Masthead

ଅନଲାଇନ ଠକେଇ, ଯୁବକ ଗିରଫ

ଭଦ୍ରକ(ବଡ଼ ଖବର ବ୍ୟୁରୋ): ଅନଲାଇନରେ ୬୦ ଲକ୍ଷରୁ ଉଦ୍ଧ୍ୱ ଠକେଇ ଅଭିଯୋଗ । ଭଦ୍ରକ ଧୂଷୁରୀ ଥାନା ପହଞ୍ଚି ତଦନ୍ତ କରୁଛି ଦିଲ୍ଲୀ ପୋଲିସ । ଗତକାଲି ବିଳମ୍ବିତ ରାତିରେ ଧୂଷୁରୀ ଥାନା ନରହରିପୁରରେ ଶଶୂର ଘରେ ଚଢ଼ାଉ କରି ଠକ ରାଜେନ୍ଦ୍ର ମଲ୍ଲିକଙ୍କୁ ଅନଲାଇନରେ ଠକୁଥିବା ଅଭିଯୋଗରେ ଗିରଫ କରିଛି ଦିଲ୍ଲୀ ପୋଲିସ । ପୋଲିସ ପକ୍ଷରୁ ଯୁବକଙ୍କୁ ଅଧିକ ପଚରାଉଚୁରା ସହ ଖୋଳତାଡ ଜାରି ରହିଛି । ବିଭିନ୍ନ ନାମି ଦାମି କମ୍ପାନୀ ଓ ଦିଲ୍ଲୀ ଏୟାରପୋର୍ଟ ନାଁରେ ଫେକ ଆଇଡ଼ି ଖୋଲି ଯୁବକ ଜଣକ ଫ୍ଲାଇଟ ଟିକେଟ ବୁକିଂ କରୁଥିଲେ । ୬୦ ଲକ୍ଷରୁ ଉଦ୍ଧ୍ୱ ଟଙ୍କା ଠକେଇ କରିଥିବା ଅଭିଯୋଗରେ ଯୁବକ ଜଣକ ସମ୍ପୃକ୍ତ ଥିବା ଦିଲ୍ଲୀ ପୋଲିସ ଜାଣିବାକୁ ପାଇଛି । ଅନଲାଇନ ଠକ ରାଜେନ୍ଦ୍ରକୁ ଧୂଷୁରୀ ପୋଲିସ ଧାମନଗର କୋର୍ଟ ଚାଲାଣ କରିଛି । ଦିଲ୍ଲୀ ପୋଲିସ ଅଭିଯୁକ୍ତ ରାଜେନ୍ଦ୍ରକୁ ରିମାଣ୍ଡରେ ଦିଲ୍ଲୀ ନେବ ସୂଚନା ମିଳିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ