Masthead

ରାଜଧାନୀ ଉପକଣ୍ଠବାସୀଙ୍କ ଦୁଃଖ କହିଲେ ନସରେ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗାଁର ବିକାଶ ପାଇଁ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ ଜନତା ଏହାର କେତେ ସୁଫଳ ପାଉଛନ୍ତି ତାହା ଭୂବନେଶ୍ୱର ବ୍ଲକ ଦାଢା ପଞ୍ଚାୟତରେ ଜଳ ଜଳ ଦେଖାଯାଉଛି । ଦୀପତଳ ଅନ୍ଧାରରେ ଅଛନ୍ତିି ରାଜଧାନୀ ଉପକଣ୍ଠ ଦାଢା ପଞ୍ଚାୟତବାସୀ । ୧୫ଟି ୱାର୍ଡକୁ ନେଇ ଗଠିତ ଏହି ପଞ୍ଚାୟତର ଜନସଂଖ୍ୟା ୪ହଜାରରୁ ଅଧିକ । ବିକାଶଠାରୁ ବହୁ ଦୂରରେ ଦାଢା ଅଞ୍ଚଳବାସୀ । ଭତ୍ତା ଠାରୁ ଅରମ୍ଭ କରି ରାସନକାର୍ଡ ପର୍ଯ୍ୟନ୍ତ ସବୁଥିରେ ଅନିୟମିତତା ହୋଇଥିବା ଅଭଯୋଗ କରିଛନ୍ତି ପଞ୍ଚାୟତବାସୀ । ଏମିତିକି ପଞ୍ଚାୟତରେ ସ୍ଥାୟୀ ସରପଞ୍ଚ ନଥିବା ମଧ୍ୟ କହିଛନ୍ତି ଏମାନେ । ଏନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଜନଶୁଣାଣି ବେଳେ ଲିଖିତ ଅଭିଯୋଗ କରିଛନ୍ତି ଦାଢା ପଞ୍ଚାୟତବାସୀ । ଏହି ଅବସରରେ ସାଂସଦ କହିଛନ୍ତି କି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ତାଙ୍କର ମନେ ଅଛି , କୋଭିଡ଼ କଟକଣା ପରେ ଅଧୁରା କାମକୁ ତ୍ୱରାନ୍ୱିତ କରାଯିବା ସହ ଘର ଘର ବୁଲି ସମସ୍ୟାର ସମାଧାନ କରାଯିବ ବୋଲି ସେ କହିଛନ୍ତି

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ