ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ହୀରାକୁଦରେ ଉତ୍କଟ ପାଣି ସମସ୍ୟାକୁ ନେଇ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ କ୍ଷୋଭ। ରାଜ୍ୟ ସରକାରଙ୍କୁ କଲେ ଟାର୍ଗେଟ। ହୀରାକୁଦରେ ପାଣି ସମସ୍ୟା ଉଦ୍ବେଗଜନକ। ହୀରାକୁଦ ଇତିହାସରେ ଏମିତି ପ୍ରଥମ ଥର ସଙ୍କଟ ଦେଖାଦେଇଛି। ଏତେ ତଳସ୍ତରକୁ ଚାଲିଯିବ ବୋଲି କେହି ଅନୁମାନ କରିନଥିବେ। ଏହା ଦ୍ଵାରା ୧୪ରୁ ୧୫ ଜିଲ୍ଳା କ୍ଷତିଗ୍ରସ୍ତ ହେବ। ସରକାରଙ୍କ ପାଖରେ ଏମିତି ସମସ୍ୟା ନେଇ ଖବର ନଥିଲା କେମିତି ବୋଲି ପ୍ରଶ୍ନ କଲେ ବିଜୟ ମହାପାତ୍ର । ଏବେ ହୀରାକୁଦରେ ଜଳସ୍ତର ୬୧୬.୬୯ ଫୁଟ୍ ଅଛି । ଗତବର୍ଷ ଏହି ସମୟରେ୬୨୧.୫ ଫୁଟ୍ ଥିଲା। ୪ଦିନ ତଳେ ୬୧୭.୫୧ ଫୁଟ୍ ଥିଲା। ଅର୍ଥାତ ୪ ଦିନରେ ଗୋଟିଏ ଫୁଟ୍ କମୁଛି । ଯଦି ଏହି ହାରରେ ପାଣି କମେ ମେ’ ଶେଷ ବେଳକୁ ୬୦୦ ଫୁଟରେ ପହଞ୍ଚିବ ।

ଆଉ ୬୦୦ ଫୁଟରେ ପହଞ୍ଚିଲେ ପିଇବା ପାଣି, ଚାଷ ପାଣି ସମସ୍ୟା ସହ ବିଜୁଳି ଉତ୍ପାଦନ ବନ୍ଦ ହେବ। ପୂର୍ବରୁ ୧୨ ହଜାରରୁ ୧୫ ହଜାର କୁ୍ୟସେକ ଆସୁଥିଲା । ହେଲେ ଏବେ ୪୮୫ କୁ୍ୟସେକ ପାଣି ଆସୁଛି। ଲସ୍ ହେଉଛି ୮୧୫ କ୍ୟୁସେକ । ଟ୍ରିବୁ୍ୟନାଲ ଗଠନକୁ ୭ ବର୍ଷ ହୋଇଗଲା। ୧.୨୫୨ ମିଲିୟନ ପାଣି ଦିଆଯାଉ ବୋଲି ଦାବିି ଥିଲା । ଟ୍ରିବୁ୍ୟନାଲ ନିଷ୍ପତ୍ତି ନେଲା ନାହିଁ। ଟ୍ରିବୁ୍ୟନାଲ ଇଣ୍ଟେରିମ ରିଲିଫ୍ ଦେଲେ ନାହିଁ କାହିଁକି ? ତାଙ୍କଠୁ ନ୍ୟାୟ ଅପେକ୍ଷା ନକରି ଛତିଶଗଡ଼ ସରକାର ଯଦି କିଛି ପାଣି ଛାଡିବେ, ତାହେଲେ କିଛି ସମାଧାନ ହେବ। ଛତିଶଗଡ ମନମୁଖୀ ବ୍ୟାରେଜ ନିର୍ମାଣର ପ୍ରଥମ ପ୍ରଭାବ ଓଡ଼ିଶାରେ ଏବେ ପଡୁଛି। ଡ଼ିସେମ୍ବରରୁ ଏ ସମସ୍ୟା ଆରମ୍ଭ ହେଲାଣି । ଏବେ ମାର୍ଚ୍ଚ ହେଲାଣି। ସରକାର ଜାଣିଥିଲେ।

ଆଉ ମେ’ ବେଳକୁ କ’ଣ ହେବ ଅନୁମାନ କରିବା ମୁସ୍କିଲ। ଜୁନ୍ ମାସରେ ହୀରାକୁଦ ଡେଡ ଷ୍ଟୋରେଜ ଲେଭୁଲ୍ ହୋଇଯିବ। ଛତିଶଗଡ଼ ସରକାର ଏବଂ ଟ୍ରିବୁ୍ୟନାଲ୍ ଦାୟୀ। ଅଣମୌସୁମୀ ସମୟରେ ସମସ୍ୟା ପାଇଁ ଇବ ଆଉ ଅଙ୍ଗ ପ୍ରକଳ୍ପ ସହ ତଳମୁଣ୍ଡରେ ବ୍ୟାରେଜ ନିର୍ମାଣ କରିପାରିଥାନ୍ତେ । ୭ ବର୍ଷ ଭିତରେ ସରକାର ଚାହିଁଥିଲେ ୨ରୁ ୩ଟି ବ୍ୟାରେଜ କରିପାରି ଥାନ୍ତେ। ୪୦ ପ୍ରତିଶତ ଅଣମୌସୁମୀ ସମୟରେ ମେନେଜ କରାଯାଇ ପାରିଥାନ୍ତା। ରାଜ୍ୟ ସରକାର ସବୁ ଜାଣି କେମିତି ନୀରବ ରହିଲେ? ଏତେ ବଡ ସମସ୍ୟାକୁ ସରକାର ଗୁରୁତର ସହ ନନେଇ କାହିଁ ଖାମଖିଆଲ ଭାବେ ନେଲେ? ବିଧାନସଭାରେ ସବୁ ଦିଗକୁ ନେଇ ସଦସ୍ୟାମାନେ ଆଲେ ।ଚନା କରନ୍ତୁ । ରାଜ୍ୟ ସରକାର ଯୁଦ୍ଧକାଳୀନଭିତିରେ ଏହି ସମସ୍ୟାର ସମାଧାନ କରନ୍ତୁ।

Leave a Reply

Your email address will not be published. Required fields are marked *