Before Header

ମୋଦିଙ୍କ କ୍ୟାବିନେଟରୁ ଇସ୍ତଫା ଦେଲେ ପଶୁପତି ପାରସ

0 1,074

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କେନ୍ଦ୍ରୀୟ ମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଶୁପତି ପାରସ । ଏନଡିଏ ସିଟ୍‌ ବୁଝାମଣା ଚୂଡ଼ାନ୍ତ ପରେ ମନ୍ତ୍ରୀ ପଦ ଛାଡ଼ିଲେ ପାରସ । ନିଜ ପ୍ରତି ଅନ୍ୟାୟ ହୋଇଥିବା କହିଲେ ପାରସ । ଆସନ ବୁଝାମଣାରେ ପାରସଙ୍କୁ ଗୋଟିଏ ବି ସିଟ୍‌ ମିଳିନଥିଲା । କର୍ମୀ ଓ ନେତାଙ୍କ ସହ ଆଲୋଚନା ପରେ ପରବର୍ତ୍ତୀ ପଦକ୍ଷେପ । ସାମ୍ବାଦିକ ସମ୍ମିଳନୀ କରି ପଶୁପତି ପାରସ ନିଜର ଇସ୍ତଫା ଘୋଷଣା କରିଛନ୍ତି । ପଶୁପତି କହିଛନ୍ତି, ମୁଁ ଉତ୍ସର୍ଗୀକୃତ ଏବଂ ବିଶ୍ୱସ୍ତତା ସହିତ ଏନଡିଏର ସେବା କଲି, କିନ୍ତୁ ବ୍ୟକ୍ତିଗତ ଭାବେ ମୋ ପ୍ରତି ଅନ୍ୟାୟ କରାଯାଇଛି।

ଆଜି ବି ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେଉଛି। ୨୦୧୪ ଠାରୁ ତାଙ୍କ ଦଳ ଏନଡିଏରେ ରହିଛି । ହେଲେ ଏବେ ଗୋଟିଏ ବି ଆସନ ନମିଳିବା ଦୁଃଖଦାୟକ । ହାଜିପୁର ଆସନରେ ପଶୁପତି ନିର୍ବାଚନ ଲଢିବାକୁ ଇଚ୍ଛା ରଖିଛନ୍ତି । ଯେଉଁଠୁ ସେ ଏବେ ସାଂସଦ ଅଛନ୍ତି । ହେଲେ ଏହି ଆସନ ତାଙ୍କ ପୁତୁରା ଚିରାଗଙ୍କୁ ଦିଆଯାଇଥିବା ଜଣାପଡିଛି । ଯିଏକି ତାଙ୍କର ଅନ୍ୟତମ ବିଦ୍ରୋହୀ । ତେଣୁ ପଶୁପତି ଏନଡିଏ ଛାଡିବେ ବୋଲି ଚର୍ଚ୍ଚା ହେଉଥିଲା । ଆଉ ଆଜି କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇ ଏନଡିଏକୁ ଝଟକା ଦେଇଛନ୍ତି ପଶୁପତି ।

Leave A Reply

Your email address will not be published.