Masthead

କୋଟିଆ ପ୍ରସଙ୍ଗରେ ଆନ୍ଧ୍ରକୁ ଓଡ଼ିଶାର ମୁହଁତୋଡ ଜବାବ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଓଡ଼ିଶାର କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକର କୋଟିଆକୁ ନେଇ ଆନ୍ଧ୍ର ଓ ଓଡ଼ିଶା ସରକାର ମୁହାଁମୁହିଁ ହୋଇଛନ୍ତି । ଦୁଇ ରାଜ୍ୟ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । କୋର୍ଟରେ ଆନ୍ଧ୍ର ଦାଖଲ କରିଥିବା ସତ୍ୟପାଠର ଲିଖିତ ଜବାବ ଦେଇଛି ଓଡ଼ିଶା । କୋରାପୁଟ ଜିଲ୍ଲାପାଳ ୫୦୦ ପୃଷ୍ଠାର ଦସ୍ତାବିଜ୍ ଦାଖଲ କରିଛନ୍ତି । ଏପ୍ରିଲ ୯ ରେ କୋଟିଆ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସର୍ବୋଚ୍ଚ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି ।

ରାଜ୍ୟ ସରକାର ଦାଖଲ କରିଥିବା ପ୍ରତି ଜବାବରେ ୧୯୩୭ ରୁ ୧୯୩୯ ମଧ୍ୟରେ ତତ୍କାଳୀନ ଜିଲ୍ଲାପାଳ ଆଦାୟ କରିଥିବା ସେସ୍ , ୧୯୩୪ର ଜୟପୁର ମହାରାଜାଙ୍କ ଦସ୍ତାବିଜ ଦାଖଲ କରାଯାଇଛି। କୋଟିଆ ଅଞ୍ଚଳର ଗଞ୍ଜେୟଭଦ୍ରା, ପାଟ୍ଟୁଚେନ୍ନୁର, ପାଗଲୁଚେନ୍ନୁର ଗାଁରେ ୧୯୫୨ରୁ ଲଗାତର ଭାବେ ଭୋଟ କରାଇ ଆସୁଥିବା ସୁପ୍ରିମକୋର୍ଟରେ ପୂର୍ବରୁ ଯୁକ୍ତି ଉପସ୍ଥାପନ କରିଛନ୍ତି ଆନ୍ଧ୍ର ସରକାର ।

ଏହି ୩ଟି ଗାଁ ଆନ୍ଧ୍ର ପ୍ରଦେଶର ଆରକୁ ଲୋକସଭା ଆସନ ଏବଂ ସାଲୁରୁ ବିଧାନସଭା ଆସନ ଅଧିନରେ ଆସୁଛି ବୋଲି ବିଜୟନଗରମ ଜିଲ୍ଲାପାଳଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ କୁହାଯାଇଛି। ଆନ୍ଧ୍ରପ୍ରଦେଶରେ ପଞ୍ଚାୟତିରାଜ ଆଇନ ଲାଗୁ ହେବା ପରଠାରୁ କୋଟିଆର ଏହି ୩ ଗାଁରେ ନିର୍ବାଚନ ଅନୁଷ୍ଠିତ ହୋଇଆସୁଛି। ନିଜର ଅଧିକାର ସାବ୍ୟସ୍ତ କରିବା ପାଇଁ ଆନ୍ଧ୍ର ପକ୍ଷରୁ ବିଭିନ୍ନ ତଥ୍ୟ ଉପସ୍ଥାପନ କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ବାଂଲାଦେଶରେ ‘ତାଲିବାନି ଯୁଗ’ 🔴 ଜାମ୍ମୁ-କାଶ୍ମୀରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ, ଜଣେ ଯବାନଙ୍କ ମୃତ୍ୟୁ ସମେତ ୨ଯବାନ ଆହତ 🔴 ଓଡ଼ିଶା ହେବ ଟେକ୍ସଟାଇଲ ହବ୍ 🔴 ଅବପାତରେ ପରିଣତ ହେଲା ସ୍ପଷ୍ଟ ଚିହ୍ନିତ ଲଘୁଚାପ 🔴 ଭିଜିଲାନ୍ସ ଜାଲରେ ଡେପୁଟି ରେଞ୍ଜର ରାମଚନ୍ଦ୍ର ନାୟକ