Masthead

ଦୁଷ୍କର୍ମ ପାଇଁ ମହିଳାଙ୍କ ପୋଷାକ ଦାୟୀ: ଇମ୍ରାନ ଖାନ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ପୁଣି ଏକ ବିବାଦିୟ ବୟାନ ଦେଇ ଟ୍ରୋଲ ହୋଇଛନ୍ତି ଇମ୍ରାନ । କିଛି ବର୍ଷ ଧରି ପାକିସ୍ତାନରେ ଦୁଷ୍କର୍ମ ବଢ଼ୁଥିବା ନଜରକୁ ଆସିଛି । ଯେଉଁଥିପାଇଁ ଇମ୍ରାନ ସିଧାସଳଖ ମହିଳାଙ୍କ ପୋଷାକ ଉପରେ ଅଙ୍ଗୁଳି ଉଠାଇଛନ୍ତି । ଏକ ସାକ୍ଷାତକାରରେ ଇମ୍ରାନ ଏଭଳି ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଯେ, ଦୁଷ୍କର୍ମ ପାଇଁ ମହିଳାଙ୍କ ପୋଷାକ ଦାୟୀ । ଯଦି ଜଣେ ମହିଳା ଛୋଟ ପୋଷାକ ପିନ୍ଧୁଛନ୍ତି, ତେବେ ଏହା ନିଶ୍ଚିତ ଭାବରେ ପୁରୁଷଙ୍କୁ ପ୍ରଭାବିତ କରିବ । କାରଣ ପୁରୁଷମାନେ ରୋବଟ ନୁହନ୍ତି । ଏହା ଏକ ସାଧାରଣ କଥା ଯାହାକୁ ମହିଳାମାନେ ବୁଝିବା ଦରକାର ।

ତେବେ ଇମ୍ରାନଙ୍କ ଏଭଳି ଟିପ୍ପଣୀ ଲାଗି ସୋସିଆଲ ମିଡିଆରେ ତାଙ୍କୁ କଡ଼ା ସମାଲୋଚନା କରାଯାଇଛି । ପାକିସ୍ତାନର ହିଜବେ ନେତାଙ୍କଠାରୁ ଆରମ୍ଭ କରି ମହିଳାଙ୍କ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଲୋକ ଇମ୍ରାନଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ