Masthead

ଅଇଁଠାପାଲି ଛକରୁ ଗଞ୍ଜେଇ ଜବତ

ରେଙ୍ଗାଲି (ବଡ଼ ଖବର ବ୍ୟୁରୋ): ସମ୍ବଲପୁର ଅବକାରୀ କାର୍ୟ୍ୟାଳୟ ପକ୍ଷରୁ ଆଜି ଅଇଁଠାପାଲି ବାଟମଙ୍ଗଳା ଛକରେ ଚୋରା ଚାଲାଣ ହେଉଥିବା ୬୬ କେଜି ଗଞ୍ଜେଇ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲା ପଟରୁ ଏକ ବୋଲେରୋ ଗାଡିରେ ୩ ଟି ବସ୍ଥାରେ ୬୬ କେଜି ଗଞ୍ଜେଇ କୁ ମଧ୍ୟପ୍ରଦେଶକୁ ଚୋରା ଚାଲାଣ ସମୟରେ ଅଇଁଠାପାଲି ବାଟମଙ୍ଗଳା ମନ୍ଦିର ଛକରେ ମାଡ଼ିବସିଲା ଅବକାରୀ କାର୍ୟ୍ୟାଳୟର ଟିମ ।

ଏହାସହ ବୋଲେରୋ ଗାଡ଼ିରୁ ଗଞ୍ଜେଇ ଜବତ କରିବା ସହିତ ମଧ୍ୟପ୍ରଦେଶ ରାଜ୍ୟର ଧର୍ମେନ୍ଦ୍ର ସିଂ ଲୋଧି ଏବଂ ରୀନା ଠାକୁରକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏଥିସହିତ ଅଭିଯୁକ୍ତଙ୍କ ଠାରୁ ୩୨୦୦ ଟଙ୍କା ମଧ୍ୟ ଜବତ କରାଯାଇଛି । ଜବତ ହୋଇଥିବା ଗଞ୍ଜେଇ ସହ ଗାଡିର ଅନୁମାନିକ ମୂଲ୍ୟ ୧୧ ଲକ୍ଷ ୬୦ ହଜାର ଟଙ୍କା ହେବ ବୋଲି ଅବକାରୀ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ