Masthead

ଗୋଟିଏ ଦିନରେ ୧୧ ହେଭିୱେଟ ନେତା ଭରିଲେ ନାମାଙ୍କନ

ବାଲେଶ୍ଵରରେ(ବଡ଼ ଖବର ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବାଲେଶ୍ଵରରେ ଚାଲିଛି ପ୍ରାର୍ଥୀ ନାମାଙ୍କନ ଦାଖଲ । ୭ ରୁ ନାମାଙ୍କନ ଦାଖଲ ଆରମ୍ଭ ହୋଇଥିବା ବେଳେ ୧୪ରେ ହେବ ଶେଷ । ଗୋଟିଏ ଦିନରେ ତିନି ଦଳର ୧୧ ହେବିୱେଟ ନେତା ଭରିଲେ ନାମାଙ୍କନ । ତେବେ ୪ ଦିନରେ ବହୁ ପ୍ରାର୍ଥୀ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପ୍ରାର୍ଥୀ ମାନଙ୍କ ମଧ୍ୟରୁ ବାଲେଶ୍ଵର ଲୋକସଭା ବିଜେଡି ପ୍ରାର୍ଥୀ ଲେଖା ଶ୍ରୀ ସାମନ୍ତ ସିଂହାର , ଜଳେଶ୍ଵର ବିଜେଡି ପ୍ରାର୍ଥୀ ଅଶ୍ୱିନୀ କୁମାର ପାତ୍ର , ବସ୍ତା ବିଜେଡି ପ୍ରାର୍ଥୀ ସୁବାସିନି ଜେନା , ସୋର ବିଜେଡି ପ୍ରାର୍ଥୀ ମାଧବ ଧଡା, ରେମୁଣା ବିଜେଡି ପ୍ରାର୍ଥୀ ବିଦ୍ୟାସ୍ମିତା ମହାଳିକ , ଭୋଗରାଇ ବିଜେଡି ପ୍ରାର୍ଥୀ ଗୌତମ ବୁଦ୍ଧ ଦାସ , ସିମୁଳିଆ କଂଗ୍ରେସ୍ ପ୍ରାର୍ଥୀ ହିଂମାଶୁ ଶେଖର ବେହେରା , ଭୋଗରାଇ କଂଗ୍ରେସ ପ୍ରାର୍ଥୀ ସତ୍ୟଶିବ ଦାସ , ସୋର କଂଗ୍ରେସ ପ୍ରାର୍ଥୀ ସୁବ୍ରତ ଧଡ଼ା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ସିମୁଳିଆ ବିଜେପି ପ୍ରାର୍ଥୀ ପଦ୍ମ ଲୋଚନ ପଣ୍ଡା ଦାଖଲ କରିଛନ୍ତି ।

ବାଲେଶ୍ୱର ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମସ୍ତ ପ୍ରାର୍ଥୀ ଗୋଟିଏ ଦିନରେ ନାମାଙ୍କନ ଦାଖଲ କରିଥିବା ଦେଖିବାକୁ ମିଳିଛି । ଅନ୍ୟ ପଟେ ନୀଳଗିରିର ବିଜେପି ପ୍ରାର୍ଥୀ ସନ୍ତୋଷ ଖଟୁଆ ନୀଳଗିରି ଉପଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ବିଜେପିର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ କଂଗ୍ରେସ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ଭଳି ହେବି ୱାଟ୍ ନେତା ଏଯାଏଁ ନାମାଙ୍କନ କରିନାହାନ୍ତି । ଯାହା ଜଣା ପଡୁଛି ହୁଏତ ନାମାଙ୍କନର ଶେଷ ଦିନରେ ଏ ସମସ୍ତ ପ୍ରାର୍ଥୀ ମାନେ ନାମାଙ୍କନ ଭରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ