Masthead

ପ୍ରେମ ପାଇଁ ତୋଫା ଟିଏ

Prakash Maharatha

(ଭୂବନେଶ୍ୱର,ବଡ଼ ଖବର ବ୍ୟୁରୋ): “ତୁମକୁ ମୋ ନିଦର ଅସୁମାରୀ ସ୍ୱପ୍ନ କରି ରଖିବି , ମୋ କବିତାର ବେସୁରା ସୁର କରି ଲେଖିବି, ତୁମେ ପ୍ରତାରଣା ଦେଲେ ବି ସେ ଜଖମକୁ ଛାତିତଳେ ସାଇତି ରଖିବି । ନିଜଠୁ ଅଧିକା ତୁମକୁ ଭଲ ପାଇବି, ଲଭ ୟୁ” ।

ପ୍ରେମିକାର ଏଇ କେଇପଦ କଥା ଆଜି ଆନମନା କରୁଥିବ ପ୍ରେମିକ ମନକୁ । ଭାଲେଣ୍ଟାଇନ ସପ୍ତାହର ଆଜି ହେଉଛି ଦ୍ଵିତୀୟ ଦିନ, ପ୍ରେମ ନିବେଦନର ଦିନ । ପ୍ରେମକୁ ସାର୍ଥକ କରିବା ପାଇଁ ପ୍ରେମିକ ପ୍ରେମିକା ଆଜି କେତେ କ’ଣ ଶପଥ ନେଇଥିବେ । ବାସ୍ତବରେ କିନ୍ତୁ ପ୍ରେମର କିଛି ସଂଜ୍ଞା ନଥାଏ, ପ୍ରେମ କାହା ପାଇଁ କ’ଣ । ପ୍ରେମର ପାରିଭାଷାକୁ ବଖାଣିଲେ ବିତିଯିବ ବର୍ଷ ବର୍ଷ । କିନ୍ତୁ ପ୍ରେମର ପାରିଭାଷାକୁ ଅଳ୍ପରେ ସାଇତି ସାରାଜୀବନ ସାଇତି ରଖିବା ପାଇଁ ପ୍ରତିବର୍ଷ ଫେବୃଆରୀ ୧୪ ଭାଲେଣ୍ଟାଇନ ଡେକୁ ଅପେକ୍ଷା କରନ୍ତି ପ୍ରେମୀ ଯୁଗଳ। ପାଶ୍ଚାତ୍ୟ ଏହି ସଭ୍ୟତା ପାଳିବା ପାଇଁ ସପ୍ତାହେ ବ୍ୟାପି ଚାଲେ ପ୍ରେମର ମହାପର୍ବ ।

ଆଜି ଫେବୃଆରୀ ୮ ପ୍ରେମ ନିବେଦନ ଦିବସ । ପ୍ରେମର ପାରିଭାଷାକୁ ସୁନ୍ଦର ଧାଡିରେ ସଜେଇ ନିଜ ମନର ମଣିଷକୁ ଶୁଣନ୍ତି ପ୍ରେମୀ ଯୁଗଳ । ସୋସିଆଲ ମିଡିଆରେ ଅନେକ ନିଜର ମନର ମଣିଷକୁ ଟ୍ୟାଗକରି ଲେଖିଛନ୍ତି ନିଜ ମନର କଥା । ସେଇ ଲେଖା ଭିତରୁ ଧାଡିଏ
” ମନର ଭାବନା ହୁଏ ଆନମନା
କହିବାକୁ ଯାଇ ତୋ’ କାନ ପାଶେ
ଭଲପାଏ ତତେ ମୋ ହୃଦୟ କେତେ
ଚାହେଁ ଝୁମିବାକୁ ପ୍ରିୟ ତୋ’ ସାଥେ”
ପ୍ରପୋଜ ଡେରେ ଏମିତି କେତେକଣ ଆଜି ନିଜ ମନର ମଣିଷକୁ କହି ସଂପର୍କକୁ ଆହୁରି ଗାଢ଼ କରିଛନ୍ତି ପ୍ରେମୀ ଯୁଗଳ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ