Masthead

ବିଜେଡି ଛାଡିଲେ ୮ ସରପଞ୍ଚଙ୍କ ସହ ୧୧ ସମିତି ସଭ୍ୟ

ବରୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପରେ ବରୀ ବିଜେଡିକୁ ଶକ୍ତ ଧକ୍କା। ଦଳ ଛାଡ଼ିଲେ ବ୍ଲକ ଅଧ୍ୟକ୍ଷଙ୍କ ସମେତ ୧୧ସମିତି ସଭ୍ୟ ୮ ସରପଞ୍ଚ। ବରୀ ରାଜନୀତିରେ କମ୍ପନ । ବିଧାୟକ ବିଶ୍ୱରଂଜନ ମଲ୍ଲିକଙ୍କୁ ଶକ୍ତ ଧକ୍କା । ବିଜେଡି ଛାଡ଼ି ବିଜେପିରେ ମିଶିଲେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି। ଶ୍ରୀଯୁକ୍ତ ଗେଡିଙ୍କ ସହ ୧୧ଜଣ ସମିତି ସଭ୍ୟ ୮ଜଣ ସରପଞ୍ଚ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟରେ ସରକାର ପରିବର୍ତ୍ତନ ପରେ ପଞ୍ଚାୟତ ବ୍ଲକ ସ୍ତରୀୟ ନେତାମାନେ ବିଜେଡିକୁ ପ୍ରତ୍ୟାଖାନ କରୁଥିବା ବେଳେ ବରୀ ବିଜେଡିରେ କମ୍ପନ ସୃଷ୍ଟି କରିଛି।

ବିଶ୍ୱଙ୍କ ଅତି ନିକଟତର ଥିବା ବ୍ଲକ ଅଧ୍ୟକ୍ଷ ଅଶୋକ ବିଜେଡି ଛାଡ଼ିବେ ବୋଲି କୌଣସି ସୂଚନା ନଥିଲେ ମଧ୍ୟ ଭିତରେ ଭିତରେ ଶୀତଳ ଯୁଦ୍ଧ ଚାଲିଥିଲା । ଯାହାକି ଆଜି ବିସ୍ଫୋରକ ହୋଇଛି ବୋଲି ଦେଖିବାକୁ ମିଳିଛି। ଏଥିରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ପ୍ରଚ୍ଛଦ ପଟରେ ରହି ବିଜେଡିକୁ ଭାଙ୍ଗିଥିବା ବରୀରେ ଆଲୋଚନା ହେଉଛି। ଏ ନେଇ ବରୀ ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ