ଭିଜିଲାନ୍ସ ହାତରେ ରିସୋର୍ସ କୋର୍ଡିନେଟର

ବରଗଡ଼, (ବଡ଼ ଖବର ବ୍ୟୁରୋ): ମହଙ୍ଗା ପଡ଼ିଲା ଲାଞ୍ଚ ନେବା । ପାଇଖାନା ନିର୍ମାଣର ସମାପ୍ତି ପ୍ରମାଣ ପତ୍ର ଦେବାପାଇଁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ରିସୋର୍ସ କୋର୍ଡିନେଟର କୈଳାସ ଚନ୍ଦ୍ର ପାଢ଼ୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଭେଡେନ ଥାନା ଅନ୍ତର୍ଗତ ଗୁଠୁର୍ଲ୍ଲା ଗ୍ରାମରେ । ବୁଦ୍ଧଦେବ ଦାସ କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଯୋଜନାରେ ୨୩ ଟି ପାଇଖିନା ନିର୍ମାଣ କରିଥିଲେ । ପାଇଖିନା ନିର୍ମାଣ ପରେ ତାଙ୍କର ବିଲ ପାସ ପାଇଁ ସମାପ୍ତି ପ୍ରମାଣର ଆବଶ୍ୟକତା ଥିଲା । ଏହି ସମାପ୍ତି ପ୍ରମାଣ ପତ୍ର ପ୍ରଦାନ ନିମନ୍ତେ ଗାଇସିଲେଟ ବ୍ଲକ ରିସୋର୍ସ କୋର୍ଡିନେଟର କୈଳାସ ଚନ୍ଦ୍ର ପାଢ଼ୀ ବୁଦ୍ଧଦେବଙ୍କ ଠାରୁ ୩୩ ହଜାର ଟଙ୍କା ଦାବି କରିଥିଲେ । ଆଜି ଏହି ଟଙ୍କା ଗ୍ରହଣ କରୁଥିବା ବେଳେ କୈଳାସ ଚନ୍ଦ୍ରଙ୍କୁ ଧରିଥିଲେ ଭିଜିଲାନ୍ସ ବିଭାଗର ଅଧିକାରୀ । ଭିଜିଲାନ୍ସ ପକ୍ଷରୁ ତାଙ୍କର ଗାଇସିଲେଟ ସ୍ଥିତ ଭଡାଘରେ ଚଢାଉ କରିବା ସମେତ ବଲାଙ୍ଗୀର ଜିଲ୍ଲା ଲୋଇସିଙ୍ଘା ଥାନା ଅନ୍ତର୍ଗତ ଇଙ୍ଗିସା ଗ୍ରାମ ସ୍ଥିତ ପୈତୃକ ବାସଭବନ ରେ ମଧ୍ୟ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!