Masthead

‘ମସ୍କ ଗମ୍ଭୀର ପରିଣାମ ଭୋଗିବେ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଥମିବାର ନାଁ ନେଉନାହିଁ ଟ୍ରମ୍ପ-ମସ୍କ କଳି । ଦିନକୁ ଦିନ ଦୁଇ ଜଣଙ୍କ ସମ୍ପର୍କର ଫାଟ ବଢୁଛି । ଦାଣ୍ଡରେ ପଡ଼ି ହାତରେ ଗଡ଼ୁଛି ଦୁହିଁଙ୍କ କଳି । ଟେସଲା ମାଲିକ ଏଲନ ମସ୍କଙ୍କ କମ୍ପାନୀ ସହିତ ସରକାରୀ ଚୁକ୍ତିନାମା ଓ ସବ୍‌ସିଡି ବନ୍ଦ କରିବାକୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି । ଏଲନ୍ ମସ୍କଙ୍କୁ ଖୋଲା ଚେତାବନୀ କ୍ଷକ୍ସଏଠରୟଲଶ ଡୋନାଲ୍ଡ ଟ୍ରମ୍ପ । ସେ କହିଛନ୍ତି ଏଲନ୍ ମସ୍କ ଗମ୍ଭୀର ପରିମାଣ ଭୋଗିବେ । ସରକାରୀ ଚୁକ୍ତିନାମା ଓ ସବ୍‌ସିଡି ବନ୍ଦ କରିବାକୁ ଧମକ ଦେବା ସହ ବିରୋଧୀଙ୍କୁ ଆର୍ଥିକ ସହାୟତା ଦେଇ ଭୁଲ୍‌ ନ କରନ୍ତୁ ବୋଲି କହିଛନ୍ତି ଟ୍ରମ୍ପ ।

ନଚେତ ଏଲନ୍‌ ମସ୍କ ଗମ୍ଭୀର ପରିଣାମ ଭୋଗିବେ । ସେ ଆହୁରି ମଧ୍ୟ କହିଛନ୍ତି ମସ୍କ ରାଷ୍ଟ୍ରପତି କାର୍ଯ୍ୟାଳୟ ପ୍ରତି ଅସମ୍ମାନ କରିଛନ୍ତି । ସାର୍ବଜନିକ ଭାବେ ମସ୍କ ଓ ଟ୍ରମ୍ପ ପରସ୍ପର ବିରୋଧରେ ବୟାନବାଜି ଜାରି ରଖିଛନ୍ତି । ଏଲନ ମସ୍କଙ୍କ ସହିତ ହୋଇଥିବା ବିବାଦକୁ ପଛୁକୁ ହଟିବାର ନାମ ନେଉନାହାନ୍ତି ଟ୍ରମ୍ପ । ମସ୍କଙ୍କ ସହିତ ସମ୍ପର୍କ ସୁଧରିବାକୁ ନେଇ ଇଚ୍ଛା ନଥିବା କହିଛନ୍ତି । ଡେମୋକ୍ରାଟିକ୍‌କୁ ସହୟତା ନ କରିବାକୁ ଧମକ ଦେଇଛନ୍ତି ଟ୍ରମ୍ପ । ମସ୍କଙ୍କ ସହିତ ମୋର କଥା ହେବାର କୌଣସି ଇଚ୍ଛା ନାହିଁ ।

ଟେସ୍‌ଲା ସିଇଓ ଏଲନ ମସ୍କ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିଗ୍‌ ବିୟୁଟିଫୁଲ ବିଲ ଉପରେ କହିବା ପରେ ଦୁହିଁଙ୍କ ମଧ୍ୟରେ ବିବାବ ଆରମ୍ଭ ହୋଇଛି । ମସ୍କ ଟମ୍ପଙ୍କ ଏକ ବିଲ୍‌କୁ ସମାଲୋଚନା କରିଥିଲେ । ଏହା ଫେଡେରାଲ ନିଅଣ୍ଟକୁ ବୃଦ୍ଧି କରିବ ବୋଲି ଆଶଙ୍କା କରିଥିଲା । ଏହା ବ୍ୟତୀୟ ମସ୍କ ଟ୍ରମ୍ପ ପ୍ରଶାସନର ପରାମର୍ଶଦାତା ପଦବୀ ମଧ୍ୟ ଛାଡିଥିଲେ । ଏହା ପରେ ମସ୍କକୁ ଟାର୍ଗେଟ କରିଥିଲେ ଟ୍ରମ୍ପ । ଏବେ ବି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ମସ୍କଙ୍କୁ ହ୍ୱାଉଟ୍ ହାଉସ୍‌କୁ ମିସ୍ କରୁଛନ୍ତି । କିଛି ଦିନ ତଳେ ମସ୍କ କହିଥିଲେ ସେ ଯଦି ଟ୍ରମ୍ପଙ୍କ ସାଥ ଦେଇନଥାନ୍ତେ ତେବେ ସେ ନିର୍ବାଚନ ହାରିଥାନ୍ତେ । ମସ୍କଙ୍କୁ ମୋ ସମର୍ଥନ ତାଙ୍କୁ ପାଇଁ ଲାଭବାନ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ