Masthead

କିରୋସିନ ଢାଳି ମହିଳାଙ୍କ ମୃତ୍ୟୁ, ହତ୍ୟା ସନ୍ଦେହ

ଦଶରଥପୁର (ବଡ଼ ଖବର ବ୍ୟୁରୋ): କିରୋସିନ ଢାଳି ମହିଳାଙ୍କ ମୃତ୍ୟୁ । ହତ୍ୟା ସନ୍ଦେହ । ଏହିଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ନାଲମଲ୍ଲିକପାଟଣା ଗ୍ରାମରେ । ଶନିବାର ବିଳମ୍ବିତ ରାତିରେ ପରିବାର କଳହକୁ ନେଇ ଜଣେ ମହିଳାଙ୍କର ଚାଲିଯାଇଛି ଜୀବନ । ଦେହରେ ନିଆଁ ଲାଗିବା ପରେ ମହିଳା ଜଣଙ୍କ ଚିତ୍କାର କରିଥିଲେ । ଏହାକୁ ଶୁଣି ପାଖ ପଡୋଶୀ ଦୌଡ଼ି ଆସି ନିଆଁରେ ଜଳୁଥିବାର ଦେଖି ଉଦ୍ଧାର କରିଥିଲେ । ପ୍ରଥମେ ମଙ୍ଗଳପୁର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ ଜିଲ୍ଲାମୁଖ୍ୟଚିକତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ।

କିନ୍ତୁ ଅଧିକ ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ଏସିବିକୁ ସ୍ଥାନାନ୍ତର କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ମହିଳାଙ୍କ ଆଜି ମୃତ୍ୟୁ ହୋଇଛି । ସୂଚନା ମୁତାବକ ଈଶ୍ୱର ପୁର ଗ୍ରାମର ବିକ୍ରମ ବେହେରାଙ୍କ ଝିଅ ଜୟଶ୍ରୀ ବେହେରା ନାଲମଲ୍ଲିକପାଟଣା ଗ୍ରାମର ମହେଶ୍ୱର ବେହେରାଙ୍କୁ ବିବାହ ହୋଇଥିଲା । କିନ୍ତୁ ମହେଶ୍ୱରଙ୍କ ପରିବାର ଲୋକେ ଅଧିକ ଯୌତୁକ ଦାବି କରିବା ସହ ବିଭିନ୍ନ କାରଣ ଦର୍ଶାଇ ଜୟଶ୍ରୀଙ୍କୁ ମାନସିକ ନିର୍ଯାତନା ଦେଉଥିଲେ । ଏହାକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ବହୁତ ଥର ମୀମାଂସା ହୋଇଥିଲା ।

କିନ୍ତୁ ଗତକାଲି ବିଳମ୍ବିତ ରାତିରେ କିରୋସିନ ଢାଳି ମହିଳାଙ୍କ ମୃତ୍ୟୁ ଖବର ଏବେ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମୃତ ମହିଳାଙ୍କ ମାଆ ରମାମଣି ବେହେରା ଝିଅକୁ କିରୋସିନ ଢାଳି ମାରିଦେଇଛନ୍ତି ବୋଲି ମଙ୍ଗଳପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମଙ୍ଗଳପୁର ପୋଲିସ ଘଟଣାସ୍ଥଳରେ ପହଂଚି ଅଧିକ ତଦନ୍ତ ଚଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ