Masthead

ଦୋଷୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ: ବାଇଡେନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକାର ସିଗ୍ନେଚର ବ୍ୟାଙ୍କ ଏବଂ ସିଲିକନ୍ ଭ୍ୟାଲି ବ୍ୟାଙ୍କ ବୁଡ଼ିଯିବା ଘଟଣା । ଏହି ଦୁଇଟି ବ୍ୟାଙ୍କ ଦେବାଳିଆ ହେବା ପରେ ବାଇଡେନ ଏକ ବଡ଼ ଘୋଷଣା କରିଛନ୍ତି । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି କହିଛନ୍ତି । ବାଇଡେନ ଟୁଇଟ କରି କହିଛନ୍ତି ଯେ ବ୍ୟାଙ୍କଗୁଡିକର ପତନ ପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଉଭୟ ବ୍ୟାଙ୍କର ଆକାଉଣ୍ଟଧାରୀଙ୍କୁ ମଧ୍ୟ ଆଶ୍ୱସ୍ତି ପ୍ରଦାନ କରି କହିଛନ୍ତି ଯେ ଲୋକଙ୍କ ଟଙ୍କା ସୁରକ୍ଷିତ ରହିବ।

ଏହା ସହିତ ବଡ଼ ବ୍ୟାଙ୍କଗୁଡିକର ମନିଟରିଂ ଏବଂ ନିୟମାବଳୀ ମଧ୍ୟ ମଜବୁତ ହେବ ଯାହା ଦ୍ୱାରା ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଆମେରିକାର ରାଷ୍ଟ୍ରପତି ଅନ୍ୟ ଏକ ଟୁଇଟରେ ଲେଖିଛନ୍ତି ଯେ ଆମେ ଆମେରିକୀୟ ଲୋକ ଏବଂ ଆମେରିକୀୟ ବ୍ୟବସାୟ ଜଗତକୁ ନିଶ୍ଚିତ କରିବାକୁ ଚାହୁଁଛୁ ଯେ ସେମାନଙ୍କର ବ୍ୟାଙ୍କ ଜମା ସୁରକ୍ଷିତ ଏବଂ ଯେତେବେଳେ ସେମାନେ ଆବଶ୍ୟକ କରନ୍ତି ସେତେବେଳେ ସେମାନେ ଏହାକୁ ନେଇ ପାରିବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ