Masthead

ଶେଷରେ ମୁହଁ ଖୋଲିଲେ ବାପି ଲାହିରି

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ବାପି ଲାହିରି ନିଜ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ହେଉଥିବା ଗୁଜବ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ବାପି ଲାହିରି ନିଜର କଣ୍ଠସ୍ୱର ହରାଇବସିଥିବା ଖବର ଭାଇରାଲ ହେବାରେ ଲାଗିଥିଲା। ବାପି ଲାହିରି କଣ୍ଠସ୍ୱର ହରାଇବସିବା ସହ ସେ ଏବେ ଆଉ ଗୀତ ଗାଇପାରିବେ ନାହିଁ ବୋଲି ଚର୍ଚ୍ଚା ହୋଇଥିଲା। ଏନେଇ ବାପି ଲାହିରି ଶେଷରେ ମୁହଁ ଖୋଲିଛନ୍ତି।

ସେ ଏହି ଖବର ମିଛ ବୋଲି ନିଜେ କହିଛନ୍ତି। ନିଜ ଇନଷ୍ଟା ପୋଷ୍ଟରେ ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାଇଛନ୍ତି। ତାଙ୍କ ଇନଷ୍ଟା ପୋଷ୍ଟରେ ଲେଖାଯାଇଛି ଯେ, ମୋ ବିଷୟରେ ଏବଂ ମୋ ସ୍ୱାସ୍ଥ୍ୟ ବିଷୟରେ ମିଥ୍ୟା ରିପୋର୍ଟ ବାହାର କରୁଥିବା କିଛି ଗଣମାଧ୍ୟମ ବିଷୟରେ ଜାଣିବାକୁ ପାଇ ମୁଁ ଦୁଃଖିତ। ମୋର ପ୍ରଶଂସକ ଏବଂ ଶୁଭେଚ୍ଛୁମାନଙ୍କ ଆଶୀର୍ବାଦରେ ମୁଁ ଭଲ ଅଛି – ବାପିଦା। ” ତାଙ୍କର ସ୍ପଷ୍ଟୀକରଣ ପରେ ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ହେଉଥିବା ଗୁଜବର ସମାପ୍ତି ଘଟିଛି।

ବାପି ଲାହିରି ଏହି ପୋଷ୍ଟକୁ ‘ମିଥ୍ୟା ରିପୋର୍ଟ’ ଲେଖିଛନ୍ତି। ତାଙ୍କର ଏହି ପୋଷ୍ଟ ଉପରେ ମନ୍ତବ୍ୟ ଦେବାବେଳେ ଗାୟକ ଶାନ ଲେଖିଛନ୍ତି, ‘ଏହା ପ୍ରକୃତରେ ଅସୁସ୍ଥ ଅଟେ। ଏପରି ମିଥ୍ୟା ରିପୋର୍ଟ କରି ସେମାନେ କ’ଣ ଲାଭ ପାଆନ୍ତି ଜାଣି ନାହିଁ କିନ୍ତୁ ଏ ସବୁ ପାଇଁ କେବଳ ଆତଙ୍କ ଏବଂ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ । ଏହା ସହିତ ତାଙ୍କ ପ୍ରଶଂସକମାନେ ତାଙ୍କ ମଙ୍ଗଳ ପାଇଁ ପ୍ରାର୍ଥନା କରୁଛନ୍ତି। ତାଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି ‘ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ ଦାଦା ଏବଂ ତୁମେ ତୁମର ପ୍ରଶଂସକମାନଙ୍କୁ ସର୍ବଦା ଖୁସି କର, ତୁମର ନୂତନ ଗୀତ ଏବଂ ଶୋ ସହିତ, ତୁମେ ସର୍ବଦା କାର୍ୟ୍ୟ ଜାରି ରଖ, ଏବଂ ଅଧିକ ସୁନ୍ଦର ଗୀତ ତିଆରି କର ଭଗବାନ ତୁମକୁ ଆଶୀର୍ବାଦ କରନ୍ତୁ ଦାଦା’ ।

ତେବେ ବାପି ଲାହିରି ହେଉଛନ୍ତି ବଲିଉଡର ଜଣେ ପପୁଲାର ସିଙ୍ଗର ଆଣ୍ଡ କମ୍ପୋଜର । ଖାସ କରି ତାଙ୍କ ଗୀତ ବଲିଉଡ ଏବଂ ବେଙ୍ଗଲୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ବେଶୀ ଶୁଣିବାକୁ ମିଳେ । ୮୦ରୁ ୯୦ ଦଶକ ଯାଏଁ ତାଙ୍କ ଗୀତର ଖୁବ୍ ଡିମାଣ୍ଡ ରହିଥିଲା । କହିବାକୁ ଗଲେ ଏବେ ବି ତାଙ୍କର ଅନେକ ଗୀତ ଶୁଣିବାକୁ ମିଳେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ