ଓଡ଼ିଶାର ସାଂସଦ ଓ ବିଧାୟକଙ୍କ ନାମରେ ୩୨୩ ମାମଲା ବିଚାରଧୀନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ସାଂସଦ ଓ ବିଧାୟକଙ୍କ ନାମରେ ପଞ୍ଜୀକୃତ ମାମଲା ବିଚାରକଲେ ଓଡିଶା ଚତୁର୍ଥ ସ୍ଥାନରେ ।ଏମ୍‌ପି ଓ ବିଧାୟକ ମାନଙ୍କ ବିରୋଧରେ ମାମାଲା ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଚାରଧୀନ ରହିବାରେ ଦେଶର ଶୀର୍ଷ ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି । ଉତ୍ତରପ୍ରଦେଶରେ ଏଭଳି ମାମଲା ସଂଖ୍ୟା ୭୧୯ ହୋଇଥିବାବେଳେ ବିହାରରେ ୩୮୧ ରହିଛି । ଜନପ୍ରତିନିଧିଙ୍କ ବିରୋଧରେ ବିଚାଧୀନ ଅପରାଧିକ ମାମଲା ସଂଖ୍ୟା ହିସାବ ଦେଖିବାକୁ ଗଲେ ସାରା ଦେଶରେ ଓଡ଼ିଶା ଚତୁର୍ଥ ସ୍ଥାନରେ ।ଓଡ଼ିଶା ତୁଳନାରେ ପଡୋଶୀ ରାଜ୍ୟରେ ଜନପ୍ରତିନିଧିଙ୍କ ଅପରାଧିକ ମାମଲା ସଂଖ୍ୟା କମ୍ । ନଭେମ୍ବର ୨୦୨୨ ସୁଦ୍ଧା ଓଡ଼ିଶାରେ ଜନପ୍ରତିନିଧିଙ୍କ ବିରୋଧରେ ବିଭିନ୍ନ ଅଦାଲତରେ ୪୫୪ଟି ଅପରାଧିକ ମାମଲା ବିଚାରଧୀନ ରହିଛି । ଇତି ମଧ୍ୟରୁ ୫ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବିଚାରଧୀନ ଅପରାଧିକ ମମଲା ସଂଖ୍ୟା ୩୨୩ । ପଶ୍ଚିମବଙ୍ଗ ୨୪୪ଟି ମମଲା , ଝାଡଖଣ୍ଡରେ ୧୯୮, ଆନ୍ଧ୍ରପ୍ରଦେଶରେ ୯୨, ଛତିଶଗଡରେ ମାତ୍ର ୧୦ଟି ମାମଲା ବିଚାରଧୀନ ରହିଛି । ସୁପ୍ରିମକୋର୍ଟରେ କୋର୍ଟ ମିତ୍ର ବିଜୟ ହଂସାରିଆଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟରେ ଉଲ୍ଲେଖ ରହିଛି ।

ହାଇକୋର୍ଟ ଗୁଡିକରୁ ବିଚାରଧୀନ ମାମଲା ସଂପର୍କିତ ତଥ୍ୟ ସଂଗ୍ରହ କରି ହଂସାରିଆ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଉକ୍ତ ରିପୋର୍ଟ ଅନୁଯାୟୀ ଗତବର୍ଷ ନଭେମ୍ବର ପର୍ଯ୍ୟନ୍ତ ଓଡିଶାରେ ଏମ୍‌ପି ଏବଂ ବିଧାୟକ ମାନଙ୍କ ବିରୋଧରେ ୨୫୨ ମାମଲା ରୁଜୁ ହୋଇଛି । ଉତ୍ତରପ୍ରଦେଶରେ ଏମ୍‌ପି ଓ ବିଧାୟକ ମାନଙ୍କ ବିରୋଧରେ ଏହି ସମୟ ମଧ୍ୟରେ ୧,୩୭୭ ମାମଲା ରୁଜୁ ହୋଇଥିବାବେଳେ ବିହାରରେ ୫୪୬ ଏବଂ ମହାରାଷ୍ଟ୍ରରେ ୪୮୨ ମାମଲା ରୁଜୁ ହୋଇଛି । ଗତବର୍ଷ ନଭେମ୍ବର ସୁଦ୍ଧା ଦେଶରେ ଆଇନ ପ୍ରଣେତାଙ୍କ ବିରୋଧରେ ମୋଟ ୫,୧୭୫ ମାମଲା ପଞ୍ଜୀକୃତ ହୋଇଥିବାବେଳେ ସେଥିମଧ୍ୟରୁ ୪୦ ପ୍ରତିଶତ ମାମଲା ୫ ବର୍ଷରୁ ଅଧି ସମୟ ହେଲା ବିଚାରଧୀନ ରହିଛି ।

ନୈତିକ ଅଧ୍ୟମତାରେ ସଂପୃକ୍ତ ଏମ୍‌ପି ଏବଂ ବିଧାୟକ ମାନେ ଦୋଷୀ ସାବ୍ୟସ୍ତ ହେଲେ ସେମାନଙ୍କୁ ୬ ବର୍ଷ ପରିବର୍ତ୍ତେ ଆଜୀବନ ନିର୍ବାଚନ ଲଢିବାରୁ ଅଯୋଗ୍ୟ ଘୋଷଣା କରାଯିବା ଉଚିତ୍ ବୋଲି ଆମିକସ୍ କ୍ୟୁରି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ନୀତିଭ୍ରଷ୍ଟ ସଦସ୍ୟ ବୈଧାନିକ ପଦବୀ ପାଇଁ ସ୍ଥୟୀ ଭାବେ ଅଯୋଗ୍ୟ ଘୋଷିତ ହେବେ ବୋଲି ବିଭିନ୍ନ ବୈଧାନିକ ସଂସ୍ଥାରେ ବ୍ୟବସ୍ଥା ରହିଥିବା ସେ ସୂଚନା ଦେଇଛନ୍ତି । ନୀତି ଭ୍ରଷ୍ଟତାରେ ସଂପୃକ୍ତ ଅପରାଧ କରିଥିବା ପ୍ରମାଣିତ ହେଲେ ସବୁଦିନ ପାଇଁ ଏହି ପଦବୀରୁ ଅଯୋଗ୍ୟ ଘୋଷିତ ହେବା ଆବଶ୍ୟକ । ଦୋଷୀ ସାବ୍ୟସ୍ତ ଏମ୍‌ପି ଏବଂ ବିଧାୟକମାନେ ନିର୍ବାଚନ ଲଢିପାରିବେ ନାହିଁ ବୋଲି ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୮ରେ ରହିଥିବା ବ୍ୟବସ୍ଥାର ସମ୍ବିଧାନିକ ବୈଧତାକୁ ଭାଜପା ନେତା ଅଶ୍ୱିନୀ ଉପାଧ୍ୟୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଏହା ଉପରେ ରିପୋର୍ଟ ଦେବା ଲାଗି ହଂସାରିଆଙ୍କୁ ଆମିକସ୍ କ୍ୟୁରି ନିଯୁକ୍ତ କରାଯାଇଥିଲା ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ