Before Header

ସୀମାଙ୍କ ନକଲି ଆଧାର କାର୍ଡ ସଂଯୋଗ; କେଉଁ ଦିଗକୁ କରୁଛି ଇସାରା

0 24

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବହୁ ଚର୍ଚ୍ଚିତ ସୀମା ହାଇଦର ଘଟଣା ଦିନକୁ ଦିନ ନୂଆ ମୋଡ ନେଉଛି । ଏବେ ପୁଣି ସୀମା ହାଇଦରଙ୍କ ସହ ନକଲି ଆଧାର କାର୍ଡର ସଂଯୋଗ କ’ଣ? ତାହାକୁ ନେଇ ପ୍ରଶ୍ନ ଛିଡା ହୋଇଛି । ସୀମା ହାଇଦର ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଉଭୟ ଦୁଇଜଣ ସଚିନ ମୀନାଙ୍କ ସମ୍ପର୍କୀୟ ବୋଲି କୁହାଯାଇଛି । ଏକ ରିପୋର୍ଟରୁ ପ୍ରକାଶ ଯେ ନକଲି ଆଧାରକାର୍ଡ ତିଆରି କରିଥିବାରୁ ତାଙ୍କୁ ଗିରଫ କରାଯାଇଛି ।

ତାଙ୍କ ନିକଟରୁ ୧୫ଟି ନକଲି କାର୍ଡ ଜବତ କରାଯିବା ସହ ନକଲି ଆଧାର ତିଆରି କରିବାର ଉପକରଣ ମଧ୍ୟ ଜବତ କରାଯାଇଛି । ଗିରଫ ହୋଇଥିବା ଯୁବକମାନଙ୍କ ନାମ ହେଉଛି ପୁଷ୍ପେନ୍ଦ୍ର ଓ ପୱନ ମୀନା । ଦୁହେଁ ବୁଲନ୍ଦଶାହର ବାସିନ୍ଦା । କୁହାଯାଉଛି ସଚିନଙ୍କ ନିର୍ଦ୍ଦେଶରେ ଏହି ଗିରଫଦାରୀ ହୋଇଛି । ମିଳିଥିବା ସୂଚନା ଅନୁସାରେ ପୁଷ୍ପେନ୍ଦ୍ର ଏବଂ ପୱନ ବୁଲନ୍ଦଶାହର ଅହମ୍ମଦ ଗଡରେ ଏକ ଜନସେବା କେନ୍ଦ୍ର ଚଳାନ୍ତି ।

ସଚିନ ଏବଂ ସୀମା ସେମାନଙ୍କ ବିବାହ ପାଇଁ ଆବଶ୍ୟକ ଡକ୍ୟୁମେଣ୍ଟ ପାଇବା ପାଇଁ ଏହି ଜନସେବା କେନ୍ଦ୍ରରେ ପହଞ୍ଚିଥିଲେ । ସୀମା ନେପାଳ ଦେଇ ନୋଏଡାକୁ ଆସିଥିଲେ । ଏହାପରେ ସଚିନ ତାଙ୍କୁ ବିବାହ କରିବାକୁ ବୁଲନ୍ଦଶାହରକୁ ଯାଇଥିଲେ । ଏହି ଘଟଣାରେ ପୋଲିସ ସୀମା ଏବଂ ତାଙ୍କ ପିଲାଙ୍କ ପାସପୋର୍ଟ, ପାକିସ୍ତାନୀ ପରିଚୟ ପତ୍ର ଏବଂ ସେମାନଙ୍କଠାରୁ ପାକିସ୍ତାନ ଦୂତବାସକୁ ପଠାଯାଇଥିବା ଅନ୍ୟ ସମସ୍ତ ଦଲିଲ ପଠାଇଛି । ପୋଲିସ ସେମାନଙ୍କ ମୋବାଇଲ ଫୋନକୁ ପରୀକ୍ଷା ପାଇଁ ଗାଜିଆବାଦର ଫୋରେନସିକ ଲ୍ୟାବକୁ ପଠାଇଛି ।

ଯାହାର ରିପୋର୍ଟ ଏଯାଏଁ ଆସିନାହିଁ । ବେଆଇନଭାବେ ଭାରତରେ ପ୍ରବେଶ କରିଥିବାରୁ ସୀମା ହାଇଦରଙ୍କୁ ଜୁଲାଇ ୪ରେ ଗିରଫ କରାଯାଇଥିଲା । ଏହାସହ ବେଆଇନ ଭାବେ ପ୍ରବାସୀମାନଙ୍କୁ ଆଶ୍ରୟ ଦେଇଥିବାରୁ ସଚିନଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ପରେ ଜୁଲାଇ୭ରେ ଉଭୟଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ସୀମା ବର୍ତ୍ତମାନ ରାବପୁରା ଅଞ୍ଚଳର ବୁଦ୍ଧ ନଗରରେ ନିଜର ଚାରି ପିଲାଙ୍କ ସହ ସଚିନଙ୍କ ଘରେ ରହୁଛନ୍ତି ।

Leave A Reply

Your email address will not be published.