Bharti-Singh (1)

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଏବେ ସବୁଠି ଚର୍ଚ୍ଚାରେ ଟେଲିଭିଜନ ଦୁନିଆର କମେଡ଼ି କୁଇନ୍ ଭାରତୀ ସିଂ । ନୂଆ ଲୁକ୍ରେ ଏବେ ନଜର ଆସିଛନ୍ତି ଭାରତୀ । ଫ୍ୟାଟରୁ ସେ ଏବେ ହୋଇ ଯାଇଛନ୍ତି ଫିଟ୍ । ନିଜ ଓଜନ କମାଇ ସେ ବନିଯାଇଛନ୍ତି ସ୍ଲିମ୍ ଟ୍ରିମ୍ । ବି ଟାଉନରେ ଭାରତୀଙ୍କ କମେଡିକୁ ନେଇ ଯେତିକି ଚର୍ଚ୍ଚା ହେଉଥିଲା ଏବେ ତାଙ୍କ ଫିଟନେସ୍କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହେଉଛି । ନିଜ ଓଜନକୁ ନେଇ କମେଡି କରୁଥିବା ଭାରତି ସିଂ ଏବେ ପ୍ରାୟ ୧୫ କେଜି ଓଜନ କମାଇ ସୋସିଆଲ ମିଡିଆରେ ଖୁବ୍ ଟ୍ରେଣ୍ଡ ପାଲଟିଛନ୍ତି ।

ନିକଟରେ କପିଲ ଶର୍ମା ଶୋ ରେ ମଧ୍ୟ ଭାରତୀ ନିଜେ ଓଜନ କମାଇଥିବା କଥା ସ୍ୱୀକାର କରିଛନ୍ତି । ସେ ପ୍ରଥମେ ୯୧ କିଲୋ ଥିଲେ । ବର୍ତ୍ତମାନ ତାଙ୍କ ଓଜନ ୭୬ କିଲୋ ହୋଇ ଯାଇଛି । ତେବେ ତାଙ୍କର ଏହି ଓଜନ କମାଇବାର ରାଜ୍ ହେଉଛି ତାଙ୍କ ଡାଏଟିଂ । ନିଜର ଖାଦ୍ୟପେୟରେ ପରିବର୍ତ୍ତନ କରି ସେ ଏଭଳି ପତଳା ହୋଇଥିବା କଥା କହିଛନ୍ତି ଫ୍ୟାନ୍ସଙ୍କୁ । ସମସ୍ତେ ଜାଣନ୍ତି ଭାରତୀ ଖାଇବାକୁ ବେଶ୍ ଭଲପାଆନ୍ତି । ହେଲେ ସେ ଏବେ ବେଳେବେଳେ ଇଣ୍ଟରମିଟେଣ୍ଟ୍ ଫାଷ୍ଟିଂ କରୁଛନ୍ତି । ଅର୍ଥାତ୍ ରାତି ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ କିଛି ଖାଦ୍ୟ ଗ୍ରହଣ କରୁନାହାଁନ୍ତି । ଏପରି କରିବା ଦ୍ୱାରା ତାଙ୍କ ଓଜନ କମିଯାଇଛି ।

ଏହାସହ ଏବେ ସେ ନିଜକୁ ଫିଟ୍ ଏବଂ ସୁସ୍ଥ ଅନୁଭବ କରୁଛନ୍ତି । ପୂର୍ବରୁ ଭାରତୀଙ୍କ ଆସ୍ଥାମା ଏବଂ ଡାଇବେଟିସ୍ ସମସ୍ୟା ଥିଲା କିନ୍ତୁ ସେ ସବୁ ଏବେ ନିୟନ୍ତ୍ରଣରେ ରହିଛି । ନିଜ ଫିଟନେସକୁ ନେଇ ଭାରତୀ କହିଛନ୍ତି ଯେ, ସେ ୩୦ରୁ ୩୨ ବର୍ଷ ଯାଏଁ ବହୁତ ଖାଇଛନ୍ତି । ଏବେ ବର୍ଷେ ଧରି ସେ ନିଜ ଶରୀର ପାଇଁ ସମୟ ଦେଇଛନ୍ତି । ନିଜକୁ ପତଳା ଦେଖି ତାଙ୍କୁ ମଧ୍ୟ ଖୁବ୍ ଖୁସି ଲାଗୁଛି । ନିଜ ଉପରେ ଗର୍ବ ଅନୁଭବ ହେଉଛି ବୋଲି କହିଛନ୍ତି ଭାରତୀ । ସେପଟେ ଭାରତୀଙ୍କ ସ୍ୱାମୀ ହର୍ସ ଲିମ୍ବାଚିଆ ମଧ୍ୟ ଭାରତୀଙ୍କ ନୁଆ ଲୁକ୍କୁ ନେଇ ଖୁବ୍ ଖୁସି ଅଛନ୍ତି ।

ତେବେ ଭାରତୀଙ୍କୁ ଏବେ କମେଡି ସୋ ଦ କପିଲ ଶର୍ମା ସୋରେ ଦେଖିବାକୁ ମିଳୁଛି । ତାଙ୍କ ଦମଦାର କମେଡିରେ ସେ ଦର୍ଶକଙ୍କୁ ବେଶ୍ ଏଣ୍ଟରଟେନ୍ କରୁଛନ୍ତି । ଏହା ସହ ସେ ରିୟଲିଟି ସୋ ଡ୍ୟାନ୍ସ ଦିୱାନେର ସିଜିନ୍ ୩ରେ ମଧ୍ୟ ହୋଷ୍ଟ ଭାବରେ ନଜର ଆସୁଛନ୍ତି । ଏହି ସୋର ଅନେକ ଭିଡଓ କ୍ଲିପ୍ ସେ ନିଜ ଇନଷ୍ଟାଗ୍ରାମ୍ ପେଜରେ ଅପଲୋଡ କରୁଛନ୍ତି ଯେଉଁଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି ତାଙ୍କ ଫିଟନେସର ରାଜ୍ ।

Leave a Reply

Your email address will not be published. Required fields are marked *