ପ୍ରେମ ପାଇଁ ତୋଫା ଟିଏ

Prakash Maharatha

(ଭୂବନେଶ୍ୱର,ବଡ଼ ଖବର ବ୍ୟୁରୋ): “ତୁମକୁ ମୋ ନିଦର ଅସୁମାରୀ ସ୍ୱପ୍ନ କରି ରଖିବି , ମୋ କବିତାର ବେସୁରା ସୁର କରି ଲେଖିବି, ତୁମେ ପ୍ରତାରଣା ଦେଲେ ବି ସେ ଜଖମକୁ ଛାତିତଳେ ସାଇତି ରଖିବି । ନିଜଠୁ ଅଧିକା ତୁମକୁ ଭଲ ପାଇବି, ଲଭ ୟୁ” ।

ପ୍ରେମିକାର ଏଇ କେଇପଦ କଥା ଆଜି ଆନମନା କରୁଥିବ ପ୍ରେମିକ ମନକୁ । ଭାଲେଣ୍ଟାଇନ ସପ୍ତାହର ଆଜି ହେଉଛି ଦ୍ଵିତୀୟ ଦିନ, ପ୍ରେମ ନିବେଦନର ଦିନ । ପ୍ରେମକୁ ସାର୍ଥକ କରିବା ପାଇଁ ପ୍ରେମିକ ପ୍ରେମିକା ଆଜି କେତେ କ’ଣ ଶପଥ ନେଇଥିବେ । ବାସ୍ତବରେ କିନ୍ତୁ ପ୍ରେମର କିଛି ସଂଜ୍ଞା ନଥାଏ, ପ୍ରେମ କାହା ପାଇଁ କ’ଣ । ପ୍ରେମର ପାରିଭାଷାକୁ ବଖାଣିଲେ ବିତିଯିବ ବର୍ଷ ବର୍ଷ । କିନ୍ତୁ ପ୍ରେମର ପାରିଭାଷାକୁ ଅଳ୍ପରେ ସାଇତି ସାରାଜୀବନ ସାଇତି ରଖିବା ପାଇଁ ପ୍ରତିବର୍ଷ ଫେବୃଆରୀ ୧୪ ଭାଲେଣ୍ଟାଇନ ଡେକୁ ଅପେକ୍ଷା କରନ୍ତି ପ୍ରେମୀ ଯୁଗଳ। ପାଶ୍ଚାତ୍ୟ ଏହି ସଭ୍ୟତା ପାଳିବା ପାଇଁ ସପ୍ତାହେ ବ୍ୟାପି ଚାଲେ ପ୍ରେମର ମହାପର୍ବ ।

ଆଜି ଫେବୃଆରୀ ୮ ପ୍ରେମ ନିବେଦନ ଦିବସ । ପ୍ରେମର ପାରିଭାଷାକୁ ସୁନ୍ଦର ଧାଡିରେ ସଜେଇ ନିଜ ମନର ମଣିଷକୁ ଶୁଣନ୍ତି ପ୍ରେମୀ ଯୁଗଳ । ସୋସିଆଲ ମିଡିଆରେ ଅନେକ ନିଜର ମନର ମଣିଷକୁ ଟ୍ୟାଗକରି ଲେଖିଛନ୍ତି ନିଜ ମନର କଥା । ସେଇ ଲେଖା ଭିତରୁ ଧାଡିଏ
” ମନର ଭାବନା ହୁଏ ଆନମନା
କହିବାକୁ ଯାଇ ତୋ’ କାନ ପାଶେ
ଭଲପାଏ ତତେ ମୋ ହୃଦୟ କେତେ
ଚାହେଁ ଝୁମିବାକୁ ପ୍ରିୟ ତୋ’ ସାଥେ”
ପ୍ରପୋଜ ଡେରେ ଏମିତି କେତେକଣ ଆଜି ନିଜ ମନର ମଣିଷକୁ କହି ସଂପର୍କକୁ ଆହୁରି ଗାଢ଼ କରିଛନ୍ତି ପ୍ରେମୀ ଯୁଗଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ