Masthead

ଅଦାନୀ ମାମଲା ପାଇଁ ହେବ ଯାଞ୍ଚ କମିଟି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ) : ସୁପ୍ରିମକୋର୍ଟରେ ହୋଇଛି ଅଦାନୀ ଗ୍ରୁପ ଓ ହିଣ୍ଡେନବର୍ଗ ମାମଲାର ଶୁଣାଣି । ବଡ କଥା ହେଉଛି ମାମଲାକୁ ଗମ୍ଭୀରତାର ସହ ନେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଅଦାନୀ ମାମଲାରେ ଯାହା ଯୁକ୍ତି ରଖୁଛନ୍ତି ଭାବିଚିନ୍ତି ରଖନ୍ତୁ । କାରଣ ଏହାର ସିଧା ପ୍ରଭାବ ସେୟାର ବଜାର ଉପରେ ପଡୁଛି । ଆସିଥିବା ଅଭିଯୋଗର ଯାଞ୍ଚ ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ । ସୋମବାର ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରାଯାଇଛି ।

ଅଦାନୀ ଗ୍ରୁପ ବିରୋଧରେ ହିଣ୍ଡେନବର୍ଗ ପ୍ରକାଶ କରିଥିବା ରିପୋର୍ଟକୁ ଉଲ୍ଲେଖ କରି ଆବେଦନକାରୀ ଏମଏଲ ଶର୍ମା, ବିଶାଲ ତିୱାରୀ କହିଛନ୍ତି, ରିପୋର୍ଟ ପ୍ରକାଶ କରି ବେଶ ଲାଭବାନ ହୋଇଛି ସଂପୃକ୍ତ ସଂସ୍ଥା । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି, ଯେଉଁ ସବୁ ଅଭିଯୋଗ ଆସିଛି, ତା’ର ତଦନ୍ତ ଆରମ୍ଭ କରିଛି ସେବି । ତେବେ ସୁପ୍ରିମକୋର୍ଟ କହିଛନ୍ତି, ଭାରତୀୟ ନିବେଶକଙ୍କ ସୁରକ୍ଷା ହେଉଛି ପ୍ରାଥମିକତା ।

ଭବିଷ୍ୟତରେ ନିବେଶକଙ୍କ ଟଙ୍କା କିପରି ସୁରକ୍ଷିତ ରହିବ ପଦକ୍ଷେପ ନିଆଯାଉ । ହିଣ୍ଡେନବର୍ଗର ରିପୋର୍ଟ ଯୋଗୁଁ ବ୍ୟାପକ କ୍ଷତି ହେବା ପରେ ହିଣ୍ଡେନବର୍ଗ ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହେବ ଅଦାନୀ ଗ୍ରୁପ୍ । ଏଥିପାଇଁ ଆମେରିକାର ସବୁଠୁ ଦାମୀ ଲିଗାଲ ଫର୍ମ ୱାଚ୍ଟେଲ୍ ସହ ଆଲୋଚନା କରାଯାଉଛି । ସେପଟେ ଅଦାନୀ ଗ୍ରୁପକୁ ଆଶ୍ୱସ୍ତି ଦେଇଛି ଏଲଆଇସି । ଏଲଆଇସି ପକ୍ଷରୁ କୁହାଯାଇଛି, ଅଦାନୀ ଗ୍ରୁପରେ ନିବେଶ ହୋଇଥିବା ଅର୍ଥ ପ୍ରତ୍ୟାହାର କରାଯିବ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ