Masthead

ପୋଲିସର ସାଧୁତାଙ୍କୁ ନେଇ ଉଠିଲା ପ୍ରଶ୍ନ

ବଅଁରପାଳ (ବଡ଼ ଖବର ବ୍ୟୁରୋ): ମହୀଧରପୁର ଫାଣ୍ଡି ଅନ୍ତର୍ଗତ ତଳମୂଲ ପାଟଣା ଗାଁ ଗୋଡିସାହିରେ ନକଲି ମଦ ତିଆରି କାରଖାନା ଠାବ କରିଛି ଅନୁଗୁଳ ଜିଲ୍ଲା ପୋଲିସ । ସ୍ୱତନ୍ତ୍ର ସ୍କ୍ୱାର୍ଡ ଅଧିକାରୀ ଡି.କେ ମିଶ୍ରଙ୍କ ନେତୃତ୍ୱରେ ଏହି ଚଢଉ ହୋଇଥିଲା । ଚଢଉ ବେଳେ ନକଲି ମଦ ତିଆରି କାରଖାନରୁ ବିପୁଳ ନକଲି ମଦ ସହ ମଦତିଆରି ସରଞ୍ଜାମ ଜବତ ହୋଇଛି ।

ଦୀର୍ଘଦିନ ଧରି ଏହି କାରଖାନାରେ ନାମୀଦାମୀ ବ୍ରାଣ୍ଡର ମଦ ପ୍ରସ୍ତୁଦତ ହୋଇ ଜିଲ୍ଲା ଓ ଜିଲ୍ଲା ବାହାକୁ ଚାଲାଣ ହେଉଥିଲା । ଏହି ନକଲି କାରଖାନାରୁ ୭ ଶହ ନକଲି ମଦବୋତଲ, ବ୍ରାଣ୍ଡ ଷ୍ଟିକର୍,ସ୍ପିରିଟ୍, ଡ୍ରମ୍ ପ୍ରଭୃତି ଜବତ ହୋଇଛି । ବେଆଇନ ମଦ ପ୍ରସ୍ତୁତ କରୁଥିବା ଅଭିଯୋଗରେ ପୋଲିସ ୨ଜଣଙ୍କୁ ଗିରଫ ଗିରଫ ବ୍ୟକ୍ତିମାନଙ୍କୁ ବଅଁରପାଳ ଥାନାରେ ଜିମା ଦେିଆଯାଇଥିଲା । ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ଅନ୍ୟପଟେ ମହୀଧରପୁର ଫାଣ୍ଡିଠାରୁ ୨ କିମି ଦୂରରେ ଦୀର୍ଘଦିନ ଧରି ଏହି କାରବାର ଚାଲିଥିବା ବେଳେ ପୋଲିସ ପାଖରେ ଖବର ନଥିବା ସନ୍ଦେହ ସୃଷ୍ଟି କରୁଛି । ପୋଲିସର ନାକତଳେ ଚୋରା କାରବାର ହେଉଥିବା ସତ୍ତେ୍ୱ ପୋଲିସ ଏତେଦିନ ଧରି କ’ଣ କରୁଥିଲା ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ । ମହୀଧରପୁର ପୋଲିସ ଫାଣ୍ଡିର ସାଧୁତା ଉପରେ ଏବେ ପ୍ରଶ୍ନ ଉଠୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା