Masthead

ସିବିଏସଇ ବୋର୍ଡ଼ ପରୀକ୍ଷାକୁ ନେଇ ବଡ଼ ଘୋଷଣା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସିବିଏସଇ ବୋର୍ଡ଼ ପରୀକ୍ଷାକୁ ନେଇ ହଟିବ ଦ୍ୱନ୍ଦ । କେବେ ହେବ ପରୀକ୍ଷା, ଆସନ୍ତା ୩୧ ତାରିଖ ସନ୍ଧ୍ୟା ୬ଟାରେ କରାଯିବ ଘୋଷଣା । ୨୦୨୧ ସିବିଏସଇ ବୋର୍ଡ଼ ପରୀକ୍ଷାକୁ ନେଇ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ । ଟୁଇଟ କରି ସେ ଲେଖିଛନ୍ତି, ଡ଼ିସେମ୍ବର ୩୧ ତାରିଖ ସନ୍ଧ୍ୟା ୬ଟାରେ ସିବିଏସଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ଼ ପରୀକ୍ଷାର ତାରିଖ ଘୋଷଣା କରାଯିବ ।

ଅନ୍ୟପଟେ ଗତ ମଙ୍ଗଳବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଥିଲେ, ସିବିଏସଇ ବୋର୍ଡ଼ ପରୀକ୍ଷା ଜାନୁଆରୀ କିମ୍ବା ଫେବୃଆରୀ ୨୦୨୧ ସୁଦ୍ଧା ହେବ ନାହିଁ । କୋଭିଡ଼ କଟକଣା ଯୋଗୁଁ ସ୍କୁଲ ବନ୍ଦ ରହିଥିଲା ଓ ପିଲାଙ୍କ ପାଠ ପଢା ପ୍ରଭାବିତ ହୋଇଛି । ତେଣୁ ବିଚାର ବିମର୍ଶ କରିବା ପରେ ଚୂଡ଼ାନ୍ତ ନିଷ୍ପତି ନିଆଯିବ ବୋଲି କହିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ବର୍ତ୍ତମାନ ଡ଼ିସେମ୍ବର ୩୧ ତରିଖରେ ପରୀକ୍ଷା ତାରିଖ ଘୋଷଣା ନେଇ ମନ୍ତ୍ରୀଙ୍କ ଟୁଇଟ ଆସିବା ପରେ ବିଚାର ବିମର୍ଶ କରି ନିଷ୍ପତି ନିଆଯାଇଥିବା ଅନୁମାନ କରାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ