Masthead

ଷଣ୍ଢ ପ୍ରେମୀ ସୌରଭ

ବନ୍ତ (ବଡ଼ ଖବର ବ୍ୟୁରୋ): ବନ୍ତରୁ ପୁରୀ ପର୍ଯ୍ୟନ୍ତ ୨୩୦ କିମି ବ୍ୟବଧାନ ରାସ୍ତାକୁ ମାତ୍ର ୨୮ ଘଣ୍ଟାରେ ଦୌଡ଼ି ସୁନାମ ଅର୍ଜନ କରିଥିବା ଯୁବ ଧାବକ ସୌରଭ ସେଠୀଙ୍କ ଆଉ ଏକ ମହାନତା ନଜରକୁ ଆସିଛି। ଗାଡ଼ି ଧକ୍କାରେ ହେଉ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଆହତ ହୋଇଥିବା ଷଣ୍ଢଙ୍କ ଚିକିତ୍ସା କରୁଛନ୍ତି । ସୌରଭ ନିଜ କାନ୍ଧରେ ଉଠାଇ ଆଣି ପ୍ରାଣୀ ଚିକିତ୍ସକଙ୍କ ଦ୍ଵାରା ଚିକିତ୍ସା କରାଉଥିବା ଦେଖିବାକୁ ମିଳିଛି । ତାଙ୍କର ଏହି ମହତ କାର୍ଯ୍ୟକୁ ବନ୍ତ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରୁଛନ୍ତି ।

ଏମିତି ରାସ୍ତାରେ ବୁଲୁଥିବା ୨୦ ରୁ ୩୦ ଷଣ୍ଢଙ୍କ ପାଇଁ ସେ ନିୟମିତ ଭାବେ ପରିବା, ଫଳ, କୁଟା, ବିସ୍କୁଟ ଇତ୍ୟାଦି ଖାଇବାକୁ ଦେଉଛନ୍ତି । ଏବେ ସେ ଏକ ଗୁହାଳ କରି ଆହତ ଷଣ୍ଢମାନଙ୍କୁ ରଖି ଚିକିତ୍ସା ପରେ ଛାଡୁଛନ୍ତି। ବନ୍ତରୁ ପୁରୀ ଦୌଡ଼ି ନିଜ ଜିଲ୍ଲାରେ ସୁନାମ ଅର୍ଜନ କରିଥିବା ଏହି ଧାବକ ରାଜ୍ୟ ସ୍ତରୀୟ କ୍ରୀଡ଼ା ପ୍ରଶିକ୍ଷଣ ପାଇବା ନିମନ୍ତେ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପତ୍ର ମଧ୍ୟ ଲେଖିଥିଲେ । ହେଲେ କୌଣସି ସୁଫଳ ପାଇନଥିଲେ । ଯଦି ଆଗାମୀ ଦିନରେ ସରକାର ସହଯୋଗର ହାତ ବଢାଇଲେ ଆଗକୁ ଭଲ କାମ କରିବେ ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ