ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସର ଦଳୀୟ ସଙ୍ଗଠନରେ ବଡ଼ ଧରଣର ଅଦଳବଦଳ ହୋଇଛି। ରଣଦୀପ ସୁରଜୱାଲାଙ୍କୁ ମଧ୍ୟ ପ୍ରଦେଶର ସିନିୟର ଅବଜର୍ଭର ପରେ ଏବେ ରାଜ୍ୟର ପ୍ରଭାରୀ ମହାସଚିବର ଅତିରିକ୍ତ ଦାୟିତ୍ୱ ଦେଇଛି। ମୁକୁଲ ବାସନିକଙ୍କୁ ଗୁଜରାଟର ପ୍ରଭାରୀ ମହାସଚିବ ଦାୟିତ୍ୱ ଦିଆଯାଇଛି। ଏହା ବ୍ୟତୀତ ବୃଜଲାଲ ଖାବରିଙ୍କ ସ୍ଥାନରେ ଅଜୟ ରାୟଙ୍କୁ ଉତ୍ତର ପ୍ରଦେଶ କଂଗ୍ରେସର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି। ମଧ୍ୟ ପ୍ରଦେଶର ପ୍ରଭାରୀ ମହାସଚିବର ଦାୟିତ୍ୱ ସୁରଜୱାଲାଙ୍କୁ ଜେପି ଅଗ୍ରୱାଲଙ୍କ ସ୍ଥାନରେ ଦିଆଯାଇଛି। ସେହିପରି ବାସନିକଙ୍କୁ ରଘୁ ଶର୍ମାଙ୍କୁ ହଟାଇ ପ୍ରଭାରୀ ମହାସଚିବ କରାଯାଇଛି।