Before Header

ପଞ୍ଚାୟତ, ପାର୍ଟି, ପଲିଟିକ୍ସ

0 129

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) : ପଞ୍ଚାୟତ, ପାର୍ଟି, ପଲିଟିକ୍ସ । ବିଜେଡି, ବିଜେପି, କଂଗ୍ରେସ । ସମସ୍ତେ ଆକ୍ଟିଭ । ଆଗକୁ ପଞ୍ଚାୟତ ଭୋଟ । ଏହାକୁ ନେଇ ଜୋର ଧରିଛି ଦଳୀୟ ରାଜନୀତି । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ହେଉଛି ଘନ ଘନ ବୈଠକ । ପଞ୍ଚାୟତ ଭୋଟରେ କିଏ ମାରିବ ବାଜିମାତ । ତାକୁ ନେଇ ସବୁ ଦଳର ହେଭିୱେଟ ଖସଡା ପ୍ରସ୍ତୁତ କରିବାରେ ବ୍ୟସ୍ତ । ତେବେ ଏହି ମାମଲାରେ କଂଗ୍ରେସ ଅପେକ୍ଷା ବିଜେପି ଏବଂ ବିଜେଡି ଦୁଇପାଦ ଆଗରେ । ସାଙ୍ଗଠନିକ ସ୍ତରରୁ ଆରମ୍ଭ କରି ବୁଥ କ୍ୟାମ୍ପେନ ବିଜେଡି ଏବଂ ବିଜେପି ଆରମ୍ଭ କରି ଦେଇଛନ୍ତି ପ୍ରଚାର ।

ବିଜେପିର “ଜନ ଆର୍ଶୀବାଦ ଯାତ୍ରା’, ଆଉ ବିଜେଡିର “ବିଜୁ ହେଲଥ ସ୍ମାର୍ଟ କାର୍ଡ’ ମିଶନ । ବିଜେପିର ମଙ୍ଗ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ । ବିଜେଡିର ପୋଷ୍ଟର ବୟ ଖୋଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । “ଜନ ଆର୍ଶୀବାଦ ଯାତ୍ରା’ ନାଁରେ ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅଶ୍ୱିନୀ ବୈଷ୍ଣବ ଯେଭଳି ଢଙ୍ଗରେ ଜିଲ୍ଲାୱାରୀ ଗସ୍ତ କରିଛନ୍ତି, ଲୋକଙ୍କ ଅସ୍ଥାଭାଜନ ହେବା ପାଇଁ ଯେଉଁ ଷ୍ଟାଟେର୍ଜି ଆପଣଉଛନ୍ତି, ସେଥିରୁ ବାରି ହୋଇ ପଡୁଛି ରାଜନୀତିର ଗନ୍ଧ । ସମାନ ଷ୍ଟାଟେଜି ଆପଣେଇ ବିଜେପି ୨୦୧୭ ପଞ୍ଚାୟତ ଭୋଟରେ ବିଜେଡିକୁ ଚେକ ଦେବାରେ ସଫଳ ହୋଇଥିଲା । ଚଳିତ ଥର ବି ସମାନ ରଣନୀତି । ହେଲେ ଏଥର ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅଶ୍ୱିନୀ ବୈଷ୍ଣବ, ଅପରାଜିତ ଷଡଙ୍ଗୀ ଓ ବିଶେଶ୍ୱର ଟୁଡୁ ଗେମ ଚେଞ୍ଜର ହୋଇ ପାରନ୍ତି । ସେପଟେ ରାଜ୍ୟ କାର୍ଯ୍ୟକାରୀଣୀ, ଜିଲାସ୍ତରୀୟ କମିଟି, ପଞ୍ଚାୟତ କମିଟି ଓ ବୁଥସ୍ତରୀୟ କମିଟି ଗଠନ କରିସାରିଛି ବିଜେପି । ବିଜେପି ଟାର୍ଗେଟରେ ଗାଁ ଭୋଟର ।

ଅପରପକ୍ଷରେ ବିଜେଡି ବି ଆକ୍ସନ ମୁଡରେ । ସୁପ୍ରିମୋ ନବୀନ ନିଜେ ପଞ୍ଚାୟତ ଭୋଟ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରୁଛନ୍ତି । ” ବିଜୁ ହେଲଥ ସ୍ମାର୍ଟ କାର୍ଡ’ ମିଶନ ଏହାର ବଡ ଉଦାହରଣ । ନବୀନ ଯେଉଁ ଜିଲ୍ଲାକୁ ଗସ୍ତ କରିବେ, ସେହି ଜିଲ୍ଲାର ପ୍ରତି ବ୍ଳକରେ ମନ୍ତ୍ରୀ ଉପସ୍ଥିତି ରହିବେ । ମାଲକାନଗିରିରେ ପଞ୍ଜାୟତ ଭୋଟ ହାତେଇବା ପାଇଁ ନବୀନ ଯେଉଁ ରଣନୀତି କରିଥିଲେ, ରାଜନୈତିକ ମହଲରେ ତାକୁ ନେଇ ଚର୍ଚ୍ଚା ଜୋର । ଦଳର ହେଭିୱେଟ ଏବେ ପଞ୍ଚାୟତ ମୁହାଁ । ମନ୍ତ୍ରୀ, ବିଧାୟକ ବି ଗାଁ ଗାଁରେ ଡେରା ପକାଇବା ଆରମ୍ଭ କରି ଦେଇଛନ୍ତି । ପୂର୍ବ ପଞ୍ଚାୟତ ଭୋଟରେ ବିଜେପି ଯେମିତି ବିଜେଡିକୁ କଡା ଟକ୍କର ଦେଇଥିଲା, ଏଥର ଦଳୀୟ ନେତା ବିଜେପିକୁ ସେ ସୁଯୋଗ ଦେବାକୁ ପ୍ରସ୍ତୁତ ନୁହନ୍ତି ।

ସେପଟେ ଡେରିରେ ହେଲେ ବି କଂଗ୍ରେସ ଆରମ୍ଭ କରି ଦେଇଛି ଦଳୀୟ ରଣନୀତି । ଗୋଷ୍ଠୀ କନ୍ଦଳ ଯୋଗୁ ଭାଗ ଭାଗ ହୋଇ ରହିଥିବା ରାଜ୍ୟ କଂଗ୍ରେସ ବି ସକ୍ରିୟ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରୁଦ୍ଧଦ୍ୱାର ବୈଠକ ହୋଇଥିଲା । ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତସ୍ତର ସଭାପତି ଯୋଗଦେଇଥିଲେ । ତେଣେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଦଳୀୟ ନେତାଙ୍କୁ ପଂଚାୟତ ମନ୍ତ୍ର ଫୁଙ୍କିଛନ୍ତି ।
ରିପୋର୍ଟ -ଦୁଷ୍ମନ୍ତ କୁମାର ବେହେରା

Leave A Reply

Your email address will not be published.