Masthead

ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଭିନ୍ନକ୍ଷମ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ଭିନ୍ନକ୍ଷମ । ଜଣେ ଜଣଙ୍କର ହାତଧରି ସାତଜନ୍ମ ପାଇଁ ସାଥୀ ହୋଇ ରହିବାକୁ କଲେ ସଂକଳ୍ପ । ପରସ୍ପର ସାହାରା ହେବେ ବୋଲି ହେଲେ ପ୍ରତିଶ୍ରୁତିବଦ୍ଧ । ଏହି ବିବାହ ସାଧାରଣ ବିବାହ ପରି ମନେ ହେଉଥିଲେ ହେଁ କିନ୍ତୁ ସାଧାରଣ ନୁହେଁ । ବରବଧୂ ବେଶରେ ବସିଥିବା ଏ ଦୁହେଁ ହେଉଛନ୍ତି ଦିବ୍ୟାଙ୍ଗ । ପ୍ରକୃତରେ ଦୁଃଖୀ ଲୋକ ହିଁ ବୁଝିପାରେ ଆଉ ଜଣକର ଦୁଃଖକଷ୍ଟ । ସେମିତି ଏହି ଦୁଇଜଣ ବୁଝିପାରିଲେ ନିଜ ନିଜ ଭିତରେ ଥିବା ଆଶା ଓ ଆକାଂକ୍ଷା । ଭିନ୍ନକ୍ଷମ ହୋଇଥିଲେ ମଧ୍ୟ ଜୀବନରେ ସ୍ୱପ୍ନ ଓ ବାସ୍ତବତାକୁ ସାଙ୍ଗରେ ଧରି ଆଗକୁ ଯିବାକୁ ସଂକଳ୍ପ କରିଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାରସର ପଞ୍ଚାୟତ ଅଧିନ ବଙ୍ଗାଳିଦପା ଗାଁର ଦିବ୍ୟାଙ୍ଗ ନବଦମ୍ପତି ।

ସେମାନଙ୍କ ମନରେ ଭରିଛି ଅସୀମ ଧୈର୍ଯ୍ୟ ଓ ମନୋବଳ । ବୈଦିକ ରୀତିନୀତି ଅନୁଯାୟୀ ଗତକାଲି ରାତିରେ ସେମାନଙ୍କର ବିବାହ ସମ୍ପନ୍ନ ହୋଇଛି । ଦୁହେଁ ମୁକ ଓ ବଧିର । ହେଲେ ଠରାଠରିରେ ଭାବର ଆଦାନ ପ୍ରଦାନ କରି ପାରୁଛନ୍ତି । ଏପରିକି ଉଭୟଙ୍କ ପରିବାର ଲୋକେ ମଧ୍ୟ ଅଭ୍ୟସ୍ଥ ହୋଇ ଯାଇଛନ୍ତି । ବଙ୍ଗାଳିଦପା ଗାଁର ଅଜୟ ମଳିକଙ୍କ ଝିଅ ସୋନାଲୀ ମଳିକ, ବୟସ ୨୨ ବର୍ଷ । ବାସୁଦେବପୁର ବ୍ଲକ ମିଶ୍ରପୁର ପଞ୍ଚାୟତ ଅଧିନ ହତାଶିଆ ଗାଁର ନିରାକାର ମଳିକଙ୍କ ପୁଅ ତପନ ମଳିକଙ୍କ ସହିତ ବିବାହ ସମ୍ପନ୍ନ ହୋଇଛି । ଏହି ଉତ୍ସବରେ ସମସ୍ତଙ୍କ ମନରେ ଭରି ରହିଥିଲା ଉତ୍ସାହ ଉଦ୍ଦୀପନା । ସମସ୍ତେ ଅପେକ୍ଷା କରିଥିଲେ ହାତଗଣ୍ଠିକୁ ।

କାନକୁ ଶୁଭୁ ନାହିଁ କି କଥା ମଧ୍ୟ କହି ପାରୁ ନାହାନ୍ତି । କଥା ସିନା କହି ପାରୁନାହାନ୍ତି ହେଲେ ବ୍ରାହ୍ମଣ ଓ ବାରିକଙ୍କ କଥା ବୁଝି ପାରୁଛନ୍ତି । ପରସ୍ପର ବରଣମାଳା ଦେଇ ସାତଜନମ ପାଇଁ ସାଥି ହୋଇଛନ୍ତି । କନ୍ୟାପିତା ନିଜର ସାମର୍ଥ ଅନୁସାରେ ବନ୍ଧୁବାନ୍ଧବ ସମେତ ଅତିଥିମାନଙ୍କୁ ନିମନ୍ତ୍ରଣ କରିଥିଲେ । ଶତାଧିକ ଅତିଥିଙ୍କ ଗହଣରେ ନବଦମ୍ପତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏନେଇ ଗ୍ରାମବାସୀ ମଧ୍ୟ ବେଶ ଖୁସିବ୍ୟକ୍ତ କରିଛନ୍ତି । ନବବଧୂଙ୍କୁ ସାଙ୍ଗରେ ଧରି ନିଜ ଗାଁକୁ ଯାଇଛନ୍ତି ଦିବ୍ୟାଙ୍ଗ ସ୍ୱାମୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ