Masthead

ବେଣୁ ମଉସାଙ୍କୁ ସମର୍ଥକଙ୍କ ଆର୍ଥିକ ସହାୟତା

ବାଲେଶ୍ୱର, (ବଡ଼ ଖବର ବ୍ୟୁରୋ): ଉପନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର । ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ସେତେ ଜମିବାରେ ଲାଗିଛି । ବାଲେଶ୍ୱର ସଦର ଆସନକୁ ଅକ୍ତିଆର କରିବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ଚଳାଇଛନ୍ତି ଆପ୍ରାଣ ଉଦ୍ୟମ । ମାଳ ମାଳ ନେତା ଓ ପୁଳା ପୁଳା ଟଙ୍କାର ପ୍ରଲୋଭନ ଦେଖାଇ ଘରକୁ ଘର ବୁଲି କରୁଛନ୍ତି ପ୍ରଚାର । ଅନ୍ୟପଟେ ବାଲେଶ୍ୱର ପ୍ରଚାର ମଇଦାନରେ ଦେଖିବାକୁ ମିଳିଛି ଏକ ଭିନ୍ନ ଚେହେରା । ୮୦ ବର୍ଷୀୟ ବୃଦ୍ଧ । ଖଣ୍ଡିଏ ସାଇକେଲ ଧରି ବାହାରିଛନ୍ତି ଭୋଟ ଭିକ୍ଷା କରିବା ପାଇଁ । ତାଙ୍କ ପାଖରେ ନା ଅଛି ଅର୍ଥବଳ ନା ବାହୁବଳ । କେବଳ ଲୋକମାନଙ୍କ ସମର୍ଥନରେ ବାଲେଶ୍ୱରବାସୀଙ୍କ ସେବା କରିବାର ମନୋବଳ ନେଇ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକ ଓରଫ ବେଣୁ ମଉସା । ବେଣୁ ମଉସାଙ୍କୁ ବର୍ତ୍ତମାନ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଲୋକମାନେ ତାଙ୍କ ପ୍ରତି ଭଲ ପାଇବା ପଠାଉଛନ୍ତି। ବେଙ୍ଗାଲୁରୁ ତଥା ଚେନ୍ନାଇରେ ରହୁଥିବା କିଛି ଓଡ଼ିଆ ଲୋକ ଆଜି ବେଣୁ ମଉସାଙ୍କ ଗୁଡ଼ିପଦାସ୍ଥିତ ଘରକୁ ଯାଇ ଭେଟିବା ସହ ତାଙ୍କ ଆଶୀର୍ବାଦ ନେଇଛନ୍ତି। ବୟସର ଅପରାହ୍ନରେ ମଧ୍ୟ ଏବେ ବି ସେ ଜଣେ ୨୦ ବର୍ଷୀୟ ଯୁବକ ବୋଲି ନିଜକୁ ମନେ କରି ନିର୍ବାଚନ ପ୍ରଚାର ଜାରି ରଖିଛନ୍ତି।

ବଡ଼ ଆଶ୍ଚର୍ଯ୍ୟର କଥା ଯେ ସାମ୍ପ୍ରତିକ ସମାଜରେ ନିର୍ବାଚନ ବିନା ଟଙ୍କା ମଦ, ମାଂସରେ ହେଉ ନ ଥିବାବେଳେ ଗରିବ ତଥା ଖଟିଖିଆ ବେଣୁ ନିର୍ବାଚନ ସମୟରେ ଲୋକଙ୍କୁ ଭେଟି କେବଳ ଆଶୀର୍ବାଦ ଆଉ କେଇପଦ ମିଠା ତଥା ଉପଦେଶ ମୂଳକ କଥାରେ ହିଁ ପ୍ରଚାର ଶେଷ କରୁଛନ୍ତି। ତେଣୁ ଏବେ ବାଲେଶ୍ୱର ତଥା ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ କିଛି ଲୋକ ଫୋନ କରି କିଛି ଆର୍ଥିକ ସହାୟତା ଯୋଗାଇଦେବେ ବୋଲି କହୁଛନ୍ତି । ତେଣୁ ସେ ଆଜି ଏକ ବ୍ୟାଙ୍କରେ ନିଜର ଗୋଟିଏ ଖାତା ଖୋଲିଛନ୍ତି। ଯେଉଁମାନେ ବେଣୁ ମଉସାଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ସେମାନେ ନିମ୍ନଲିଖତ ଆକାଉଣ୍ଟ ଜରିଆରେ ତାଙ୍କୁ ସାହାଯ୍ୟ କରିପାରିବେ ।
ୟୁନିଅନ ବ୍ୟାଙ୍କ, ବେଣୁଧର ବାରିକ, ଆକାଉଣ୍ଟ ନମ୍ବର – ୧୦୨୨୧୦୧୦୦୧୧୫୫୨୧, ଆଇଏଫଏସସି କୋଡ୍- ଏଏନଡିବି୦୦୦୧୦୨୨

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା