Masthead

ମାଛ ଚାଷ କଲେ ପୂର୍ବତନ ବିଧାୟକ

ମାଲକାନଗିରି, (ବଡ଼ ଖବର ବ୍ୟୁରୋ): ମାଛ ଧରୁଛନ୍ତି ପୂର୍ବତନ ବିଧାୟକ । ହଁ ଆଜ୍ଞା କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ପୂର୍ବତନ ମାଲକାନଗିରି ବିଧାୟକ ମାନସ ମାଡ଼କାମି ନିଜ ହାତରେ ଜାଲ ଧରି ପୋଖରୀରୁ ମାଛ ଧରୁଥିବା ଭିଡିଓ ଏବେ ଭାଇରାଲ ହେଉଛି। ତେବେ ମାଛ ମାରିବା ମାଡ଼କାମିଙ୍କର କୌଣସି ସୌକ ନୁହେଁ ବରଂ ପେସା ଯାହା ଏବେ ତାଙ୍କ ନିଶା ପାଲଟିଛି। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ମାଲକାନଗିରି ବିଧାୟକ ଥିଲେ ମାନସ। ଲକଡାଉନ୍ ପରେ ନେତାମାନେ ସାମାଜିକ ଦୁରତା ବଜାୟ ରଖୁଥିବା ବେଳେ ମାନସ କିନ୍ତୁ ଆପଣାଇ ନେଇଛନ୍ତି ତାଙ୍କ ପୁରୁଣା ପେସା ମାଛଚାଷକୁ। ସରପଞ୍ଚଠାରୁ ଆରମ୍ଭ କରି ବ୍ଲକ ଅଧକ୍ଷ ଓ ବିଧାୟକ ହୋଇଥିଲେ ମଧ୍ୟ ମାନସ ତାଙ୍କ ପେସା ଛାଡ଼ିନାହାନ୍ତି। ବିଧାୟକ ଥିବା ସମୟରେ ଲୋକଙ୍କ ସେବା ପାଇଁ ନିଜ କାମ କରିପାରୁ ନ ଥିବା ମାନସ କିନ୍ତୁ ଏବେ ନିଜ ଫାର୍ମହାଉସରେ ସମୟ ବିତାଉଛନ୍ତି ।

କେବଳ ମାଛଚାଷ ନୁହେଁ, ୧୫ ଏକର ଏହି ପୈତୃକ ଜମିରେ ସେ ଏକ ଫାର୍ମ ହାଉସ କରିବା ସହ ୫ଟି ବଡ଼ ପୋଖରୀ କରିଛନ୍ତି । ଯେଉଁଥିରୁ ମାଛ ଧରି ବର୍ଷକୁ ପ୍ରାୟ ୬୦ ରୁ ୭୦ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସେ ରୋଜଗାର କରୁଛନ୍ତି । ଏହାସହ କୁକୁଡ଼ା, ବତକ ଓ ଛେଳି ମଧ୍ୟ ପାଳନ କରି ତାହାକୁ ବିକ୍ରି କରୁଛନ୍ତି। ଏତିକି ନୁହେଁ, ନିଜ ଜମିରେ ଏକ ସବୁଜ ପରିବେଶ ସୃଷ୍ଟି କରି ସେଥିରେ ଆମ୍ବ, ଡାଳିମ୍ବ, କଦଳୀ ପରି ଅନେକ ଫଳ ଚାଷ ମଧ୍ୟ କରିଛନ୍ତି। ଅବସର ସମୟରେ ସେ ଏପରି ଚାଷ କାମ କରୁଛନ୍ତି କିନ୍ତୁ ଆଗାମୀ ଦିନରେ ପୁଣି ଥରେ ରାଜନୀତି କରିବା ସହ ଲୋକଙ୍କ ସେବା ଜାରି ରଖିବେ ବୋଲି ସେ କହିଛନ୍ତି । ଏକ ଗରିବ ଆଦିବାସୀ ପରିବାରରେ ଜନ୍ମ ନେଇଥିଲେ ମାନସ। ହେଲେ ବିଧାୟକ ହେବା ପରେ ବି ଜଣେ ଆଦିବାସୀ ଯୁବ ନେତାଙ୍କ ଏପରି ଉଦ୍ୟମ ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇବ ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ଭାରତ ସହ ଟି-୨୦ ବିଶ୍ବକପ୍ ଖେଳିବ ପାକିସ୍ତାନ 🔴 ବୁଧବାର ମହାପ୍ରଭୁଙ୍କ ବନକଲାଗି ନୀତି 🔴 ଉମରକୋଟରେ ୧୨ ଘଣ୍ଟିଆ ବନ୍ଦ ପାଳନ 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ