମଃ” ମନ୍ତ୍ରକୁ ପାଠ କରନ୍ତୁ ।
୪- ନିଜର ବାପାଙ୍କୁ ପ୍ରଣାମ କରନ୍ତୁ ଏବଂ ଗୁରୁଜନମାନଙ୍କୁ ସମ୍ମାନ କରନ୍ତୁ ।
୫- ପରିଶେଷରେ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ତୁଳା ରାଶିଜାତ ବ୍ୟକ୍ତିମାନେ ନଡ଼ିଆ ଓ କଇଥ ଖାଆନ୍ତୁ ନାହିଁ ଏବଂ ସତର୍କତା ଅବଲମ୍ବନ କରନ୍ତୁ ।

Leave A Reply

Your email address will not be published.