Masthead

ମୋଦିଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ ପଶୁପତି ପାରସ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେନ୍ଦ୍ରୀୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଶୁପତି ପାରସ । ଏନଡିଏ ସିଟ୍‌ ବୁଝାମଣା ଚୂଡ଼ାନ୍ତ ପରେ ମନ୍ତ୍ରୀ ପଦ ଛାଡ଼ିଲେ ପାରସ । ନିଜ ପ୍ରତି ଅନ୍ୟାୟ ହୋଇଥିବା କହିଲେ ପାରସ । ଆସନ ବୁଝାମଣାରେ ପାରସଙ୍କୁ ଗୋଟିଏ ବି ସିଟ୍‌ ମିଳିନଥିଲା । କର୍ମୀ ଓ ନେତାଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ । ସାମ୍ବାଦିକ ସମ୍ମିଳନୀ କରି ପଶୁପତି ପାରସ ନିଜର ଇସ୍ତଫା ଘୋଷଣା କରିଛନ୍ତି । ପଶୁପତି କହିଛନ୍ତି, ମୁଁ ଉତ୍ସର୍ଗୀକୃତ ଏବଂ ବିଶ୍ୱସ୍ତତା ସହିତ ଏନଡିଏର ସେବା କଲି, କିନ୍ତୁ ବ୍ୟକ୍ତିଗତ ଭାବେ ମୋ ପ୍ରତି ଅନ୍ୟାୟ କରାଯାଇଛି।

ଆଜି ବି ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଉଛି। ୨୦୧୪ ଠାରୁ ତାଙ୍କ ଦଳ ଏନଡିଏରେ ରହିଛି । ହେଲେ ଏବେ ଗୋଟିଏ ବି ଆସନ ନମିଳିବା ଦୁଃଖଦାୟକ । ହାଜିପୁର ଆସନରେ ପଶୁପତି ନିର୍ବାଚନ ଲଢିବାକୁ ଇଚ୍ଛା ରଖିଛନ୍ତି । ଯେଉଁଠୁ ସେ ଏବେ ସାଂସଦ ଅଛନ୍ତି । ହେଲେ ଏହି ଆସନ ତାଙ୍କ ପୁତୁରା ଚିରାଗଙ୍କୁ ଦିଆଯାଇଥିବା ଜଣାପଡିଛି । ଯିଏକି ତାଙ୍କର ଅନ୍ୟତମ ବିଦ୍ରୋହୀ । ତେଣୁ ପଶୁପତି ଏନଡିଏ ଛାଡିବେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ ଏନଡିଏକୁ ଝଟକା ଦେଇଛନ୍ତି ପଶୁପତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର