ରାଇଘର(ବଡ଼ ଖବର ବ୍ୟୁରୋ): ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ନବରଙ୍ଗପୁରରେ ଲାଗିଲା ମାଓପୋଷ୍ଟର । ଆଜି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଯୋଡିଙ୍ଗା ନୂଆଗାଁ ଛକ ନିକଟରେ ଦେଖିବାକୁ ମିଳିଛି ମାଓ ପୋଷ୍ଟର ଓ ବ୍ୟାନର । ପୋଷ୍ଟରରେ ହତିଗାଁ ଅଞ୍ଚଳରେ ୯ ଜନ ପୋଲିସ ଇନ୍ ଫର୍ମର ରହିଛନ୍ତି । ସେମାନଙ୍କ ହାତ କାଟି ଦିଆ ଯିବ ସହ ଫାସି ଦିଆ ଜିବ ବୋଲି ଉଲ୍ଲେଖ ରହିଛି ।
ଦୁଇ ଜଣ ବ୍ୟକ୍ତି ଜଙ୍ଗଲ ସଫା କରି ବିକ୍ରୀ କରୁଛନ୍ତି ସେମାନଙ୍କ ହାତ କାଟି ଦିଆଯିବ । କିଛି ବ୍ୟବସାୟୀ ୟୁରିଆ ସାରରେ ୩ ରୁ ୫ ପ୍ରତିଶତ ଅଧିକ ମୂଲ୍ୟ ନେଇ ଜନତାଙ୍କୁ ଲୁଟୁଛନ୍ତି । ସେମାନଙ୍କୁ ସତର୍କ କରାଯାଇଛି । ଏଥି ସହ ଜଳ, ଜମି ଓ ଜଙ୍ଗଲର ସୁରକ୍ଷା ପାଇଁ ନିଜ ଆଡୁ ଆନ୍ଦୋଳନ କରିବାକୁ ଆହ୍ୱାନ କରାଯାଇଛି । ଏହି ପୋଷ୍ଟର ନୂଆପଡ଼ା ଗରିଆବନ୍ଧ ଡିଭିଜିନାଲ କମିଟି ପକ୍ଷରୁ ଲଗା ଯାଇଛି । ମାଓ ପୋଷ୍ଟର ଲାଗିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।