Masthead

ଖାଁ ଖାଁ ପୂଜା ମଣ୍ଡପ, ଭକ୍ତଶୂନ୍ୟ ମା’

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଭକ୍ତ ଓ ଭଗବାନଙ୍କୁ ଅଲଗା କରିଦେଇଛି । ଚଳିତ ବର୍ଷ ବିଭିନ୍ନ ପର୍ବପର୍ବାଣୀ ଫିକା ପଡିଥିବାବେଳେ ପୂଜା ଉତ୍ସବ ମଧ୍ୟ ମଳିନ ପଡିଯାଇଛି । ରାମନବମୀ ଠାରୁ ରଥଯାତ୍ରା ସହିତ ଗଣେଶ ପୂଜା ଯାଏଁ ସବୁଠି କରୋନା ଭୟ ଲାଗିରହିଥିଲା । ତେଣୁ ଠାକୁରଙ୍କୁ ଜନ ସାଧାରଣଙ୍କ ଦର୍ଶନ ଉପରେ ସରକାର ରୋକ ଲଗାଯାଇଛନ୍ତି । ବିଶ୍ୱାସ ଥିଲା ଦୁର୍ଗାପୂଜା ବେଳକୁ ସଂକ୍ରମଣ ହ୍ରାସପାଇବା ସହ କରୋନା କଟକଣା କୋହଳ ହୋଇଯିବ । ତେଣୁ ମା’ ଙ୍କ ପୂଜା ବେଶ ଧୁମଧାମରେ ପାଳିତ ହେବ। କିନ୍ତୁ ତାହା ମଧ୍ୟ ସମ୍ଭବ ହୋଇପାରିଲା ନାହିଁ । ସଂକ୍ରମଣକୁ ଆଖି ଆଗରେ ରଖି ସରକାର ପୂଜା ପାଇଁ ବିଭିନ୍ନ ନୀତିନିୟମ ପ୍ରଣୟନ କରି ତାହାକୁ ପାଳନ କରିବା ପାଇଁ ପୂଜା କମିଟି ଗୁଡିକୁ ନିର୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ରାଜଧାନୀରେ ମା’ ଦଶଭୁଜାଙ୍କ ଆବାହନ ପୂଜା ଭକ୍ତ ଶୂନ୍ୟ ଭାବେ ପାଳିତ ହୋଇଛି । ଷଷ୍ଠୀ ବେଲବରଣୀ ଠାରୁ ସପ୍ତମୀ କଳସୀ ପୂଜା ଯାଏଁ କେବଳ ପୂଜାମଣ୍ଡପ ଗୁଡିକରେ ପୂଜକ ଓ କର୍ତ୍ତାଙ୍କୁ ଦେଖିବାକୁ ମିଳିଛି । ଏପରିକି କେତେକ ପୂଜାମଣ୍ଡପ ଆବଦ୍ଧ କରାଯାଇ ମା ଙ୍କୁ ପୂଜାର୍ଚ୍ଚନା କରାଯାଉଛି। ଆଜି ଅଷ୍ଟମୀରେ ହେବାକୁ ଥିବା ସନ୍ଧିପୂଜା , ଚଣ୍ଡୀପାଠ ସହିତ ନବମୀ ଓ ଦଶମୀ ପୂଜା ମଧ୍ୟ ଭକ୍ତ ଶୁନ୍ୟ ଭାବେ ଅନୁଷ୍ଠିତ ହେବ । ନୟାପଲ୍ଲୀ ସାର୍ବଜନୀନ ଦୂର୍ଗା ପୂଜା କମିଟି, ବରମୁଣ୍ଡା ପୂଜା କମିଟି, ସହିଦ ନଗର ଦୁର୍ଗାପୂଜା କମିଟିର ମଣ୍ଡପ ଭକ୍ତ ଶୂନ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ