Before Header

ଦାଦନ ଖଟିବାକୁ ଯାଇ ମାଲିକଙ୍କ ଠାରୁ ନିର୍ଯାତନାର ଶିକାର ହେଲେ ୪ ଓଡ଼ିଆ ଶ୍ରମିକ

0 1,004

ବଙ୍ଗୋମୁଣ୍ଡା(ବଡ଼ ଖବର ବ୍ୟୁରୋ): ପୁଣି ଦାଦନ ଯନ୍ତ୍ରଣା । ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ମାଲିକଙ୍କ ଠାରୁ ନିର୍ଯାତନାର ଶିକାର ହେଲେ ଓଡ଼ିଶାର ୪ ଶ୍ରମିକ । ଘରକୁ ଫେରିବା ପାଇଁ ସରକାରଙ୍କୁ କଲେ ଆକୁଳ ନିବେଦନ । ୪ଜଣ ଓଡ଼ିଆ ଶ୍ରମିକ ନିର୍ଯାତନା ସହିନ ପାରି ଭିଡ଼ିଓ ପଠାଇ ଉଦ୍ଧାର ପାଇଁ ନିବେଦନ କରିଛନ୍ତି । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖଗସା ପଞ୍ଚାୟତର ୪ଜଣ ଦାଦନ ଶ୍ରମିକ । ହାଇଦ୍ରାବାଦ ଏଲମାପାଳିର ଏକ ଇଟାଭାଟିରେ କାମ କରୁଛନ୍ତି । ୪ଜଣ ଓଡ଼ିଆ ବ୍ୟକ୍ତିଙ୍କ ଅସହାୟତାର ସୁଯୋଗ ନେଇ ରାତିଦିନ ଇଟା ଭାଟିରେ ଖଟାଉଛନ୍ତି ମାଲିକ । ପାରିଶ୍ରମିକ ତ ନକହିବା ଭଲ ଠିକ ଭାବରେ ଦିମୁଁଠା ଖାଇବାକୁ ମଧ୍ୟ ମିଳୁନାହିଁ । ଫଳରେ ଗାଁ ଲୋକଙ୍କୁ ଭିଡ଼ିଓ ପଠାଇ ସେଠାରୁ ଉଦ୍ଧାର କରିବାପାଇଁ ଆକୁଳ ନିବେଦନ କରୁଛନ୍ତି ଶ୍ରମିକମାନେ ।

Leave A Reply

Your email address will not be published.