Masthead

ବିଜେଡି ଛାଡିଲେ ୮ ସରପଞ୍ଚଙ୍କ ସହ ୧୧ ସମିତି ସଭ୍ୟ

ବରୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପରେ ବରୀ ବିଜେଡିକୁ ଶକ୍ତ ଧକ୍କା। ଦଳ ଛାଡ଼ିଲେ ବ୍ଲକ ଅଧ୍ୟକ୍ଷଙ୍କ ସମେତ ୧୧ସମିତି ସଭ୍ୟ ୮ ସରପଞ୍ଚ। ବରୀ ରାଜନୀତିରେ କମ୍ପନ । ବିଧାୟକ ବିଶ୍ୱରଂଜନ ମଲ୍ଲିକଙ୍କୁ ଶକ୍ତ ଧକ୍କା । ବିଜେଡି ଛାଡ଼ି ବିଜେପିରେ ମିଶିଲେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡି। ଶ୍ରୀଯୁକ୍ତ ଗେଡିଙ୍କ ସହ ୧୧ଜଣ ସମିତି ସଭ୍ୟ ୮ଜଣ ସରପଞ୍ଚ ବିଜେଡି ଛାଡି ବିଜେପିରେ ଯୋଗ ଦେଇଛନ୍ତି । ରାଜ୍ୟରେ ସରକାର ପରିବର୍ତ୍ତନ ପରେ ପଞ୍ଚାୟତ ବ୍ଲକ ସ୍ତରୀୟ ନେତାମାନେ ବିଜେଡିକୁ ପ୍ରତ୍ୟାଖାନ କରୁଥିବା ବେଳେ ବରୀ ବିଜେଡିରେ କମ୍ପନ ସୃଷ୍ଟି କରିଛି।

ବିଶ୍ୱଙ୍କ ଅତି ନିକଟତର ଥିବା ବ୍ଲକ ଅଧ୍ୟକ୍ଷ ଅଶୋକ ବିଜେଡି ଛାଡ଼ିବେ ବୋଲି କୌଣସି ସୂଚନା ନଥିଲେ ମଧ୍ୟ ଭିତରେ ଭିତରେ ଶୀତଳ ଯୁଦ୍ଧ ଚାଲିଥିଲା । ଯାହାକି ଆଜି ବିସ୍ଫୋରକ ହୋଇଛି ବୋଲି ଦେଖିବାକୁ ମିଳିଛି। ଏଥିରେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ସ୍ବାମୀ ଦେବେନ୍ଦ୍ର ଦାସ ପ୍ରଚ୍ଛଦ ପଟରେ ରହି ବିଜେଡିକୁ ଭାଙ୍ଗିଥିବା ବରୀରେ ଆଲୋଚନା ହେଉଛି। ଏ ନେଇ ବରୀ ବ୍ଲକ ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ