Masthead

କୋଟିଆ ପ୍ରସଙ୍ଗରେ ଆନ୍ଧ୍ରକୁ ଓଡ଼ିଶାର ମୁହଁତୋଡ ଜବାବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଓଡ଼ିଶାର କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ସରକାର ମୁହାଁମୁହିଁ ହୋଇଛନ୍ତି । ଦୁଇ ରାଜ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋର୍ଟରେ ଆନ୍ଧ୍ର ଦାଖଲ କରିଥିବା ସତ୍ୟପାଠର ଲିଖିତ ଜବାବ ଦେଇଛି ଓଡ଼ିଶା । କୋରାପୁଟ ଜିଲ୍ଲାପାଳ ୫୦୦ ପୃଷ୍ଠାର ଦସ୍ତାବିଜ୍ ଦାଖଲ କରିଛନ୍ତି । ଏପ୍ରିଲ ୯ ରେ କୋଟିଆ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସର୍ବୋଚ୍ଚ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି ।

ରାଜ୍ୟ ସରକାର ଦାଖଲ କରିଥିବା ପ୍ରତି ଜବାବରେ ୧୯୩୭ ରୁ ୧୯୩୯ ମଧ୍ୟରେ ତତ୍କାଳୀନ ଜିଲ୍ଲାପାଳ ଆଦାୟ କରିଥିବା ସେସ୍ , ୧୯୩୪ର ଜୟପୁର ମହାରାଜାଙ୍କ ଦସ୍ତାବିଜ ଦାଖଲ କରାଯାଇଛି। କୋଟିଆ ଅଞ୍ଚଳର ଗଞ୍ଜେୟଭଦ୍ରା, ପାଟ୍ଟୁଚେନ୍ନୁର, ପାଗଲୁଚେନ୍ନୁର ଗାଁରେ ୧୯୫୨ରୁ ଲଗାତର ଭାବେ ଭୋଟ କରାଇ ଆସୁଥିବା ସୁପ୍ରିମକୋର୍ଟରେ ପୂର୍ବରୁ ଯୁକ୍ତି ଉପସ୍ଥାପନ କରିଛନ୍ତି ଆନ୍ଧ୍ର ସରକାର ।

ଏହି ୩ଟି ଗାଁ ଆନ୍ଧ୍ର ପ୍ରଦେଶର ଆରକୁ ଲୋକସଭା ଆସନ ଏବଂ ସାଲୁରୁ ବିଧାନସଭା ଆସନ ଅଧିନରେ ଆସୁଛି ବୋଲି ବିଜୟନଗରମ ଜିଲ୍ଲାପାଳଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି। ଆନ୍ଧ୍ରପ୍ରଦେଶରେ ପଞ୍ଚାୟତିରାଜ ଆଇନ ଲାଗୁ ହେବା ପରଠାରୁ କୋଟିଆର ଏହି ୩ ଗାଁରେ ନିର୍ବାଚନ ଅନୁଷ୍ଠିତ ହୋଇଆସୁଛି। ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଆନ୍ଧ୍ର ପକ୍ଷରୁ ବିଭିନ୍ନ ତଥ୍ୟ ଉପସ୍ଥାପନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ