Masthead

ବଞ୍ଚିବାର ରାହା ଦେଖାଇଲା ସମୀର ଦିବ୍ୟାଙ୍ଗ ସଂଘ

ବରଗଡ଼, (ବଡ଼ ଖବର ବ୍ୟୁରୋ): ଆଖିରେ ଆଖିଏ ସ୍ୱପ୍ନ । ପାଠ ପଢିବି, ଆଉ ପାଠ ପଢି ଭଲ ମଣିଷ ହେବି । ହେଲେ ପାଠ ପଢାରେ ବନ୍ଧା ପଡିଥିଲା ଡୋରି, କାରଣ ଅର୍ଥ ସାଜିଥିଲା ବାଧକ । ତାର ଏହି ଆର୍ଥିକ ଅବସ୍ଥା ଓ ପାଠ ପଢାର ଆଗ୍ରହ ଦେଖି ସହାୟତାର ହାତ ବଢେଇଥିଲା ସମୀର ଦିବ୍ୟାଙ୍ଗ ସଂଘ। ଏହା ହେଉଛି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗନିଆପାଲି ଗ୍ରାମର ଝିଅ ଶିଖା ମାଝୀର କଥା । ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗନିଆପାଲିର ଏକ ଝାଟି ମାଟି ଘରେ ରୁହନ୍ତି ଶିଖା ମାଝୀ । ୯ ବର୍ଷ ତଳୁ ଶିଖାଙ୍କ ପିତା ମାତାଙ୍କ ଦେହାନ୍ତ ହୋଇଯିବା ପରେ ପର ଘରେ ମୂଲ ଲାଗି ବହୁ ଦୁଃଖ କଷ୍ଟ ରେ ଶିଖାଙ୍କୁ ପାଳନ ପୋଷଣ କରୁଛନ୍ତି ପିଉସା ଓ ପିଉସି । କିନ୍ତୁ ପାଠ ପଢାରେ ବେଶ ଆଗ୍ରହ ରଖୁ ଥିବା ଶିଖା ନିଜ ପାଠ ପଢା ଖର୍ଚ୍ଚ ତୁଲାଇବା ନିମନ୍ତେ ବେଳେ ବେଳେ ପିଉସା ଓ ପିଉସୀଙ୍କୁ କାମ ଧନ୍ଦାରେ ସାହାଯ୍ୟ ମଧ୍ୟ କରିଥାନ୍ତି। ଚଳିତ ବର୍ଷ ନିଜ ଗାଁ ସ୍କୁଲ ରୁ ପରୀକ୍ଷା ଦେଇ ମେଟ୍ରିକ ପାସ କରିଛନ୍ତି ଶିଖା । ଆଗକୁ କଲେଜ ପଢ଼ିବାର ଇଛା ଥିଲେ ହେଁ ଆର୍ଥିକ ଅନାଟନ ଯୋଗୁଁ ଆଉ ନ ପଢିବାକୁ ମନ ବଳାଇଥିଲେ ଶିଖା ।ଏହି ସମୟରେ ପାଠ ପଢା ପ୍ରତି ଶିଖା ଙ୍କ ଆଗ୍ରହ ସମ୍ପର୍କରେ ଖବର ପାଇ ତାଙ୍କ ପାଖରେ ପହଞ୍ଚିଥିଲେ ସମୀର ଦିବ୍ୟାଙ୍ଗ ସଂଘର କାର୍ଯ୍ୟକର୍ତା।

ଗନିଆପାଲି ଗ୍ରାମରେ ଥିବା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଘଠନ ଶିଖା ମାଝିଙ୍କ ଉଚ୍ଚ ଶିକ୍ଷାର ସମସ୍ତ ଦାୟିତ୍ୱ ବହନ କରିବା ସହ ତାଙ୍କର ବିବାହ ଖର୍ଚ୍ଚ ମଧ୍ୟ ବହନ କରିବେ ବୋଲି କହିଛନ୍ତି ସଂଗଠନର ସଭାପତି କୀର୍ତ୍ତନ ଦାଶ। ଶିଖା ମାଝି ପରି ଜଣେ ପିତା ମାତା ଛେଉଣ୍ଡ ଝିଅ ପ୍ରତି ସମୀର ଦିବ୍ୟାଙ୍ଗ ସଂଘ ଦେଖାଇଥିବା ବଦାନ୍ୟତାକୁ ବିଭିନ୍ନ ମହଲରେ ବେଶ୍ ପ୍ରସଂଶା କରାଯାଇଛି । ଆଉ ସମୀର ଦିବ୍ୟାଙ୍ଗ ସଂଘ ଶିଖା ମାଝୀ ମୁହଁରେ ପୁଣି ଥରେ ହସ ଫୁଟେଇବା ସହ ନିଜର ସୁନେଲି ଭବିଷ୍ୟତ ଗଢିବା ଲାଗି ଆଣିଦେଇଛି ଏକ ଆଶାର କିରଣ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ବାଡିକୁ କୁକୁର ପଶିଯିବାରୁ ୮ ବର୍ଷର ଶିଶୁକୁ ନିର୍ମମ ମାଡ଼ 🔴 ସ୍ତ୍ରୀକୁ ଶାବଳରେ ହତ୍ୟା କଲା ସ୍ୱାମୀ 🔴 ରାଜକୋଟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ବିଜୟ ରୂପାଣୀଙ୍କ ହେବ ଶେଷକୃତ୍ୟ 🔴 2027 ଜନଗଣନା ପାଇଁ ବିଜ୍ଞପ୍ତି ଜାରି 🔴 ଯାଜପୁରରେ ଅଣାୟତ୍ତ ଝାଡ଼ାବାନ୍ତି, ଦୁଇ ସପ୍ତାହ ବନ୍ଦ ହୋଟେଲ, ଓ ଢ଼ାବା 🔴 ଠାକୁର ଦର୍ଶନ ସାରି ଫେରୁଥିବା ବେଳେ ବଜ୍ରାଘାତ 🔴 ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା 🔴 ଷ୍ଟିୟରିଙ୍ଗ ଛାଡ଼ ଆନ୍ଦୋଳନ ପାଇଁ ନର୍ଲା ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ 🔴 ବଜ୍ରାଘାତରେ ୫ ଗୁରୁତର