Masthead

ପାହାଡ଼ରେ ପାଠପଢ଼ା

ପାଲଲହଡ଼ା (ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ଲାଗି ଅନଲାଇନରେ ଚାଲିଛି ପାଠପଢ଼ା । ନେଟୱର୍କ ନଆସିବାରୁ ଛାତ୍ରଛାତ୍ରୀମାନେ ପାହାଡ଼ ଉପରେ ଯାଇ ପାଠପଢ଼ୁଥିବା ଦେଖିବାକୁ ମିଳୁଛି । ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଳକର ଉପାନ୍ତ ଅଞ୍ଚଳ ସଇଡ଼ା, ନଗିରା, ବରଡ଼ିହ ଓ ପେଚାମୁଣ୍ଡି ପଞ୍ଚାୟତର କିଛି ଗାଁରେ ଆସୁନି ନେଟୱର୍କ । ଯେଉଁକାରଣରୁ ଛାତ୍ର ଛାତ୍ରୀମାନେ ନେଟୱର୍କ ଆସୁଥିବା ପାହାଡ଼ ଉପରକୁ ଯାଇ ପାଠପଢ଼ୁଛନ୍ତି । ଭବିଷ୍ୟତ ଗଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀଙ୍କୁ ସବୁବେଳେ ରହୁଛି ବନ୍ୟଜନ୍ତୁଙ୍କ ଭୟ । ଗାଁକୁ ନେଟୱର୍କ ଆସୁନଥିବା ନେଇ ଅଭିଯୋଗ କରିଥିଲେ ସୁଦ୍ଧା ଫଳାଫଳ ଶୁନ । ବରିଷ୍ଟ ଆଇନଜୀବୀ ଚିତ୍ତରଞ୍ଜନ ପ୍ରଧାନ ମଧ୍ୟ ଛାତ୍ର ଛାତ୍ରୀଙ୍କ ଲାଗି ପ୍ରଶାସନକୁ ଜଣାଇଛନ୍ତି । ନେଟୱର୍କ ଆସୁନଥିବାରୁ ଏଠାରେ ଜରୁରୀ ସମୟରେ ଆମ୍ବୁଲାନ୍ସ ସେବା ଓ ଅଗ୍ନିଶମ ସେବା ପହଞ୍ଚିପାରୁନାହିଁ । ଏହି ଅଞ୍ଚଳରେ ଟାୱାର ଲଗାଇଲେ ସବୁ ସମସ୍ୟାର ସମାଧାନ ହୋଇପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ